ନୂଆଦିଲ୍ଲୀ: ବିଶ୍ୱସ୍ତରରେ ଭାରତକୁ ଗୌରବାନ୍ୱିତ କଲେ ସରଗମ୍ କୌଶଲ। ୨୧ ବର୍ଷ ପରେ ମିସେସ୍ ୱାର୍ଲଡର ବିଜେତା ହୋଇଛନ୍ତି ଭାରତ ସୁନ୍ଦରୀ । ଭାରତରୁ ପ୍ରତିନିଧିତ୍ୱ କରୁଥିବା ସରଗମ୍ ଲାସ୍ ଭେଗାସରେ ଆୟୋଜିତ ମିସେସ ୱାର୍ଲଡର କ୍ରାଉନ ଦଖଲ କରିଛନ୍ତି।
ନିଜ ଇନଷ୍ଟାରେ ସେୟାର କରି ସରଗମ୍ ଲେଖିଛନ୍ତି ଯେ ବହୁ ପ୍ରତୀକ୍ଷାର ଅନ୍ତ ଘଟିଛିଟ୍ଟ୨୧ ବର୍ଷ ପରେ ଆମେ କ୍ରାଉନକୁ ଫେରିପାଇଛୁ। ଜାମ୍ମୁ ଓ କାଶ୍ମୀରର ସରଗମ୍ କୌଶଲ ଭିଡିଓ ସେୟାର କରି ନିଜ ବିଜୟର କାହାଣୀ କହିଛନ୍ତି। ସେ କହିଛନ୍ତି ଯେ, ଆମେ ୨୧-୨୨ ବର୍ଷ ପରେ କ୍ରାଉନ୍ ପାଇଛୁ। ଲଭ୍ ୟୁ ଇଣ୍ଡିଆ… ଲଭ୍ ୟୁ ୱାର୍ଲଡ୍”।
ଇନଷ୍ଟାରେ ହୋଇଥିବା ପୋଷ୍ଟ ଅନୁସାରେ ସରଗମ୍ ଇଂରାଜୀରେ ସ୍ନାତକୋତ୍ତର କରିଛନ୍ତି। ଏହାପୂର୍ବରୁ ସେ ଭାଇଜାଗରେ ଶିକ୍ଷକତା କରିଛନ୍ତି। ବିବାହିତ ମହିଳାଙ୍କୁ ନେଇ ମିସେସ୍ ୱାର୍ଲଡ୍ ବିୟୁଟି କଣ୍ଟେଷ୍ଟ ହୋଇଆସୁଛି। ୧୯୮୪ରେ ମିସେସ୍ ଆମେରିକା ବିୟୁଟି ପିଜାଣ୍ଟ୍ ପରବର୍ତ୍ତୀ ସମୟରେ ୧୯୮୮ରେ ମିସେସ୍ ୱାର୍ଲଡ୍ ନାଁରେ ପରିଚିତ ହୋଇଥିଲା। ଆମେରିକା ସମେତ ୮୦ ଦେଶ ବିୟୁଟି ପିଜାଣ୍ଟରେ ଭାଗ ନିଅନ୍ତି। ଶେଷଥର ପାଇଁ ୨୦୦୧ରେ ଡକ୍ଟର ଗୋବିତ୍ରୀକର ମିସେସ୍ ୱାର୍ଲଡ ବିଜେତା ଥିଲେ।