ଇନ୍ଦୋର: ଇନ୍ଦୋର ଟେଷ୍ଟରେ ୯ ୱିକେଟରେ ହାରିଲା ଭାରତ । ୭୬ ରନ୍ ଟାର୍ଗେଟକୁ ୧ ୱିକେଟକୁ ୧ ୱିକେଟ ହରାଇ ହାସଲ କଲା ଅଷ୍ଟ୍ରେଲିଆ । ୪ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ ।
ଖବର ମୁତାବକ, ଇନ୍ଦୋରରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍ରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ନିରାଶାଜନକ ହୋଇଛି। ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ପ୍ରଥମ ଇନିଂସରେ ୧୦୯ ରନ୍ ଏବଂ ଦ୍ୱିତୀୟ ଇନିଂସରେ ୧୬୩ ରନ୍ କରି ଅଲଆଉଟ ହୋଇଯାଇଥିଲା।
ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୭ ରନ୍ ସଂଗ୍ରହ କରିଥିଲା। ମ୍ୟାଚ୍ ଜିତିବା ପାଇଁ ଅଷ୍ଟ୍ରେଲିଆ ୭୬ ରନ୍ ଆବଶ୍ୟକ କରିଥିଲା । ଏହି ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ୨-୦ରେ ଆଗରେ ରହିଥିଲା । ନାଗପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ଏବଂ ଦିଲ୍ଲୀରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ ଜିତିଥିଲେ।