ନୂଆଦିଲ୍ଲୀ: ଏସସିଓ ସମ୍ମିଳନୀରେ ଆତଙ୍ଗବାଦ ରୋକିବାକୁ ମୋଦିଙ୍କ ଆହ୍ୱାନ । ସୀମାପାରି ଆତଙ୍ଗବାଦ ଓ ଆତଙ୍ଗବାଦୀକୁ ଅର୍ଥ ଯୋଗାଣ ବନ୍ଦ ହେଉ,ପାକିସ୍ତାନର ନା ନେଇ ଡବଲ ଷ୍ଟାଣ୍ଡାର୍ଡ କଥା କହି ସମାଲୋଚନା କଲେ । ଆଫଗାନିସ୍ତାନକୁ ନେଇ ଭାରତ ବେଶି ଚିନ୍ତିିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଫଗାନିସ୍ତାନରେ ମହିଳା ଓ ଶିଶୁଙ୍କ ଅଧିକାର ସୁନିଶ୍ଚିତ କରାଯାଉ । ଅନ୍ୟହଦେଶରେ ଆତଙ୍ଗୀ କାର୍ଯ୍ୟ ପାଇଁ ଆଫଗାନିସ୍ତାନ ବ୍ୟବହାର ନହେଉ । ଦୁଇ ଦଶନ୍ଧି ହେଲା ଆମେ ଆର୍ଥିକ ଓ ସାମାଜିକ ସହାୟତା ଯୋଗାଉଛୁ । ସମସ୍ତଙ୍କ ସହ ମିଶି କାମ କରିବାକୁ ଭାରତ ପ୍ରତିବନ୍ଧ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।