18.1 C
Bhubaneswar
Saturday, November 23, 2024
Homeଓଡିଶା୧୯୦୦ ଅଲମ୍ପିକ୍ସରେ ଭାରତ ଆଥ୍‌ଲେଟିକ୍‌ରେ ପ୍ରଥମ ମେଡାଲ ପାଇଥିଲା

୧୯୦୦ ଅଲମ୍ପିକ୍ସରେ ଭାରତ ଆଥ୍‌ଲେଟିକ୍‌ରେ ପ୍ରଥମ ମେଡାଲ ପାଇଥିଲା

ଭୁବନେଶ୍ୱର : ଟୋକିଓରେ ଚାଲିଥିବା ଅଲମ୍ପିକ୍ସରେ ଭାରତ ଜାଭେଲେନ୍ ଥ୍ରୋରେ ସ୍ୱର୍ଣ୍ଣପଦକ ପାଇବା ପରେ ଏହାକୁ ନେଇ ସମଗ୍ର ଦେଶ ବେଶ୍ ଖୁସି ମନାଉଛି । ଅନେକ ବର୍ଷ ପରେ ଭାରତୀୟ କ୍ରୀଡ଼ାବିତ୍ ସ୍ୱର୍ଣ୍ଣ ପାଇଥିବାରୁ ଏଭଳି ଖୁସି ବ୍ୟକ୍ତ କରାଯିବା ସ୍ୱଭାବିକ୍ । ୨୦୦୮ ବେଜିଂ ଅଲମ୍ପିକ୍ସ ପରେ ଭାରତ ଆଉ ସ୍ୱର୍ଣ୍ଣ ପାଇ ନଥିଲା । କିନ୍ତୁ ଏହି ଟୋକିଓରେ ପୂର୍ବରୁ ଭାରତ ହକିରେ ସ୍ୱର୍ଣ୍ଣ ହାସଲ କରିଥିଲା । ଅଲମ୍ପିକ୍ସରେ ଭାରତ ସ୍ୱର୍ଣ୍ଣ ପାଇବା ନୂଆ ନୁହେଁ । ୧୯୦୦ ମସିହାରେ ପ୍ୟାରିସ୍ ଅଲମ୍ପିକ୍ସରେ ଭାରତ ଆଥ୍‌ଲେଟିକ୍‌ରେ ପ୍ରଥମ ମେଡାଲ ପାଇଥିଲା । ଅବଶ୍ୟ ସେତେବେଳେ ରୌପ୍ୟ ପଦକ ଭାରତକୁ ମିଳିଥିଲା । ପୁରୁଷ ୨୦୦ ମିଟର ଦୌଡ଼ରେ ଏହି ପଦକ ହାସଲ କରିଥିଲା । ଏହା ପରେ ୧୯୨୮ରୁ ଲଗାତାର ଭାବେ ପୁରୁଷ ହକିରେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଚାଲିଥିଲା ।

ହକିରେ ଭାରତ ୮ଥର ସ୍ୱର୍ଣ୍ଣ ହାସଲ କରିଛି । ସଂଖ୍ୟା ଅଧିକ ନ ହେଲେ ବି ଭାରତ ବିଭିନ୍ନ ସମୟରେ ପଦକ ହାସଲ କରିଛି ।ଏପରିକି ଆଥେଲେଟିକ୍‌ରେ ମଧ୍ୟ ପଦକ ପାଇଛି । ଅନେକ ବର୍ଷ ପରେ ୧୯୮୦ ମସ୍କୋ ଅଲମ୍ପିକ୍ ପରେ ଭାରତ ଆଉ ହକିରେ କୌଣସି ପଦକ ପାଇନଥିଲା । ଏ ବେ ୨୦୨୦ ଟୋକିଓ ଅଲମ୍ପିକ୍‌ରେ କାଂସ୍ୟ ପଦକ ପାଇଲା । ୧୯୦୦ ମସିହାରେ ନର୍ମାନ ପ୍ରିଚାଡ ୨୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ହାସଲ କରିଥିଲେ । ସେବେ ଠାରୁ ଆଥେଲେଟିକ୍‌ରେ ଭାରତ ଅଲମ୍ପିକ୍ସରେ ନିଜର ସ୍ଥାନ ଅଧିକାର କରିଥିଲା। ଭାରତର ଅଲମ୍ପିକ୍ସରେ ରେକର୍ଡ ଜଦିଓ ଉତ୍ସାହଜନକ ନୁହେଁ ତେବେ ଏହା ନିରୁତ୍ସାହ ଜନକ ବୋଲି କହିବେହ ନାହିଁ । ପ୍ରଥମ ଥର ପାଇଁ ଭାରତ ଟୋକିଓ ଅଲମ୍ପିକ୍ସରେ ଏକକାଳିନୀ ୭ଟି ପଦକ ବିଭିନ୍ନ ବର୍ଗରେ ପାଇଛି । ପୂର୍ବରୁ ଏତିକି ପଦକ ଅନ୍ୟ କୌଣସି ଅଲମ୍ପିକ୍ସରେ ପାଇନଥିଲା । ଏହା ପୂର୍ବରୁ ୨୦୧୨ ଲଣ୍ଡନ ଅଲମ୍ପିକ୍ସରେ ସ୍ୱର୍ଣ୍ଣପଦକ ହାସଲ ନକଲେ ବି ୬ଟି ରୌପ୍ୟ ଓ କାଂସ୍ୟ ପଦକ ପାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking