20.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଚିନୁକ୍ ହେଲିକପ୍ଟରରେ ଅଗ୍ନିକାଣ୍ଡ ମାମଲା, ୟୁଏସ ସେନାକୁ ରିପୋର୍ଟ ମାଗିଲା ଭାରତ

ଚିନୁକ୍ ହେଲିକପ୍ଟରରେ ଅଗ୍ନିକାଣ୍ଡ ମାମଲା, ୟୁଏସ ସେନାକୁ ରିପୋର୍ଟ ମାଗିଲା ଭାରତ

ନୂଆଦିଲ୍ଲୀ : ଆମେରିକାରେ ଚିନୁକ ହେଲିକପ୍ଟରର ଇଞ୍ଜିନରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିବା ପରେ ଭାରତୀୟ ବାୟୁସେନା ପକ୍ଷରୁ ରିପୋର୍ଟ ମଗାଯାଇଛି । ଏନେଇ ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି । ରିପୋର୍ଟ ଅନୁସାରେ, ଆମେରିକାର ଚିନୁକ ହେଲିକପ୍ଟରରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିବା ପରେ ଉଡାଣ ଉପରେ ରୋକ୍ ଲଗାଯାଇଛି । କିନ୍ତୁ ଭାରତରେ ଥିବା ଚିନୁକ ହେଲିକପ୍ଟର ଏବେବି ଉଡାଣ ଭରୁଛି । କିନ୍ତୁ ପୂର୍ବରୁ ସାବଧାନତା ଅବଲମ୍ବନ କରି ଭାରତ ଆମେରିକାକୁ ରିପୋର୍ଟ ମାଗିଛି । କେଉଁ କାରଣରୁ ଇଞ୍ଜିନରେ ନିଆଁ ଲାଗିଲା ସେନେଇ ସବିଶେଷ ତଥ୍ୟ ମଗାଯାଇଛି । ଆମେରିକୀୟ ସେନାର କହିବାନୁସାରେ, ୭୦ଟି ଚିନୁକ ହେଲିକପ୍ଟର ଇଞ୍ଜିନରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଥିଲା । କିନ୍ତୁ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ତେବେ ଅଗ୍ନିକାଣ୍ଡ କାରଣରୁ ୪୦୦ରୁ ଅଧିକ ଚିନୁକ ହେଲିକପ୍ଟର ଉଡାଣ ଉପରେ ରୋକ୍ ଲଗାଯାଇଛି । ଚିନୁକ ହେଉଛି ଆମେରିକୀୟ ସେନାର ସବୁଠୁ ଶକ୍ତିଶାଳୀ ଅଧିକ ଓଜନ ପରିବହନ କରିପାରୁଥିବା ବିମାନ । ଯାହାର ଉପଯୋଗ ସୈନ୍ୟ ଉପକରଣ ନେବା ଆଣିବା ପାଇଁ କରାଯାଇଥାଏ । ଆଫଗାନିସ୍ତାନ ଓ ଇରାକ ଯୁଦ୍ଧ ବେଳେ ମଧ୍ୟ ଏଥିରେ ସୈନ୍ୟ ଉପକରଣ ପରିବହନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking