19.1 C
Bhubaneswar
Saturday, November 23, 2024
Homeଖେଳ୧୦-୧୫ ବର୍ଷ ମଧ୍ୟରେ ଭାରତ କ୍ରୀଡା ରାଷ୍ଟ୍ର ହେବ: ଗାଭାସ୍କର

୧୦-୧୫ ବର୍ଷ ମଧ୍ୟରେ ଭାରତ କ୍ରୀଡା ରାଷ୍ଟ୍ର ହେବ: ଗାଭାସ୍କର

ନୂଆଦିଲ୍ଲୀ: ଆସନ୍ତା ୧୦-୧୫ ମଧ୍ୟରେ ଭାରତ ବିଶ୍ୱରେ କ୍ରୀଡା ରାଷ୍ଟ୍ର ଭାବେ ପରିଣତ ହେବ ବୋଲି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସୁନିଲ ଗାଭାସ୍କର ପ୍ରକାଶ କରିଛନ୍ତି । ଗତ ୱାର୍ଲ୍ଡ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ଶିପ୍‌, ବିଡବ୍ଲ୍ୟୁଏଫ୍ ବ୍ୟାଡ୍‌ମିଣ୍ଟନ୍ ଚାମ୍ପିଅନ୍‌ଶିପ, ୱାର୍ଲ୍ଡ ଚେସ୍ ଚାମ୍ପିଅନ୍‌ଶିପ୍‌ରେ ଭାରତୀୟଙ୍କ ପ୍ରଦର୍ଶନକୁ ଲକ୍ଷ୍ୟ କରି ଗାଭାସ୍କର ଏଭଳି କହିଛନ୍ତି । ୱାର୍ଲ୍ଡ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ଶିପ୍‌ର ଜାଭେଲିନ୍ ଥ୍ରୋ’ରେ ଭାରତର ନୀରଜ ଚୋପ୍ରା ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ଅନ୍ୟ ଦୁଇ ଆଥ୍‌ଲେଟ୍ କିଶୋର ଜେନା ଓ ଡିପି ମନୁ ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଥିଲେ । ସେହିପରି ଚେସ୍ ଚାମ୍ପିଅନ୍‌ଶିପ୍‌ରେ ଆର୍ ପ୍ରଜ୍ଞାନନ୍ଧା ରନର୍ସଅପ୍ ହୋଇଥିଲେ । ବ୍ୟାଡ୍‌ମିଣ୍ଟନ୍ ଚାମ୍ପିଅନ୍‌ଶିପ୍‌ର ପୁରୁଷ ସିଙ୍ଗଲ୍ସରେ ଏଚ୍‌ଏସ୍ ପଣୟ ବ୍ରୋଞ୍ଜ ପଦକ ଜିତିଥିଲେ ।

ଏକ ସମୟରେ ଭାରତୀୟ କ୍ରୀଡାରେ ଏଭଳି ସଫଳତା ଆଗକୁ ଦେଶକୁ କ୍ରୀଡା ରାଷ୍ଟ୍ର କରିବାରେ ନିଶ୍ଚିତ ସହାୟକ ହେବ ବୋଲି ସେ କହିଛନ୍ତି । ଏହି ସବୁ ଇଭେଣ୍ଟ ବ୍ୟତୀତ ଅନ୍ୟ ସମସ୍ତ କ୍ରୀଡାରେ ଭାରତ ଏବେ ବିଶ୍ୱରେ ନିଜର ସ୍ୱତନ୍ତ୍ର ନାମ ତିଆରି କରୁଛି । ଆଥ୍‌ଲେଟଙ୍କ ଉନ୍ନତି ଓ ସରକାରଙ୍କ ପ୍ରୋତ୍ସାହନ ଭାରତକୁ ନିଶ୍ଚିତ କ୍ରୀଡା ରାଷ୍ଟ୍ରରେ ପରିଣତ କରିବ । ଏହାସହ ଏସିଆ କପ୍ ନେଇ ସେ କହିଛନ୍ତି କି, କେବଳ ଭାରତ-ପାକିସ୍ତାନ କହି କହି ଶ୍ରୀଲଙ୍କାକୁ ଭୁଲିଯିବା ଠିକ ନୁହେଁ । ଗତ ସଂସ୍କରଣରେ ମଧ୍ୟ ଶ୍ରୀଲଙ୍କା ବର୍ତ୍ତମାନ ଦଳ ପରି ରହିଥିଲା । କିନ୍ତୁ ଟୁର୍ଣ୍ଣାମେଣ୍ଟରେ ଉଚ୍ଚକେଟୀର ପ୍ରଦର୍ଶନ କରି ପାକିସ୍ତାନକୁ ପରାସ୍ତ କରି ଚାମ୍ପିଅନ୍ ହୋଇଥିଲା । ସେଥିପାଇଁ ଖେଳରେ କୌଣସି ଦଳକୁ ଦୁର୍ବଳ ମନେକରିବା ଠିକ୍ ନୁହେଁ ବୋଲି ଗାଭାସ୍କର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking