ବେଙ୍ଗାଲୁରୁ: ବିଶ୍ୱ ବଜାର ପାଇଁ ଏକ ନୂତନ ପୁନଃବ୍ୟବହାର ଯୋଗ୍ୟ ରକେଟ୍ ଡିଜାଇନ୍ ଏବଂ ନିର୍ମାଣ କରିବାକୁ ଯୋଜନା କରୁଛି ଭାରତ(India to design, build reusable rocket for global market), ଯାହା ଉପଗ୍ରହ ଉତକ୍ଷେପଣର ମୂଲ୍ୟକୁ ହ୍ରାସ କରିବ ବୋଲି ସୋମବାର ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି । ମହାକାଶ ବିଭାଗର ସଚିବ ତଥା ଭାରତୀୟ ମହାକାଶ ଗବେଷଣା ସଂଗଠନ(Indian Space Research Organisation, ISRO)ର ଅଧ୍ୟକ୍ଷ ଏସ ସୋମନାଥ(ISRO Chairman S Somanath) କହିଛନ୍ତି ଯେ, “ବର୍ତ୍ତମାନ ସମୟରେ ଯାହା ଲଞ୍ଚ ହେଉଛି, ତାହା ଠାରୁ ଏହି ଲଞ୍ଚ ଭେଇକିଲ ବହୁତ ଶସ୍ତା କରିବାକୁ ଆମେ ଆଶା ରଖିଛୁ ।”
ସପ୍ତମ ବେଙ୍ଗାଲୁରୁ ସ୍ପେସ ଏକ୍ସପୋ 2022କୁ(7th Bengaluru Space Expo 2022) ସମ୍ବୋଧିତ କରିବା ପରେ ସାମ୍ବାଦିକ ସମ୍ମିଳନୀରେ ଏସ ସୋମନାଥ କହିଛନ୍ତି ଯେ, “ବର୍ତ୍ତମାନ ଏକ କିଲୋଗ୍ରାମ ପେଲୋଡକୁ(payload) କକ୍ଷପଥରେ ରଖିବା ପାଇଁ ପ୍ରାୟ 10,000 ରୁ 15,000 ଡଲାର୍ ଆବଶ୍ୟକ । ଆମକୁ ଏହାକୁ 5000 ଡଲାରକୁ କିମ୍ବା କିଲୋଗ୍ରାମ ପିଛା 1000 ଡଲାରକୁ ଆଣିବାକୁ ପଡିବ । କେବଳ ରକେଟକୁ ପୁନଃବ୍ୟବହାର ଯୋଗ୍ୟ କରିବା ପାଇଁ ଏପରି କରିବାକୁ ଯୋଜନା କରାଯାଉଛି । ବର୍ତ୍ତମାନ ଭାରତରେ ଲଞ୍ଚ ଯାନ(ରକେଟ୍)ରେ ପୁନଃବ୍ୟବହାର ଯୋଗ୍ୟ ଟେକ୍ନୋଲୋଜି ନାହିଁ ।”
ତେଣୁ ପରବର୍ତ୍ତୀ ରକେଟ୍ ଯାହା ଆମେ GSLV Mk III ପରେ ପ୍ରସ୍ତୁତ କରିବାକୁ ଯାଉଛୁ, ତାହାକୁ ପୁନଃବ୍ୟବହାର ଯୋଗ୍ୟ ରକେଟ୍ କରିବୁ ବୋଲି ଏସ ସୋମନାଥନ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଗତ ସପ୍ତାହରେ ଇନଫ୍ଲେଟେବଲ୍ ଏରୋଡାଇନାମିକ୍ ଡେସିଲେଟର(Inflatable Aerodynamic Decelerator, IAD) ସହିତ ପ୍ରଦର୍ଶିତ ହୋଇଥିବା ବିଭିନ୍ନ ପ୍ରଯୁକ୍ତିବିଦ୍ୟା ଉପରେ କାର୍ଯ୍ୟ କରୁଛି । ଏହାକୁ ଅବତରଣ କରିବା ପାଇଁ ଆମକୁ ଏକ ରେଟ୍ରୋ-ପ୍ରପଲସନ୍(retro-propulsion) କରିବାକୁ ପଡିବ(ଯେଉଁ ରକେଟ ପୃଥିବୀ ପୃଷ୍ଟକୁ ଫେରିଆସିବ) ।”
ଏହି ଟେକ୍ନୋଲୋଜିଗୁଡିକର ମିଶ୍ରଣ କରି ISRO ଏକ ନୂତନ ରକେଟ୍ ଡିଜାଇନ୍ ଏବଂ ନିର୍ମାଣ କରିବାକୁ ଚାହୁଁଛି ଯାହା ଶିଳ୍ପ, ଷ୍ଟାର୍ଟଅପ୍ ଏବଂ ଏହାର କମର୍ସିଆଲ ଆର୍ମ ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ (NewSpace India Limited, NSIL) ସହଭାଗିତାରେ ପୁନଃବ୍ୟବହାର ଯୋଗ୍ୟ ହେବ ।
“ଆସନ୍ତା କିଛି ମାସ ମଧ୍ୟରେ ମୁଁ ଏହି ପ୍ରସ୍ତାବ ରୂପ ନେବାର ଦେଖିବାକୁ ଚାହେଁ । ଆମେ ଏପରି ଏକ ରକେଟ୍ ଦେଖିବାକୁ ଚାହୁଁଛୁ, ଯାହା ପ୍ରତିଯୋଗୀତା-ଯଥେଷ୍ଟ ହେବ, ଏକ ରକେଟ୍ ଯାହା ମୂଲ୍ୟ-ସଚେତନ ଏବଂ ଉତ୍ପାଦନ ଅନୁକୂଳ ହେବ । ଭାରତରେ ନିର୍ମିତ ହେବ କିନ୍ତୁ ମହାକାଶ କ୍ଷେତ୍ରର ସେବା ପାଇଁ ବିଶ୍ବସ୍ତରରେ କାର୍ଯ୍ୟ କରିବ ।” ଏହା କିଛି ବର୍ଷ ମଧ୍ୟରେ ହେବା ଉଚିତ୍, ଯାହା ଦ୍ବାରା ଆମେ ଅନ୍ୟ ଭାରତୀୟ ଲଞ୍ଚ ଯାନକୁ ଠିକ୍ ସମୟରେ ଅବସର ଦେଇପାରିବା ବୋଲି ଏସ ସୋମନାଥ କହିଛନ୍ତି ।