ନୂଆଦିଲ୍ଲୀ : ଭାରତରୁ ଭୁଲ୍ରେ ମିଜାଇଲ ଫାୟାର ହୋଇ ପାକିସ୍ତାନରେ ପଡ଼ିଲା । ହରିୟାଣାର ଶିର୍ସାରୁ ଭୁଲ୍ରେ ଫାୟାର ହୋଇ ପାକିସ୍ତାନରେ ପଡ଼ିଲା । ଭାରତ ସୀମା ଠାରୁ ୧୨୪ କିମି ଦୂର ପାକିସ୍ତାନ ଭିତରେ ପଡ଼ିଲା ଏହି ମିଜାଇଲ । ତେବେ ମିଜାଇଲରେ କୌଣସି ବିସ୍ଫୋରକ ନଥିବାରୁ କିଛି କ୍ଷତି ହୋଇନାହିଁ । ମିଜାଇଲ ଭୁଲ୍ରେ ପଳାଇଥିବା ସ୍ୱୀକାର କରିଛି ଭାରତୀୟ ସେନା । ଭୁଲ୍ରେ ମିଜାଇଲ ପଳାଇବା ନେଇ କୋର୍ଟ ଅଫ୍ ଇନକ୍ୱାରୀ ଆଦେଶ ହୋଇଛି । ତେବେ ଏହା ଭୁଲବଶତଃ ହୋଇଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ତ୍ରୁଟି ସ୍ୱୀକାର କରାଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଗତ ସପ୍ତାହରେ କୌଣସି ଯାନ୍ତ୍ରିକ କାରଣରୁ କ୍ଷେପଣାସ୍ତ୍ରଟି ପାକିସ୍ତାନ ମାଟିକୁ ନିକ୍ଷେପ ହୋଇଯାଇଥିଲା । ଏଥିରେ ଆମେ ଦୁଃଖ ପ୍ରକାଶ କରୁଛୁ । ଗତ ମାର୍ଚ୍ଚ ୯ ତାରିଖରେ ସେନା ପକ୍ଷରୁ ରୁଟିନ୍ ମେଣ୍ଟନାସ୍ ଚେକିଂ ଚାଲୁଥିଲା । ତେବେ ଏହି ସମୟରେ ଯାନ୍ତ୍ରିକ ତ୍ରୁଟି ଘଟି କ୍ଷେପଣାସ୍ତ୍ରଟି ଫାୟାରିଂ ହୋଇ ଯାଇଥିଲା । ଏହି ଘଟଣାକୁ ଭାରତ ସରକାର ଗୁରୁତର ସହ ନେଇଛନ୍ତି । ଘଟଣାର ଏକ ଉଚ୍ଚସ୍ତରୀୟ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିବୃତି ଜାରି କରାଯାଇଛି । କ୍ଷେପଣାସ୍ତ୍ରଟି ପାକିସ୍ତାନ ମାଟିରେ ଲ୍ୟାଣ୍ଡ କରିଥିବା ଜଣାପଡ଼ିଛି । ଏହା ଅତ୍ୟନ୍ତ ଦୁଃଖଦାୟକ । ଏହି ଅବାଞ୍ଝିତ ତ୍ରୁଟି ପାଇଁ ଆମେ ଦୁଃଖିତ ବୋଲି ପ୍ରତି ରକ୍ଷାମନ୍ତ୍ରଣାଳୟ କହିଛି । ତେବେ ସୌଭାଗ୍ୟବସତଃ କୌଣସି ଧନ ଜୀବନ ନଷ୍ଟ ହୋଇ ନାହିଁ ବୋଲି କୁହାଯାଇଛି ।