ନୂଆଦିଲ୍ଲୀ: ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ ପୁଣିଥରେ ଉତ୍ସାହଜନକ ବୃଦ୍ଧି ଦେଖିବାକୁ ମିଳିଛି । ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଶୁକ୍ରବାର ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ ୨୦୨୪ ଜାନୁଆରୀ ୧୨ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରାଭଣ୍ଡାର ୧.୬୩ ବିଲିଅନ୍ ଡଲାର ବୃଦ୍ଧି ପାଇ ୬୧୮.୯୩ ବିଲିଅନ୍ ଡଲାରରେ ପହଞ୍ôଚଛି ।
ସୂଚନାଯୋଗ୍ୟ ପ୍ରଥମ ସପ୍ତାହରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ପ୍ରାୟ ୬ ବିଲିଅନ୍ ପର୍ଯ୍ୟନ୍ତ ହ୍ରାସ ପାଇ ୬୧୭.୩୦ ବିଲିଅନ୍ ଡଲାରରେ ପହଞ୍ôଚଥିଲା । ବିଭିନ୍ନ ଦେଶର ଅର୍ଥନୀତି ମାନ୍ଦାବସ୍ଥାର ସମ୍ମୁଖୀନ ହେଉଥିବା ବେଳେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ୧.୬୩ ବିଲିଅନ୍ ଡଲାରର ବୃଦ୍ଧି ଭାରତୀ ଅର୍ଥନୀତିରେ ଅଭିବୃଦ୍ଧିକୁ ସୂଚୀତ କରୁଛି ବୋଲି ଆରବିଆଇ ନିଜର ଏହି ରିପୋର୍ଟରେ ଉଲ୍ଲେଖ କରିଛି ।