26.1 C
Bhubaneswar
Friday, March 27, 2026
Homeଦେଶ ବିଦେଶଭାରତ ମହାନ ଦେଶ, ଶୀର୍ଷରେ ମୋ ବନ୍ଧୁ: ଟ୍ରମ୍ପ

ଭାରତ ମହାନ ଦେଶ, ଶୀର୍ଷରେ ମୋ ବନ୍ଧୁ: ଟ୍ରମ୍ପ

ନୂଆଦିଲ୍ଲୀ: ଇଜିପ୍ଟର ଶର୍ମ ଏଲ୍-ଶେଖ ସହରରେ ଗାଜା ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର କରିବା ପୂର୍ବରୁ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଅଭିଭାଷଣ ରଖିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନୁପସ୍ଥିତି ସତ୍ତ୍ୱେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ । ଐତିହାସିକ ଗାଜା ଶାନ୍ତି ଚୁକ୍ତି ସ୍ୱାକ୍ଷର ଅବସରରେ ଭୁରି ଭୁରି ପ୍ରଶଂସା କଲେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସାମ୍ନାରେ ମୋଦିଙ୍କୁ ପ୍ରଶଂସା କଲେ । କହିଲେ ଭାରତ ଏକ ମହାନ ଦେଶ ଯେଉଁଠି ମୋର ଜଣେ ବହୁତ ଭଲ ବନ୍ଧୁ ଶୀର୍ଷରେ । ମୋଦି ଏକ ଚମତ୍କାର କାମ କରିଛନ୍ତି ବୋଲି କହିଲେ ଟ୍ରମ୍ପ । ମୁଁ ଭାବୁଛି ଯେ ଭାରତ ଓ ପାକିସ୍ତାନ ବହୁତ ଭଲ ଭାବରେ ଏକାଠି ରହିବେ ।

ଟ୍ରମ୍ପ ତାଙ୍କ ଭାଷଣରେ ପାକିସ୍ତାନୀ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କୁ ତାଙ୍କର ପ୍ରିୟ ଫିଲ୍ଡ ମାର୍ଶାଲ ବୋଲି କହିଥିଲେ ଏବଂ ଶାହବାଜ ସରିଫଙ୍କୁ ଅସୀମ ମୁନିରଙ୍କୁ ଟ୍ରମ୍ପଙ୍କ ସମ୍ମାନ ଦେବାକୁ କହିଥିଲେ। ଏହା ପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ କହିବାର ସୁଯୋଗ ଦେଇଥିଲେ, ଯେଉଁଥିରେ ଶାହବାଜ ସରିଫ ପ୍ରଥମେ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ପୁଣି ଥରେ ମନୋନୀତ କରିଥିଲେ ଏବଂ କହିଥିଲେ, ମୁଁ ପୁଣି ଥରେ ଏହି ମହାନ ରାଷ୍ଟ୍ରପତିଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିବାକୁ ଚାହୁଁଛି କାରଣ ସେ ସବୁଠାରୁ ସଚ୍ଚୋଟ ଏବଂ ଚମତ୍କାର ପ୍ରାର୍ଥୀ ଏବଂ ସେ କେବଳ ଦକ୍ଷିଣ ଏସିଆରେ ଶାନ୍ତି ସ୍ଥାପନ କରିନାହାଁନ୍ତି ବରଂ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking