କଟକ: କଟକ ଅଭିମୁଖେ ଭାରତ, ଦକ୍ଷିଣ ଆଫ୍ରିକା ଟିମ୍ । କଡା ସୁରକ୍ଷା ଭିତରେ ଭୁବନେଶ୍ୱରରୁ କଟକ ଯାଉଛନ୍ତି ଖେଳାଳି । ଆଜି ବାରବାୟୀରେ ଟି -୨୦ର ପ୍ରଥମ ମ୍ୟାଚି ଖେଳାଯିବ । ୭ଟାରେ ହାଇ ଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ପାଇଁ ଉତ୍କଣ୍ଠା । ସେପଟେ ବାରବାଟୀରେ ଦର୍ଶକ ଗ୍ୟାଲେରୀ ଗେଟ୍ ଖୋଲିଛିା ଖଚାଖଚ ଭିଡ, ଧାଡିରେ ପ୍ରବେଶ କରୁଛନ୍ତି ଦର୍ଶକ । ପକେଟମାରଙ୍କ ପ୍ରତି ସଜାଗ ପାଇଁ ପୋଲିସ ପରାମର୍ଶ ଦେଇଛି । ଦର୍ଶକଙ୍କ ମଧ୍ୟରେ ଓପ୍ନର ଅଭିଷେକ ଶର୍ମାଙ୍କ କ୍ରେଜ୍ ଅଧିକା ରହିଛି । ଅଭିଷେକ ଶର୍ମାଙ୍କ ଠାରୁ ଧୂଆଁଧାର ବ୍ୟାଟିଂ ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ । ଆଉ କିଛି ଦର୍ଶକ ଗିଲ୍, ସୂର୍ଯ୍ୟଙ୍କ ନାଁ ନେଉଛନ୍ତି । ତେବେ ଦେଖିବାକୁ ବାକି ରହିଲା ଆଜିର ମ୍ୟାଚ୍ରେ କେଉଁ ଦଳ ବାଜି ଜିତିବ ।










