27.1 C
Bhubaneswar
Sunday, September 8, 2024
Homeଖେଳଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମହାମୁକାବିଲା

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମହାମୁକାବିଲା

ମୁମ୍ୱାଇ : ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମୁକାବିଲା। ଶ୍ରୀଲଙ୍କା ପଲ୍ଲେକେଲରେ ଉଭୟ ଦଳ ମୁହାଁମୁହିଁ ହେବେ । ଶ୍ରୀଲଙ୍କା ଗସ୍ତରେ ଟି-୨୦ ଓ ଦିନିକିଆ ସିରିଜ୍ ଖେଳିବାକୁ ଟିମ୍ ଇଣ୍ଡିଆ ଉପସ୍ଥିତ ଅଛି। ଏହି ଗସ୍ତ ମାଧ୍ୟମରେ ଟିମ୍ ଇଣ୍ଡିଆର ବରିଷ୍ଠ ଖେଳାଳିମାନେ ପଡ଼ିଆକୁ ଫେରିବେ। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଜୁଲାଇ ୨୭, ଶନିବାର ଖେଳାଯିବ। ଭାରତୀୟ ସମୟ ଅନୁସାରେ ମ୍ୟାଚ୍ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ। ଏହି ମ୍ୟାଚ୍ ପଲ୍ଲେକେଲର ପଲ୍ଲେକେଲ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ଟି-୨୦ ସିରିଜ୍ ର ତିନିଟି ଯାକ ମ୍ୟାଚ୍ ପଲ୍ଲେକେଲ୍ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ବର୍ତ୍ତମାନ ସୁଦ୍ଧା ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୨୯ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି।
ଏହି ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ୧୯ଟି ଜିତିଥିବା ବେଳେ ଶ୍ରୀଲଙ୍କା ମାତ୍ର ୯ଟି ବିଜୟ ହାସଲ କରିପାରିଛି। ସେପଟେ ଦୁହିଁଙ୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ମଧ୍ୟ ଅସଫଳ ହୋଇଛି। ଏହା ପୂର୍ବରୁ ୨୦୨୩ ଜାନୁଆରିରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜ୍ ଖେଳାଯାଇଥିଲା। ଏହି ସିରିଜରେ ଭାରତ ୨-୧ରେ ବିଜୟୀ ହୋଇଥିଲା। ତେବେ ଏହାପରେ ଭାରତ ଘରୋଇ ମାଟିରେ ସିରିଜ୍ ଖେଳିଥିଲା। ଏଥର ସିରିଜ୍ ଶ୍ରୀଲଙ୍କାରେ ଖେଳାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking