ନୂଆଦିଲ୍ଲୀ : ୟୁକ୍ରେନ ବିରୋଧରେ ରୁଷିଆର ଯୁଦ୍ଧ ଘୋଷଣା ବିଶ୍ୱ ସମୁଦାୟକୁ ଚିନ୍ତାରେ ପକାଇ ଦେଇଛି । ମିଳିତ ଜାତିସଂଘ ନିରାପତ୍ତା ପରିଷଦର ନିର୍ଦ୍ଦେଶକୁ ରୁଷିଆକୁ ଖାତିର ନକରି ନିଜ ଜିଦରେ ଅଟଳ ରହିଛି । ସେପଟେ ୟୁକ୍ରେନ ଯାଉଥିବା ଭାରତୀୟ ବିମାନ ଅଧାରୁ ଫେରିଆସିଛି । ଏୟାର ଇଣ୍ଡିଆର ଏଆଇ୧୯୪୭ ବିମାନଟି ଅଧାରୁ ଦିଲ୍ଲୀ ଫେରିଥିବା ଜଣାପଡିଛି ।
ୟୁକ୍ରେନ ନୋ ଫ୍ଲାଇଂ ଜୋନ ଘୋଷଣା କରିଥିବାରୁ ବିମାନଟି ଅଧାରୁ ଫେରିଆସିଛି । ୟୁକ୍ରେନରେ ଥିବା ଭାରତୀୟଙ୍କୁ ଆଣିବାକୁ ଯାଉଥିଲା ବିମାନ । ଯୁଦ୍ଧ ଘନଘଟା ଭିତରେ ୨୦ ହଜାର ଭାରତୀୟ ୟୁକ୍ରେନରେ ଅଛନ୍ତି । ସୂଚନାଯୋଗ୍ୟ ଯେ, ଆଜି ୟୁକ୍ରେନରୁ ଆଉ ୧୮୨ ଭାରତୀୟ ଫେରିଛନ୍ତି । ସକାଳ ୭ଟା ୪୮ରେ ଦିଲ୍ଲୀ ବିମାନବନ୍ଦରରେ ସେମାନେ ପହଞ୍ଚିଛନ୍ତି । ଭାରତୀୟ ଛାତ୍ରଛାତ୍ରୀଙ୍କ ସମେତ ଆଉ କିଛି ବ୍ୟକ୍ତି ମଧ୍ୟ ଫେରିଛନ୍ତି ।