20.1 C
Bhubaneswar
Monday, November 25, 2024
Homeଦେଶ ବିଦେଶ୨୦୩୫ ସୁଦ୍ଧା ମହାକାଶରେ ସ୍ପେସ୍ ଷ୍ଟେସନ ପ୍ରତିଷ୍ଠା କରିବ ଭାରତ

୨୦୩୫ ସୁଦ୍ଧା ମହାକାଶରେ ସ୍ପେସ୍ ଷ୍ଟେସନ ପ୍ରତିଷ୍ଠା କରିବ ଭାରତ

ନୂଆଦିଲ୍ଲୀ : ଅନ୍ତରୀକ୍ଷରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଏ ନେଇ ପ୍ରସ୍ତୁତି ଚଳାଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ । ଆସନ୍ତା ୨୦୩୫ ମସିହା ସୁଦ୍ଧା ଅନ୍ତରୀକ୍ଷରେ ନିଜର ଏକ ସ୍ପେସ୍ ସେଣ୍ଟର ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି । ଏ ନେଇ ବିଭିନ୍ନ ଉଦ୍ୟୋଗଙ୍କୁ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରଦାନ କରାଯାଇଛି । ଅନ୍ତରୀକ୍ଷରେ ଓଜନିଆ ପେଲୋଡ୍ କିଭଳି ସ୍ଥାପନ ହୋଇପାରିବ ଏବଂ ଗୋଟିଏ ରକେଟ୍କୁ ଏକାଧିକ ଥର କିଭଳି ପଠାଯାଇପାରିବ ସେ ନେଇ ପ୍ରସ୍ତାବ ରଖିଛି ଇସ୍ରୋ । ଉଦ୍ୟୋଗପତି ମାନେ ଇସ୍ରୋ ସହିତ ଯେଭଳି ସହଭାଗିତା ରଖିବେ ସେଥିପାଇଁ ପ୍ରସ୍ତାବଗୁଡିକୁ ଉପସ୍ଥାପନ କରାଯାଉଛି ।
ଇସ୍ରୋ ଅଧ୍ୟକ୍ଷ ଏମ୍ ସୋମନାଥ ମଙ୍ଗଳବାର କହିଛନ୍ତି ଯେ, ‘ମହାକାଶ ଗବେଷଣା ସଂସ୍ଥା ଅନବରତ ଭାବେ ରକେଟ୍ ଡିଜାଇନ କାର୍ଯ୍ୟ ଜାରି ରଖିଛି । ତେଣୁ ଏଥିରେ ବିଭିନ୍ନ ଉଦ୍ୟୋଗ ଇସ୍ରୋ ସହିତ ପାର୍ଟନରସିପ୍ କରିବେ ବୋଲି ଆଶା ରଖିଛୁ । ମହାକାଶରେ ଭାରତ କିଭଳି ଆହୁରି ଶକ୍ତିଶାଳୀ ହୋଇପାରିବ ସେ ନେଇ ପୂରା ପ୍ରଚେଷ୍ଟା କରାଯାଉଛି । ବିକାଶ ପ୍ରକ୍ରିୟାରେ ଉଦ୍ୟୋଗ ଜଗତକୁ ମଧ୍ୟ ସାଥିରେ ନେଇ ଯିବାକୁ ଆମେ ପ୍ରଚେଷ୍ଟା ଜାରି ରଖିଛୁ । ଆମେ ସମସ୍ତ ଟଙ୍କା ଖର୍ଚ୍ଚ କରିବା ଅପେକ୍ଷା କୌଣସି ଉଦ୍ୟୋଗ ଏଥିପାଇଁ ନିବେଶ କରିବା ଆମ ପାଇଁ ବେଶ୍ ସହାୟକ ହେବ’।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking