ମୁମ୍ବାଇ: ବିଗତ ପାଞ୍ଚ ସପ୍ତାହ ପରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଛି । ମାର୍ଚ୍ଚ ୩ ସୁଦ୍ଧା ଶେଷ ହେଉଥିବା ସପ୍ତାହରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୫୬୨.୪୦ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଶୁକ୍ରବାର ଏହି ସୂଚନା ପ୍ରଦାନ କରାଯାଇଛି ।
ବିଗତ ଚାରି ସପ୍ତାହରେ ବିଦେଶୀ ମୁଦ୍ରା ଗଚ୍ଛିତ ପରିମାଣ ୧୫.୮ ବିଲିୟନ ଡଲାର ହ୍ରାସ ପାଇଥିବାବେଳେ ଗତ ସପ୍ତାହରେ ଏହା ୧.୪୬ ବିଲିୟନ ଡଲାର ବୃଦ୍ଧି ପାଇଥିବା କୁହାଯାଇଛି । ଇତିମଧ୍ୟରେ ଡଲାର ତୁଳନାରେ ଭାରତୀୟ ଟଙ୍କାର ସ୍ଥିତି ଉନ୍ନତ ହୋଇଥିବାରୁ ଏହାର ଅନୁକୂଳ ପ୍ରଭାବ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ପଡିଥିବା କୁହାଯାଇଛି ।