25.1 C
Bhubaneswar
Wednesday, February 11, 2026
Homeଖେଳଭାରତ-ପାକିସ୍ତାନ ମହାମୁକାବିଲା ଆଜି; ଟ୍ରାକ୍‌କୁ ଫେରିବା ଲକ୍ଷ୍ୟରେ ଭାରତ

ଭାରତ-ପାକିସ୍ତାନ ମହାମୁକାବିଲା ଆଜି; ଟ୍ରାକ୍‌କୁ ଫେରିବା ଲକ୍ଷ୍ୟରେ ଭାରତ

ଦୁବାଇ: ୟୁଏଇରେ ଆୟୋଜିତ ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ୨୦୨୪ରେ ଭାରତୀୟ ମହିଳା ଟିମ୍ ବିଜୟୀ ଅଭିଯାନରୁ ବଞ୍ଚିତ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଟିମ୍‌କୁ ନ୍ୟୁଜିଲାଣ୍ଡଠାରୁ ୫୮ ରନ୍‌ରେ ଶୋଚନୀୟ ଭାବେ ପରାଜିତ ହେବାକୁ ପଡ଼ିଛି। ଆସନ୍ତାକାଲି ଟିମ୍ ଇଣ୍ଡିଆ ଦ୍ୱିତୀୟ ମ୍ୟାଚ୍‌ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ପାକିସ୍ତାନ ପ୍ରଥମ ମ୍ୟାଚ୍‌ରେ ଏସୀୟ ଚାମ୍ପିଅନ୍ ଶ୍ରୀଲଙ୍କାକୁ ହରାଇ ଟୁର୍ଣ୍ଣାମେଣ୍ଟ୍‌ରେ ଅଭିଯାନ ଆରମ୍ଭ କରିଛି। ଏପରି ସ୍ଥିତିରେ ଟିମ୍‌ର ଲକ୍ଷ୍ୟ ଲଗାତାର ଦ୍ୱିତୀୟ ବିଜୟ ଉପରେ ରହିବ। ଅନ୍ୟପକ୍ଷରେ ଭାରତ ଆଗରେ ବିଜୟ ଖାତା ଖୋଲିବାର କଠିନ ଚ୍ୟାଲେଞ୍ଜ୍ ରହିବ। ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠାରୁ ପରାଜିତ ହେବା ପରେ ଭାରତର ସେମିଫାଇନାଲ୍ ରାସ୍ତା କଷ୍ଟକର ହୋଇପଡ଼ିଛି। ସେମିଫାଇନାଲ୍ ଖେଳିବାକୁ ହେଲେ ଟିମ୍ ଇଣ୍ଡିଆକୁ ବାକି ସମସ୍ତ ଗ୍ରୁପ୍ ମ୍ୟାଚ୍ ଜିତିବାକୁ ହେବ। ଯଦିଓ ପାକିସ୍ତାନ ବିପକ୍ଷରେ ହରମନପ୍ରୀତ୍ କୌର୍‌ଙ୍କ ନେତୃତ୍ୱାଧୀନ ଟିମ୍‌ର ହେଡ୍ ଟୁ ହେଡ୍ ରେକର୍ଡ ଉନ୍ନତ ରହିଛି ତେବେ ଭାରତ ଟୁର୍ଣ୍ଣାମେଣ୍ଟ୍‌ରେ ପ୍ରଥମ ପରାଜୟ ପରେ ପାକିସ୍ତାନକୁ ହାଲୁକାରେ ନେବାର ଭୁଲ କରିବାକୁ ଚାହିଁବ ନାହିଁ। ଦୁଇ ଟିମ୍ ମଧ୍ୟରେ ପୂର୍ବରୁ ମୋଟ ୧୫ ମ୍ୟାଚ୍ ଖେଳାଯାଇଥିବା ବେଳେ ଭାରତ ୧୨ଟି ମ୍ୟାଚ୍‌ରେ ବିଜୟୀ ହୋଇଛି। ପାକିସ୍ତାନ ମାତ୍ର ୩ଟି ମ୍ୟାଚ୍ ଜିତିଛନ୍ତି। ଗତ ମହିଳା ଟି-୨୦ ବିଶ୍ୱକପ୍‌ରେ ଭାରତର ୭ ୱିକେଟ୍‌ରେ ପାକିସ୍ତାନକୁ ହରାଇଥିଲା। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ରବିବାର ଅପରାହ୍ଣ ସାଢ଼େ ୩ଟାରେ ଖେଳାଯିବାକୁ ଥିବା ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ମହାମୁକାବିଲା ଉପରେ ସାରା ବିଶ୍ୱର କ୍ରିକେଟ୍‌ପ୍ରେମୀଙ୍କ ନଜର ରହିଛି।
ଭାରତୀୟ ଟିମ୍‌: ହରମନପ୍ରୀତ୍ କୌର (କ୍ୟାପ୍‌ଟେନ୍‌), ସ୍ମୃତି ମନ୍ଧାନା, ଶେଫାଳୀ ବର୍ମା, ଦୀପ୍ତି ଶର୍ମା, ଜେମିମା ରଡ୍ରିଗ୍ସ, ରିଚା ଘୋଷ, ୟାସ୍ତିକା ଭାଟିଆ, ପୂଜା ବସ୍ତ୍ରାକର, ଅରୁନ୍ଧତୀ ରେଡ୍ଡୀ, ରେଣୁକା ସିଂହ ଠାକୁର, ଦୟାଲନ ହେମଲତା, ଆଶା ଶୋଭନା, ରାଧା ଯାଦବ, ଶ୍ରେୟଙ୍କା ପାଟିଲ, ସଜନା ସଜୀବନ।
ପାକିସ୍ତାନୀ ଟିମ୍‌: ଫାତିମା ଶନା (କ୍ୟାପ୍‌ଟେନ୍‌), ଆଲିୟା ରିୟାଜ୍‌, ଡାଏନା ବେଗ୍‌, ଗୁଲ୍ ଫିରୋଜା, ଇରମ ଜାଭେଦ, ମୁନିବା ଅଲୀ, ନଶରା ସୁନ୍ଧୁ, ନିଦା ଡାର, ଓମାଇମା ସୋହେଲ୍‌, ସାଦିୟା ଇକ୍‌ବଲ୍ (ଫିଟ୍‌ନେସ୍ ଆଧାରରେ), ସିଦରା ଅମିନ, ସୟଦା ଅରୁବ ଶାହ, ତସ୍ମିୟା ରୁବାବ୍‌, ସୁବା ହସନ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking