28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଭାରତ ଟେକ୍ସ-୨୦୨୪ ଉଦ୍‌ଘାଟିତ;  ଟେକ୍ସଟାଇଲ୍ କ୍ଷେତ୍ର ପ୍ରତି ପୂର୍ଣ୍ଣ ସମର୍ଥନ ରହିଛି

ଭାରତ ଟେକ୍ସ-୨୦୨୪ ଉଦ୍‌ଘାଟିତ;  ଟେକ୍ସଟାଇଲ୍ କ୍ଷେତ୍ର ପ୍ରତି ପୂର୍ଣ୍ଣ ସମର୍ଥନ ରହିଛି

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦେଶର ସର୍ବବୃହତ୍ ଗ୍ଲୋବାଲ୍ ଟେକ୍ସଟାଇଲ୍ କାର୍ଯ୍ୟକ୍ରମ ‘ଭାରତ ଟେକ୍ସ-୨୦୨୪’ର ଶୁଭ ଉଦ୍‌ଘାଟନ କରିଛନ୍ତି । ଆସନ୍ତା ୨୯, ଫେବ୍ରୁଆରୀ ଯାଏ ଏହି କାର୍ଯ୍ୟକ୍ରମ ଚାଲୁ ରହିବ । ଏହି ୪ ଦିନିଆ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟ ଯଥା ଗୁଜରାଟ, ମହାରାଷ୍ଟ୍ର ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟର ପାରମ୍ପରିକ ହସ୍ତତନ୍ତ ଏବଂ ହସ୍ତଶିଳ୍ପଜନିତ ବିଭିନ୍ନ ରୁଦ୍ଧିମନ୍ତ କାରୁକାର୍ଯ୍ୟର ପ୍ରଦର୍ଶନୀ କରାଯିବା ପାଇଁ ଭାରତ ଟେକ୍ସ-୨୦୨୪ କାର୍ଯ୍ୟକ୍ରମକୁ ଏକ ବୃହତ୍ ମଞ୍ଚ ଭାବେ ବିବେଚନା କରାଯାଉଛି ।

ଭାରତ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଆୟୋଜିତ ଏନେଇ ସ୍ୱତନ୍ତ୍ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମୋଦୀ କହିଛନ୍ତି, ବର୍ତ୍ତମାନ ସମୟରେ କଟନ୍‌, ଝୋଟ ଏବଂ ସିଲ୍କ ଆଦି ଉତ୍ପାଦନ କ୍ଷେତ୍ରରେ ଭାରତ ବିଶ୍ୱର ଅନ୍ୟତମ ସର୍ବବୃହତ୍ ଦେଶ ପାଲଟିଛି । ଲକ୍ଷ ଲକ୍ଷ ଚାଷୀ ଏହି କାମରେ ନିୟୋଜିତ ରହିଛନ୍ତି । ଭାରତ ସରକାର ମଧ୍ୟରେ ଲକ୍ଷ ଲକ୍ଷ କଟନ୍ ଚାଷୀଙ୍କ ଠାରୁ ଲକ୍ଷ ଲକ୍ଷ କ୍ୱିଣ୍ଟାଲ ପରିମାଣର କଟନ୍ କ୍ରୟ କରିବା ପୂର୍ବକ ସେମାନଙ୍କୁ ସମର୍ଥନ କରୁଛନ୍ତି । ତେବେ ଭାରତର ନିଜସ୍ୱ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଦିଗରେ ଭାରତ ସରକାରଙ୍କ ପକ୍ଷରୁ କସ୍ତୁରୀ କଟନ୍‌ର ଶୁଭାରମ୍ଭ କରାଯିବା ଏକ ବୃହତ୍ ପଦକ୍ଷେପ ସାବ୍ୟସ୍ତ ହେବାକୁ ଯାଉଛି । ଆଜିର କାର୍ଯ୍ୟକ୍ରମ କେବଳ ଟେକ୍ସଟାଇଲ ଏକ୍ସପୋ ନୁହେଁ, ବରଂ ଏହା ଅନେକ ଜିନିଷକୁ ଗୋଟିଏ ସୂତା ସହ ଯୋଡିବାର ଏକ ନିଆରା ପ୍ରୟାସ । ପରମ୍ପରା ସହ ଟେକ୍ନୋଲୋଜିକୁ ଯୋଡିବାର ଏହା ଏକ ପ୍ରୟାସ ବୋଲି ଗ୍ରହଣ କରାଯାଇପାରେ ।

