28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶବିନା ଭିସାରେ ଇରାନ ଯାଇପାରିବେ ଭାରତୀୟ, ହେଲେ ରହିଛି ଏହିସବୁ ସର୍ତ୍ତ

ବିନା ଭିସାରେ ଇରାନ ଯାଇପାରିବେ ଭାରତୀୟ, ହେଲେ ରହିଛି ଏହିସବୁ ସର୍ତ୍ତ

ନୂଆଦିଲ୍ଲୀ: ଇରାନକୁ ଯିବାକୁ ହେଲେ ଭାରତୀୟ ପର୍ଯ୍ୟଟକଙ୍କୁ ଆଉ ଭିସାର ନାହିଁ ଆବଶ୍ୟକତା । ବିନା ଭିସାରେ ଇରାନ ଯାଇପାରିବେ ଭାରତୀୟ । ମଙ୍ଗଳବାର ଦିନ ଏନେଇ ଇରାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । କେବଳ ଭାରତ ନୁହେଁ ଏଥିସହ ୟୁଏଇ, ସାଉଦି ଆରବ, ଇଣ୍ଡୋନେସିଆ, ଜାପାନ, ସିଙ୍ଗାପୁର ଓ ମାଲେସିଆ ପାଇଁ ଭିସା ସମ୍ୱନ୍ଧୀୟ ନୂତନ ନିୟମ ଆଣିଛନ୍ତି ଇରାନ ସରକାର । ସାଧାରଣ ପାର୍ସପୋର୍ଟ ସାହାଯ୍ୟରେ ଏହି ଦେଶର ପର୍ଯ୍ୟଟକମାନେ ଇରାନ ଯାଇପାରିବେ । ପର୍ଯ୍ୟଟକଙ୍କ ସଂଖ୍ୟା ବଢାଇବାର ଲକ୍ଷ୍ୟ ରଖି ଏହି ନୂତନ ନିୟମ କରାଯାଇଛି । କିନ୍ତୁ ଏନେଇ ଇରାନ ପକ୍ଷରୁ କିଛି ସର୍ତ୍ତ ମଧ୍ୟ ଜାରି କରାଯାଇଛି । ଇରାନରେ ଭାରତୀୟ ପର୍ଯ୍ୟଟକଙ୍କୁ ବିନା ଭିସାରେ ମିଳିବ ଏଣ୍ଟ୍ରି । ଭାରତ ସମେତ ୟୁଏଇ, ଇଣ୍ଡୋନେସିଆ, ସାଉଦି ଆରବ, ଜାପାନ, ସିଙ୍ଗାପୁର ଓ ମାଲେସିଆ ପର୍ଯ୍ୟଟକଙ୍କ ଇରାନ ଯାତ୍ରା ନେଇ ଏକ ନୂଆ ନିୟମ ଆଣିଛନ୍ତି ଇରାନ ସରକାର ।

ଏହି ଦେଶଗୁଡିକର ପର୍ଯ୍ୟଟକଙ୍କ ପାଇଁ ଭିସା ସହ ଜଡିତ ନିୟମରେ ପରିବର୍ତ୍ତନ ହୋଇଛି । ୨୦୨୪ ଫେବୃଆରୀ ୪ ତାରିଖରୁ ଏହି ନୂଆ ନିୟମ ଲାଗୁ ହୋଇଛି । ତେବେ ଏନେଇ ୪ଟି ସର୍ତ୍ତ ମଧ୍ୟ ରହିଥିବା ନେଇ ମଙ୍ଗଳବାର ଦିନ ଇରାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ, ଜାନୁଆରୀ ୧୪ ତାରିଖରେ ୨ ଦିନିଆ ଇରାନ ଗସ୍ତ କରିଥିଲେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର । ସେଠାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସି ଓ ଇରାନୀ ପ୍ରତିପକ୍ଷ ତଥା ବିଦେଶ ମନ୍ତ୍ରୀ ଡ.ହୁସେନ ଅମିର ଅବଦୁଲ୍ଲାଏନଙ୍କୁ ସାକ୍ଷାତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହାପୂର୍ବରୁ ୨୦୨୩ ନଭେମ୍ବରରେ ଭାରତର ବୈଦେଶିକ ସଚିବ ବିନୟ କ୍ୱାତ୍ରା ଇରାନ ବିଦେଶ ମନ୍ତ୍ରୀ ଡ.ହୁସେନ ଅମିର ଅବଦୁଲ୍ଲାଏନ ସହ ସାକ୍ଷାତ କରିଥିଲେ । ଏହି ସମୟରେ ଇସ୍ରାଏଲ ଓ ହମାସ ଯୁଦ୍ଧ ବିଷୟରେ ଆଲୋଚନା ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking