33.1 C
Bhubaneswar
Saturday, October 5, 2024
Homeଖେଳଭାରତ ଓ ସାଉଥ୍‌ ଆଫ୍ରିକା ଦିନିକିଆ: ଟିମ୍ ଇଣ୍ଡିଆକୁ ୨୫୦ ରନ୍‌ର ଟାର୍ଗେଟ

ଭାରତ ଓ ସାଉଥ୍‌ ଆଫ୍ରିକା ଦିନିକିଆ: ଟିମ୍ ଇଣ୍ଡିଆକୁ ୨୫୦ ରନ୍‌ର ଟାର୍ଗେଟ

ନୂଆଦିଲ୍ଲୀ: ଭାରତ ଓ ସାଉଥ୍‌ ଆଫ୍ରିକା ମଧ୍ୟରେ ଆଜି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଆରମ୍ଭ ହୋଇଛି। ଲକ୍ଷ୍ନୌର ଶ୍ରୀ ଅଟଳ ବିହାରୀ ବାଜପାୟୀ ଷ୍ଟାଡ଼ିୟମରେ ଏହି ମ୍ୟାଚ ଖେଳା ଯାଉଛି। ଟିମ୍ ଇଣ୍ଡିଆ ଟିସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ୪ ୱିକେଟ୍ ବିନିମୟରେ ୨୪୯ ରନ୍ କରିଛି। ଟିମ ପକ୍ଷରୁ ଡେଭିଡ ମିଲର ସର୍ବାଧିକ ୭୫ ରନ୍ କରିଥିବା ବେଳେ ହେନରିକ କ୍ଲାସେନ୍ ୭୪ ରନ୍ କରିଛନ୍ତି। ଦକ୍ଷିଣ ଆଫ୍ରିକାର ପ୍ରଥମରୁ ହିଁ ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରିଥିଲା। ୧୨.୧ ଓଭରରେ ଦଳ ମାତ୍ର ୪୯ ସ୍କୋର କରି ପ୍ରଥମ ୱିକେଟ ହରାଇଥିଲା। ଏହାପରେ କ୍ରମାଗର ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରିଥିଲା ଦକ୍ଷିଣ ଆଫ୍ରିକା। ଅଧିକନାୟ ଚେମ୍ୱା ବାଭୁମା ମାତ୍ର ୮ ରନ୍ କରି ଆଉଟ ହୋଇଥିଲେ। ପୁଣି ୧୫ ଓଭର ଶେଷ ବେଳକୁ ଆଉ ଗୋଟିଏ ୱିକେଟ ଯାଇଥିଲା। ଆଡେନ୍‌ ମାରକ୍ରମ ଜିରୋ ରନ୍ କରି ଆଉଟ ହୋଇଥିଲେ।

ଏହାପରେ ବ୍ୟାଟିଂ କରିବାକୁ ଆସିଥିଲେ ଦକ୍ଷିଣ ଆଫ୍ରିକାର ଷ୍ଟାର୍ ବ୍ୟାଟର କ୍ୱିଣ୍ଟନ ଡିକକ୍। ସେ ଟିମ୍‌କୁ ସହଜ ସ୍ଥିତିରେ ଆଣିବା ପାଇଁ ପ୍ରୟାସ କରିଥିଲେ। ହେଲେ ସେ ୪୮ କରି ଆଉଟ ହୋଇଥିଲେ। ୨୨.୧ ଓଭର ବେଳକୁ ଦଳର ସ୍କୋର ୧୧୦ ରେ ତିନୋଟି ୱିକେଟ ଯାଇଥିଲା। ଦକ୍ଷିଣ ଆଫ୍ରିକାର ଚତୁର୍ଥ ୱିକେଟ୍ ପତନ ପରେ ଟିମ୍ ପକ୍ଷରୁ ଡେଭିଡ୍ ମିଲର ଓ ହେନରିକ କ୍ଲାସେନ୍ ଟିମ୍‌ର ସ୍କୋରକୁ ଆଗକୁ ନେଇବାକୁ ଚେଷ୍ଟା କରିଥିଲେ। ଦୁଇ ବ୍ୟାଟର ରକ୍ଷଣାତ୍ମକ ଶୈଳୀରେ ଖେଳ ପ୍ରଦର୍ଶନ କରି ଟିମର ସ୍କୋରକୁ ୨୦୦ ପାର୍ କରାଇଥିଲେ। ଏମାନେ ଶେଷ ପର୍ଯ୍ୟନ୍ତ ଲଢ଼ୁଆ ବ୍ୟାଟିଂ କରି ଟିମ୍‌ର ସ୍କୋରକୁ ୨୪୯ ପହଞ୍ଚାଇଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୪୦ ଓଭରରେ ୪ ୱିକେଟ ହରାଇ ଭାରତ ପାଇଁ ୨୫୦ ରନ୍ ଟାର୍ଗେଟ୍ ଦେଇଛି। ଅନ୍ୟପଟେ ଟିମ୍‌ ଇଣ୍ଡିଆ ପକ୍ଷରୁ ଶାର୍ଦୁଲ ଠାକୁର ୨ ୱିକେଟ୍ ନେଇଥିବା ବେଳେ ରବି ବିଷ୍ଣୋଇ ଓ କୁଲୀଦପ ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking