ଭୁବନେଶ୍ୱର: ସଂସଦରୁ ବିରୋଧି ଦଳମାନଙ୍କର ୧୪୬ ଜଣ ସାଂସଦକୁ ନିଲମ୍ବନ ଏବଂ ସଂସଦୀୟ ଗଣତନ୍ତ୍ର ହତ୍ୟା ବିରୋଧରେ ଆହୂତ ଦେଶବ୍ୟାପୀ ପ୍ରତିବାଦ ଦିବସ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ପଟୁଆର ଏବଂ ଗଣ ସତ୍ୟାଗ୍ରହ ସଂଗଠିତ କରି ସମାପନ ହୋଇଯାଇଛି । ମୋଦି ସରକାରଙ୍କର ଏକଛତ୍ରବାଦୀ ନୀତିର ପ୍ରତିବାଦ କରି ଶତାଧିକ ରାଜନୈତିକ ନେତାମାନେ ଗିରଫ ହୋଇଥିଲେ । ଇଣ୍ଡିଆ ମେଂଟ ଭୁକ୍ତ ଓଡିଶାର ରାଜନୈତିକ ଦଳମାନଙ୍କର ପ୍ରମୁଖ ରାଜ୍ୟ ନେତୃବୃନ୍ଦ କହିଛନ୍ତି ଯେ ଭାରତୀୟ ସମ୍ବିଧାନରେ ସଂସଦ ହେଉଛି ସର୍ବୋଚ୍ଚ ଗଣତାନ୍ତ୍ରିକ ଅନୁଷ୍ଠାନ । ବିରୋଧି ସାଂସଦମାନେ ପ୍ରତିବାଦ କରିବା ଏକ ଗଣତାନ୍ତ୍ରିକ ଏବଂ ସାମ୍ବିଧାନିକ ଅଧିକାର । ମୋଦି ସରକାର ସଂସଦର ସମସ୍ତବିଧି ବ୍ୟବସ୍ଥା ଏବଂ ସମ୍ବିଧାନର ନୀତିନିୟମକୁ ଜଳାଞ୍ଜଳି ଦେଇ ରାଜ୍ୟସଭା ଅଧ୍ୟକ୍ଷ ଏବଂ ଲୋକସଭା ବାଚସ୍ପତିଙ୍କୁ ବ୍ୟବହାର କରି ୧୪୬ ଜଣ ବିରୋଧି ଦଳର ସାଂସଦଙ୍କୁ ନିଲମ୍ବନ କରିଛନ୍ତି ।
ଏହା ଏକ ଛତ୍ରବାଦୀ ଏବଂ ଅସହଷ୍ଣୁତାର ସୀମାଲଘଂନ କରିଛି ବୋଲି ବିରୋଧି ଦଳ ନେତୃବୃନ୍ଦ କହିଛନ୍ତି । ଭାରତରେ ସଂସଦୀୟ ଗଣତନ୍ତ୍ର ବହୁ ପରୀକ୍ଷିତ ଏବଂ ପରିପକ୍ୱ ଗଣତାନ୍ତ୍ରିକ ବ୍ୟବସ୍ଥା । ମୋଦି ସରକାରଙ୍କ ସୌରାଚାରୀ ଓ ଅଗଣତାନ୍ତ୍ରିକ ଆକ୍ରମଣ ପାଇଁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ବିରୋଧି ଦଳମାନେ ଚେତାଇ ଦେଇଛନ୍ତି । ଅବିଳମ୍ବେ ୧୪୬ ଜଣ ସାଂସଦଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାପାଇଁ ଇଣ୍ଡିଆ ମେଂଟ, ଓଡିଶା ତରଫରୁ ଦାବୀ କରାଯାଇଛି । ଆଜି ଭୁବନେଶ୍ୱରରେ ସଂଗଠିତ ହୋଇଥିବା ମିଳିତ ପଟୁଆର, ବିକ୍ଷୋଭ ଏବଂ ଗଣସତ୍ୟାଗ୍ରହ ଆନ୍ଦୋଳନରେ ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ,ସିପିଆଇ(ଏମ୍),ସିପିଆଇ-ଏମ୍-ଏଲ୍ (ଲିବେରେସନ), ଅଲ ଇଣ୍ଡିଆ ଫରୱାର୍ଡବ୍ଲକ୍, ଆମ୍ ଆଦ୍ମୀ ପାର୍ଟି, ସମାଜବାଦୀ ପାର୍ଟି, ଏନସିପି, ଆରଜେଡି, ସମତାକ୍ରନ୍ତିଦଳ, ସିପିଆଇ-ଏମ୍-ଏଲ୍ (ରେଡଷ୍ଟାର), ତୃଣମୂଳ କଂଗ୍ରେସ, ଜେ. ଏମ୍ .ଏମ୍ ଏବଂ ସମୃଦ୍ଧ ଓଡିଶା ଇତ୍ୟାଦି ଦଳଗୁଡିକ ସାମିଲ ହୋଇଥିଲୋ ମାଷ୍ଟରକ୍ୟାଂଟିନ ଛକଠାରୁ ମିଳିତ ପଟୁଆର ବାହାରି ମହାତ୍ମା ଗାନ୍ଧୀ ମାର୍ଗରେ ବିକ୍ଷୋଭ ସମାବେଶ ଏବଂ ଗଣ ସତ୍ୟାଗ୍ରହ ସଂଗଠିତ କରାଯାଇଥିଲା ।
ସୁରେଶ ପାଣିଗ୍ରାହୀଙ୍କ ସଂଯୋଜନାରେ ସଂଗଠିତ ହୋଇଥିବା ଆଜିକାର ଏହି ପ୍ରତିବାଦ ଆନ୍ଦୋଳନରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସମେତ ପ୍ରସାଦ ହରିଚନ୍ଦନ, ରାମକୃଷ୍ଣ ପଣ୍ଡା, ଅଳିକିଶୋର ପଟ୍ଟନାୟକ, ଅଭୟ ସାହୁ, ଯୁଧିଷ୍ଠିର ମହାପାତ୍ର, ଜ୍ୟୋତିରଞ୍ଜନ ମହାପାତ୍ର, ରବି ବେହେରା, ସୌମ୍ୟରଞ୍ଜନ ସ୍ୱାଇଁ, ବିକ୍ରମ ସ୍ୱାଇଁ, ପ୍ରଭାଷ ସାମନ୍ତରାୟ, ପ୍ରମିଳା, ଶେଖ ଅବଦୁଲ ୱାଲି ଏବଂ ହେମନ୍ତ କୁମାର ପ୍ରମୁଖ ନେତୃବୃନ୍ଦ ବକ୍ତବ୍ୟ ରଖିଥିଲେ । ଏତଦ୍ବ୍ୟତୀତ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ ରାଉତରାୟ, ଜୟଦେବ ଜେନା, ଶିବାନନ୍ଦ ରାୟ, ବିଶ୍ୱଜିତ ଦାଶ, ଚିନ୍ମୟ ବେଉରିଆ, କିଶୋର ଜେନା, ଅମିୟ ପାଣ୍ଡବ, ରଜନୀ ମହାନ୍ତି, ପ୍ରଣତି ମିଶ୍ର, ଆଶିଷ କାନୁନଗୋ, ଶ୍ରିନିବାସ ରାଉତରାୟ, ଚିନ୍ମୟ ସୁନ୍ଦର ଦାସ, ରଜତ ଚୌଧୁରୀ, ସୁବ୍ରତ ମହାପାତ୍ର, ୟାସିର ନୱାଜ, ପ୍ରକାଶ ମିଶ୍ର, ରାଧାକାନ୍ତ ସେଠୀ, ଜୟନ୍ତ ଦାସ, କ୍ଷିରୋଦ ସିଂହଦେଓ, ବିଜୟ ଜେନା, ସୁର ଜେନା, ସଂଘମିତ୍ରା ଜେନା, ଜଗନ୍ନାଥ ମିଶ୍ର, ଯମେଶ୍ୱର ସାମନ୍ତରାୟ, ପୁଷ୍ପା ଦାସ, ତାପସୀ ପ୍ରହରାଜ, ପ୍ରଦିପ୍ତ ନାୟକ, ପ୍ରଭାତ ପାଣିଗ୍ରାହୀ, ରମେଶ ଜେନା, ଅଶୋକ ପ୍ରଧାନ, ସର୍ବେଶ୍ୱର ଭାରତୀ, ପୂର୍ଣ୍ଣଚନ୍ଦ୍ର ପାଢୀ, ସୁଶାନ୍ତ ସୁନା, ଲକ୍ଷ୍ମୀ ଦୋରା, ଲକ୍ଷ୍ମୀ ଆଜାଦ, ସଞ୍ଜୟ ନାୟକ, ଦିପୁ ଯାଦବ, କୃଷ୍ଣଚନ୍ଦ୍ର ପତି, ମନୋରଞ୍ଜ ରାଉତ, ଜୟସୂର୍ଯ୍ୟ କାନୁନଗୋ, ଅମୀୟ ଶର୍ମା, ସୋମନାଥ ରାଉତ ଏବଂ ହେନା ବାରିକ ପ୍ରମୁଖ ବହୁ ବରିଷ୍ଠ ନେତୃବୃନ୍ଦ ନେତୃତ୍ୱ ନେଇଥିଲେ ।