ନୂଆଦିଲ୍ଲୀ: ଋଷ ୟୁକ୍ରେନ ଉପରକୁ ଆକ୍ରମଣ କରିଛି । ହାମଲା ନେଇ ଆଦେଶଷ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଇଛନ୍ତି । ଏହାରି ମଧ୍ୟରେ ଭାରତ କହିଛି ଯେ, ଯଦି ଋଷ ଓ ୟୁକ୍ରେନ ଶତ୍ରୁତା ମଧ୍ୟରେ ଅଂଙ୍କୁଶ ନଲାଗେ ପରେ ଏହା ଏକ ବଡ ସଂକଟରେ ପରିବର୍ତନ ହେବ । ଭାରତର ସ୍ଥାୟୀ ପ୍ରତିନିଧି ଟିଏସ ତିରୁମୂର୍ତ୍ତି କହିଛନ୍ତି, ଏହି ସ୍ଥିତି ଏକ ବଡ ସଂକଟ ଆଡକୁ ବଢୁଛି । ଆମେ ଘଟଣାକ୍ରମ ଉପରେ ଗଭୀର ଚିନ୍ତା ପ୍ରକଟ କରୁଛୁ । ଯଦି ସାବଧାନତାର ସହ ଏହାକୁ କାବୁ କରାନଯାଏ, ତେବେ ଏହା କ୍ଷେତ୍ରର ଶାନ୍ତି ତଥା ସୁରକ୍ଷାକୁ ଦୁର୍ବଳ କରିପାରେ । ନିରନ୍ତର ରାୟନ୍ୟାୟିକ ସମ୍ବାଦ ଦ୍ୱାରା ଏହାର ସମାଧାନ ହୋଇପାରିବ । ଭାରତ ୟୁକ୍ରେନର ବିଭିନ୍ନ ସ୍ଥାନରେ ରହୁଥିବା ନିଜ ନାଗରିକଙ୍କୁ ସ୍ୱଦେଶ ଫେରାଇ ।ଣିବା ପାଇଁ ସାହାଯ୍ୟ କରୁଛି ।
ତେବେ କ୍ରିମିୟା ରାସ୍ତା ଦେଇ ୟୁକ୍ରେନରେ ଋଷ ସେନା ପ୍ରବେଶ କରୁଛନ୍ତି । ଋଷ ୟୁକ୍ରେନ ସେନାଙ୍କୁ ହତିଆର ପକାଇବା ପାଇଁ କହିଲା । ତେବେ ପୁଟିନ କହିଛନ୍ତି ତାଙ୍କର କବଜା କରିବା ଉଦ୍ଦେଶ୍ୟ ନାହିଁ । ମିଲିଟ୍ରି ଅପରେସନ ନିର୍ଣ୍ଣୟ ନେଇଥିବା ଟିଭିରେ ପୁଟିନ କହିଛନ୍ତି ।