ଭାରତ ଟେକ୍ସର ଏହି ସୂତ୍ର ଆଜିର ନବସୃଜନ ତଥା ପ୍ରତିଭା ସହ ଦେଶର ଗୌରବମୟ ଇତିହାସକୁ ସଂଯୋଗ କରିବାର ସାମର୍ଥ୍ୟ ରଖୁଛି । ଏକ ବିକଶିତ ଭାରତ ଗଠନ ଦିଗରେ ଟେକ୍ସଟାଇଲ୍‌୍ ବା ବୟନ କ୍ଷେତ୍ରର ବେଶ୍ ଗୁରୁତ୍ୱ ରହିଆସିଛି । ଏହି ଗୁରୁତ୍ୱ ତଥା ଅବଦାନକୁ ଆଗାମୀ ଦିନରେ ବ୍ୟାପକ କରିବା ଲକ୍ଷ୍ୟରେ ଆମ ସଭିଙ୍କୁ ଏକଜୁଟ୍ ହୋଇ କାର୍ଯ୍ୟ କରିବାକୁ ହେବ । ଭାରତୀୟ ବୟନ କ୍ଷେତ୍ରର ମୂଲ୍ୟ ସମ୍ପ୍ରତି ୧୨ଲକ୍ଷ କୋଟିରୁ ଅଧିକ ସ୍ତରରେ ପହଞ୍ôଚଥିବା ବେଳେ ଏହି କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ ଠାରୁ ଆରମ୍ଭ କରି କର୍ମନିଯୁକ୍ତି ପର୍ଯ୍ୟନ୍ତ ସବୁଥିରେ ଏକ ନୂଆ ଆଶାର ସଞ୍ଚାର ହୋଇପାରିଛି ।

ଏହି ଅବସରରେ ମୋଦୀ ନିଜ ୫ଏଫ୍ ଭିଜନ୍ ବା ଫର୍ମୁଲା ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି । ମୋଦୀଙ୍କ କହିବାନୁସାରେ ଟେକ୍ସଟାଇଲ୍ କ୍ଷେତ୍ରରେ ୫ ଏଫ୍‌ର ଫର୍ମୁଲା ଅନ୍ତର୍ଗତ ଫାର୍ମ-ଫାଇବର-ଫ୍ୟାକ୍ଟ୍ରି-ଫ୍ୟାସନ-ଫରେନ୍ ଉପରେ ପର୍ଯ୍ୟବେସିତ ରହିଛି । ଏହା ସଫଳ ହେଲେ ଭାରତୀୟ ଟେକ୍ସଟାଇଲ୍ ଶିଳ୍ପ, ବିଶ୍ୱସ୍ତରରେ ମଧ୍ୟ ପହଞ୍ôଚପାରିବ । ସେହିପରି ଗତ ୧୦ବର୍ଷ ମଧ୍ୟରେ ଖଦି ଓ ବୟନ ଶିଳ୍ପ କ୍ଷେତ୍ରରେ ଭାରତୀୟ ମହିଳାଙ୍କ ଆଗମନ ସେମାନଙ୍କୁ ଆତ୍ମନିର୍ଭର ତଥା ସେମାନଙ୍କ ଆର୍ଥିକ ସ୍ଥିତିକୁ ବେଶ୍ ସଶକ୍ତ କରିପାରିଛି । ଏହି ସମୟ ସୁଦ୍ଧା ଦେଶରେ ସୁତା, କପଡା ଏବଂ ପୋଷାକ ଉତ୍ପାଦନ ମଧ୍ୟ ୨୫% ପର୍ଯ୍ୟନ୍ତ ବୃଦ୍ଧି ପାଇଛି, ଯାହାକି ବେଶ୍ ଉତ୍ସାହଜନକ ।

ଆଗାମୀ ଦିନରେ ଏହି କ୍ଷେତ୍ରରେ ୪ଟି ପରମ୍ପରା ଯଥା ଟ୍ରାଡିସନାଲ, ଟେକ୍ନୋଲୋଜି, ଟ୍ୟାଲେଣ୍ଟ ଓ ଟ୍ରେନିଂକୁ ମଧ୍ୟ ସାମିଲ କରାଯିବ । ଏତଦ୍‌ବ୍ୟତୀତ ଭାରତ ସରକାର ଟେକ୍ସଟାଇଲ୍ କ୍ଷେତ୍ରରେ ମୁଖ୍ୟତଃ ଚିନ୍ତାର କାରଣ ରହିଥିବା ଗୁଣାତ୍ମକ ମାନ ନିୟାମକ (କ୍ୱାଲିଟ କଣ୍ଟ୍ରୋଲ୍‌) ଉପରେ ଯଥେଷ୍ଟ ଗୁରୁତ୍ୱାରୋପ ଦେଇଆସୁଛନ୍ତିି ବୋଲି ମୋଦୀ କହିଛନ୍ତି । ଭାରତ ଟେକ୍ସ-୨୦୨୪ କାର୍ଯ୍ୟକ୍ରମରେ ବିଶ୍ୱର ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ କମ୍ପାନୀର ସିଇଓ, ନୀତି ନିର୍ଦ୍ଧାରକ, ୩୫୦୦ରୁ ଊର୍ଦ୍ଧ୍ୱ ପ୍ରଦର୍ଶନକାରୀ, ୩୦୦୦ରୁ ଊର୍ଦ୍ଧ୍ୱ କ୍ରେତା, ୪୦ହଜାରରୁ ଅଧିକ ବ୍ୟବସାୟିକ ପ୍ରତିନିଧି, ବୁଣାକାର, ଟେକ୍ସଟାଇଲ୍ ଛାତ୍ରଛାତ୍ରୀ, କାରିଗର ଏବଂ ଶ୍ରମିକ ସାମିଲ ହେବା ନେଇ ପୂର୍ବାନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking