16.1 C
Bhubaneswar
Tuesday, November 26, 2024
Homeକରୋନାଆସନ୍ତା ମାସରୁ ବିଦେଶକୁ କୋଭିଡ୍ ଟିକା ରପ୍ତାନୀ କରିବ ଭାରତ

ଆସନ୍ତା ମାସରୁ ବିଦେଶକୁ କୋଭିଡ୍ ଟିକା ରପ୍ତାନୀ କରିବ ଭାରତ

ନୂଆଦିଲ୍ଲୀ : ପୁଣି ପଡୋଶୀ ତଥା ସହଯୋଗୀ ଦେଶମାନଙ୍କୁ ଭାରତ ଆସନ୍ତା ୩ ମାସ ମଧ୍ୟରେ କୋଭିଡ ଟିକା ପଠାଇବ । ପଡୋଶୀ ଦେଶକୁ ପ୍ରାଥମିକତା ଦେଇ ଭାରତ ଟିକା ରପ୍ତାନି ଆରମ୍ଭ କରିବ ବୋଲି ସୋମବାର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ କହିଛନ୍ତି । ଟିକା ନିର୍ମାଣରେ ବିଶ୍ୱର ସବୁଠୁ ବଡ ନିର୍ମାତା ଭାରତ, ଏପ୍ରିଲରେ କୋଭିଡ ଟିକା ରପ୍ତାନି ବନ୍ଦ କରିଥିଲା । ଭାରତରେ ଥିବା ଲୋକମାନଙ୍କୁ କିଭଳି ଟିକା ଦିଆଯାଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଟିକା ସଂକଟକୁ ନେଇ କିଛି ରାଜ୍ୟ ସରକାର ଓ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଘେରିବା ପରେ ଟିକା ରପ୍ତାନି ବନ୍ଦ ରହିଥିଲା । ଆଉ ଭାରତରେ ଉତ୍ପାଦିତ ହେଉଥିବା ଟିକା କେବଳ ଦେଶର ନାଗରିକଙ୍କୁ ଦିଆଯାଉଥିଲା । ତେବେ ବର୍ତମାନ ମାସିକ ଟିକା ଉତ୍ପାଦନ ଦ୍ୱିଗୁଣିତ ହୋଇଛି ଏବଂ ଆସନ୍ତା ମାସରେ ଏହା ୩୦୦ ମିଲିୟନରୁ ଅଧିକ ଡୋଜରେ ପହଂଚିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ କହିଛନ୍ତି । ସେ କହିଛନ୍ତି ଯେ, ଦେଶପାଇଁ ଯେତିକି ଟିକା ଆବଶ୍ୟକ ତାହାକୁ ଛାଡି କେବଳ ଅତିରିକ୍ତ ଟିକା ହିଁ ରପ୍ତାନି ହେବ । ସେ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଥମେ ପଡୋଶୀ ଦେଶଙ୍କୁ ଟିକା ରପ୍ତାନି କରାଯିବ । ସୂଚନା ଥାଉ କି ଟିକା ରପ୍ତାନି ବନ୍ଦ ହେବା ପୂର୍ବରୁ ଭାରତ ପ୍ରାୟ ୧୦୦ ଟି ଦେଶକୁ ୬୬ ନିୟୁତ ଡୋଜ ଟିକା ଦାନ ସୂତ୍ରରେ ଦେଇଥିଲା ଓ କିଛିଙ୍କୁ ବିକ୍ରି କରିଥିଲା ।

ଟିକାକରଣ ମହାଅଭିଯାନରେ ଦେଶରେ ଏବେ ସୁଦ୍ଧା ୮୧ କୋଟି ଡୋଜ୍‌ ଦିଆସରିଛି ବୋଲି ସୋମବାର କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ। ସେଥିମଧ୍ୟରୁ ୧୦ କୋଟି ଡୋଜ୍‌ ଗତ ୧୧ ଦିନରେ ଦିଆଯାଇଛି ବୋଲି ସେ କହିଛନ୍ତି। ଏହା ବ୍ୟତୀତ ଆସନ୍ତା ମାସରୁ ବିଶ୍ବକୁ କୋଭିଡ ଭ୍ୟାକସିନ୍‌ ଯୋଗାଇବ ଭାରତ। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘ଭ୍ୟାକସିନ୍‌ ମୈତ୍ରୀ ଜରିଆରେ ଭାରତ ସମଗ୍ର ବିଶ୍ବକୁ ସାହାଯ୍ୟ କରିବ ଏବଂ ଚତୁର୍ଥ ତ୍ରୈମାସିକରେ କୋଭାକ୍ସିନ୍‌ ଉପରେ ଜୋର ଦିଆଯିବ। ଆସନ୍ତା ମାସରେ ୩୦ କୋଟିରୁ ଅଧିକ ଟିକାର ଡୋଜ୍‌ ଉତ୍ପାଦନ ହେବ ବୋଲି ଆଶା ରହିଛି। ଆଗାମୀ ଦିନରେ ଟିକା ଉତ୍ପାଦନ ବଢ଼ିବ। କାରଣ ଜୈବିକ ଇ ଏବଂ ଅନ୍ୟ କମ୍ପାନୀ ନିଜ ନିଜର ଟିକା ବଜାରକୁ ଆଣିବେ।’ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଏବେ ସୁଦ୍ଧା ମୋଟ ୭୯.୫୮ କୋଟିରୁ ଅଧିକ ଡୋଜ୍‌ ଦିଆଯାଇଛି। ଆହୁରି ୧୫ ଲକ୍ଷ ଭ୍ୟାକସିନ୍‌ ଡୋଜ୍‌ ଆମଦାନୀ କରିବାକୁ ଲକ୍ଷ୍ୟ ରହିଛି। ଏବେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଖରେ ୫.୪୩ କୋଟି ଭ୍ୟାକସିନ୍‌ ଡୋଜ୍‌ ବଞ୍ଚିଛି ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking