26.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶମହାକାଶରେ ଭାରତର ଜିସାଟ୍‌-୨୦ ସାଟେଲାଇଟ୍‌; ବିମାନ ସହ ଦୁର୍ଗମ ଅଞ୍ଚଳରେ ବି ମିଳିବ ଇଣ୍ଟରନେଟ୍ ସୁବିଧା

ମହାକାଶରେ ଭାରତର ଜିସାଟ୍‌-୨୦ ସାଟେଲାଇଟ୍‌; ବିମାନ ସହ ଦୁର୍ଗମ ଅଞ୍ଚଳରେ ବି ମିଳିବ ଇଣ୍ଟରନେଟ୍ ସୁବିଧା

ନୂଆଦିଲ୍ଳୀ: ଟେସ୍‌ଲା କମ୍ପାନୀ ମୁଖ୍ୟ ଏଲନ ମସ୍କଙ୍କ ସ୍ପେସ୍ ଏକ୍ସର ଫାଲ୍‌କନ୍‌-୯ ମହାକାଶଯାନ ମଙ୍ଗଳବାର ଦିନ ଫ୍ଲୋରିଡାର କେପ୍ କେନାଭରାଲ ସ୍ପେଶ ସେଣ୍ଟର୍‌ରୁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର ଜିସାଟ୍‌-୨୦ ଯୋଗାଯୋଗ ସାଟେଲାଇଟ୍‌କୁ ନେଇ ମହାକାଶରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ôଚଥିବା ସୂଚନା ମିଳିଛି। ପ୍ରାୟ ୪,୭୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ସାଟେଲାଇଟ୍‌କୁ ଭାରତର ଯୋଗାଯୋଗ ଭିତ୍ତିଭୂମିକୁ ବଢ଼ାଇବା ଉଦ୍ଦେଶ୍ୟରେ ଡିଜାଇନ୍ କରାଯାଇଛି। ଯେଉଁଥିରେ ୧୪ ବର୍ଷର ମିସନ୍ ଅବଧି ସହିତ କା-ବ୍ୟାଣ୍ଡ୍ ହାଇ-ଥ୍ରୁପୁଟ୍ କମ୍ୟୁନିକେସନ୍ ପେ-ଲୋଡ୍‌କୁ ସଂଲଗ୍ନ କରାଯାଇଛି। ଏହି ସାଟେଲାଇଟ୍ ଥରେ କାର୍ଯ୍ୟକ୍ଷମ ହେଲେ ସମଗ୍ର ଦେଶରେ ଗୁରୁତ୍ୱପୂର୍ଣ୍ଣ ସେବା ଯୋଗାଇବ। ଯାହାଫଳରେ ଆଗକୁ ଲୋକେ ବିମାନ ମଧ୍ୟରେ ଓ ଦୁର୍ଗମ ଅଞ୍ଚଳରେ ମଧ୍ୟ ଇଣ୍ଟରନେଟ୍ ସେବା ପାଇପାରିବେ। ମୋଟାମୋଟି ଦେଶରେ କମ୍ୟୁନିକେଶନ୍ ଇନଫ୍ରାଷ୍ଟ୍ରକଚରକୁ ବଢାଇବା ପାଇଁ ଏହି ସାଟେଲାଇଟ୍ କାମ କରିବ।
ରିପୋର୍ଟ ଅନୁସାରେ ଏହି ସାଟେଲାଇଟ୍‌କୁ ୩୨ଟି ୟୁଜର୍ ବିମ୍ ସହିତ ସଜାଯାଇଛି, ଯେଉଁଥିରେ ୮ଟି ସଂକୀର୍ଣ୍ଣ ସ୍ପଟ୍ ବିମ୍ ଏବଂ ୨୪ ଟି ଚଉଡା ସ୍ପଟ୍ ବିମ୍ ଅଛି। ଯାହା ସମଗ୍ର ଭାରତରେ ଅବସ୍ଥିତ ହବ୍ ଷ୍ଟେସନ୍ ଦ୍ୱାରା ସମର୍ôଥତ ହେବ। ଇସ୍ରୋର ଏକ ବାଣିଜ୍ୟିକ ବିଭାଗ ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ (ଏନ୍‌ଏସ୍‌ଆଇଏଲ୍‌) ଚଳିତ ବର୍ଷ ଜାନୁଆରୀ ୩ ତାରିଖରେ ଏଲନ୍ ମସ୍କଙ୍କ ସ୍ପେସ୍ ଏକ୍ସ ସହିତ ପ୍ରଥମ ଥର ପାଇଁ ଯୋଗାଯୋଗ କରିଥିଲା। ଭାରତ ନିଜେ ୪୩୦ରୁ ଅଧିକ ବିଦେଶୀ ସାଟେଲଇଟ୍ ଉତ୍‌କ୍ଷେପଣ କରିସାରିଥିଲେ ମଧ୍ୟ ଏହି ଓଜନଦାର ସାଟେଲାଇଟ୍‌କୁ ମହାକାଶକୁ ନେବା ପାଇଁ ସ୍ପେସ୍ ଏକ୍ସର ସହଯୋଗ ଆବଶ୍ୟକତା ପଡ଼ିଥିଲା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking