19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଲାଦଖରେ ୨୦ ଯବାନ ଶହୀଦ ହେବା ପରେ ସର୍ବଦଳୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଲାଦଖରେ ୨୦ ଯବାନ ଶହୀଦ ହେବା ପରେ ସର୍ବଦଳୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପୂର୍ବ ଲାଦାଖରେ ଭାରତ-ଚୀନ ସୀମାରେ ଉପତ୍ତି ହୋଇଥିବା ସମସ୍ୟାର ସମାଧାନ ପାଇଁ ଜୁନ ୧୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ ଡାକିଛନ୍ତି । ତେବେ ଭାରତ-ଚୀନ ସାଂପ୍ରତିକ ସ୍ଥିତିକୁ ନେଇ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ-ଚୀନ ସୀମା ଅଂଚଳରେ ଉପୁଜିଥିବା ସ୍ଥିତି ଉପରେ ଆଲୋଚନା କରିବା ପାଇଁ ୧୯ ତାରିଖ ସନ୍ଧ୍ୟା ୫ଟାରେ ସର୍ବଦଳୀୟ ବୈଠକ ଡାକିଛନ୍ତି । ଭର୍ଚୁଆଲ ବୈଠକରେ ବିଭିନ୍ନ ରାଜନୈତିକ ଦଳର ସଭାପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେବେ ପୂର୍ବ ଲାଦାଖରେ ସୋମବାର ରାତିରେ ଚୀନର ପିପୁଲ୍ସ ଲିବରେସନ ଆର୍ମି ଏବଂ ଭାରତୀୟ ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଫଳରେ ୨୦ ଜଣ ଯବନା ସହିଦ ହୋଇଥିଲେ । ଅନ୍ୟପଟେ ଚୀନର ବି ଅନେକ ସୈନିକ ମୃତ୍ୟୁବରଣ କରିଥିଲେ ।

ଏହାପରେ ବିଭିନ୍ନ ରାଜନୌତିକ ଦଳ ପିଏମ ମୋଦିଙ୍କୁ ଅନେକ ପ୍ରଶ୍ନ କରିଛନ୍ତି । କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଥିଲେ ଯେ, ‘ଆମ ସୈନିକଙ୍କୁ ମାରିବା ପାଇଁ ଚୀନ ସାହସ କଲା କେମିତି’ ? ମୋଦିଙ୍କ ନିରବତା ଉପରେ ବି ରାହୁଲ ଟ୍ୱିଟ ମାଧ୍ୟମରେ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ‘ପିଏମ କଣ ପାଇଁ ନିରବ ଅଛନ୍ତି ? ଏବେ ବହୁତ ହୋଇଗଲା । ଆମେ ଜାଣିବାକୁ ଚାହୁଁଛୁ ଏ ସବୁ କଣ ହେଉଛି ? ଆମ ଯବାନଙ୍କୁ ଚୀନ ମାରିବା ପାଇଁ ସାହସ କେମିତି କଲା ? ଆଉ ଆମ ସ୍ଥାନକୁ କବଜା କରିବାକୁ ଚୀନ କେମିତି ସାହସ କଲା’ ବୋଲି ସେ ପ୍ରଶ୍ନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking