18.1 C
Bhubaneswar
Monday, November 25, 2024
Homeଖେଳଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ

ନୂଆଦିଲ୍ଲୀ:: ଆଜିଠୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବ ଟେଷ୍ଟ ମ୍ୟାତ । ଟି-ଟ୍ବେଣ୍ଟି ଓ ଦିନିକିଆ ପରେ ଏବେ ଟେଷ୍ଟ ସିରିଜ ଖେଳିବ ଭାରତ । ବିଶ୍ବକପର ପରେ ଟିମ୍‌ ଇଣ୍ଡିଆ ପ୍ରଥମ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି । ରୋହିତ ଶର୍ମାଙ୍କ ନେତୃତ୍ବରେ ଆଜି ମଇଦାନକୁ ଓହ୍ଳାଇବ ମେନ୍‌ ଇନ୍‌ ବ୍ଲୁ’ । ଟି-20, ଦିନିକିଆରେ ବିଶ୍ରାମ ଦିଆଯାଇଥିବା ବରିଷ୍ଠ ଖେଳାଳି ଟେଷ୍ଟ ସିରିଜ ପାଇଁ ଦଳକୁ ଫେରିଛନ୍ତି । ବିରାଟ କୋହଲି, ରୋହିତ ଶର୍ମା ଓ ଯଶପ୍ରୀତ ବୁମରା ବିଶ୍ବକପ ପରେ କୌଣସି ମ୍ୟାଚ୍‌ ଖେଳିନଥିବା ବେଳେ ଟେଷ୍ଟ ମ୍ୟାଚ ପାଇଁ ପୁରା ପ୍ରସ୍ତୁତ ହୋଇଛନ୍ତି ।

ଦୀର୍ଘ ମାସ ପରେ ଟିମ୍‌ ଇଣ୍ଡିଆ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛି । ଏଥିପାଇଁ ଜୋରଦାର ପ୍ରସ୍ତୁତି ଶେଷ କରିଛି ରୋହିତ ବାହିନୀ । ଦକ୍ଷିଣ ଆଫ୍ରିକାର ସ୍ପୋର୍ଟ୍ସ ପାର୍କରେ ଟେଷ୍ଟ ମ୍ୟାଚ୍‌ ଖେଳାଯିବ । ମଧ୍ୟାହ୍ନ ସମୟରେ ଏହି ମ୍ୟାଚ୍‌ ଆରମ୍ଭ ହେବ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟି-20 ସିରିଜ ଡ୍ର’ ରହିଥିବା ବେଳେ ଦିନିକିଆରେ ଟିମ୍‌ ଇଣ୍ଡିଆ ସିରିଜ କବ୍‌ଜା କରିଥିଲା । ଏବେ ଭାରତୀୟ ଦଳର ନଜର ଟେଷ୍ଟ ସିରିଜ ଉପରେ । ବରିଷ୍ଠ ଖେଳାଳି ଦଳକୁ ଫେରିଥିବାରୁ ଟେଷ୍ଟ ମ୍ୟାଚ ଭାରତ ସପକ୍ଷରେ ଯିବା ନେଇ ଆଶା କରାଯାଉଛି । କିନ୍ତୁ ଭାରତ ପାଇଁ ବିଜୟ ସହଜ ହେବ ନାହିଁ । 1992ରୁ ଆଜି ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ସହ ଯେତେ ଟେଷ୍ଟ ମ୍ୟାଚ୍‌ ଖେଳାଯାଇଛି ଘରୋଇ ଦଳ ଅଧିକ ମ୍ୟାଚ୍‌ରେ ବିଜୟୀ ହୋଇଛି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking