18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଆଜି ଭାରତ-ଚୀନ ଗୁରୁତ୍ୱପୂର୍ଣ୍ଣ ବୈଠକ

ଆଜି ଭାରତ-ଚୀନ ଗୁରୁତ୍ୱପୂର୍ଣ୍ଣ ବୈଠକ

ବ୍ୟୁରୋ : ୨୦୨୦ ଗଲୱାନ ଘାଟି ରକ୍ତାକ୍ତ ସଂଘର୍ଷ ପରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଥିଲା ଭାରତ । ଭାରତ-ଚୀନ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଭାରତ ଆପଣାଇଥିଲା ଆକ୍ରମଣାତ୍ମକ ଆଭିମୁଖ୍ୟ । ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଚୀନ ସହ ଯୁଦ୍ଧ ପାଇଁ ମଧ୍ୟ ହୋଇଥିଲା ସମସ୍ତ ପ୍ରସ୍ତୁତି । ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ପିଟିଆଇକୁ ଦିଆଯାଇଥିବା ଏକ ରିପୋର୍ଟରେ ଏହି ତଥ୍ୟ ଏବେ ସାମ୍ନାକୁ ଆସିଛି ।ସୂଚନା ଅନୁସାରେ, ଡ୍ରାଗନ୍ ସେନା ଉପରେ ଜୋରଦାର ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇଥିଲା ଭାରତ । ଚୀନ୍ ଯଦି ଆଉ ଗୋଟିଏ ପାଦ ଆଗକୁ ବଢାଇଥାନ୍ତା, ଏହାର ଜୋରଦାର ଯବାବ ଦେବାପାଇଁ ରଣନୀତି ପ୍ରସ୍ତୁତ କରିଥିଲା ଭାରତ । ୨୦୨୦ରେ ଯୁଦ୍ଧାଭ୍ୟାସ ଆଳରେ ବୃହତ ସଂଖ୍ୟାରେ ସୈନ୍ୟ ମୁତୟନ କରିଥିଲା ।ଏହା ପରେ ଭାରତ ସୀମାର ଅନେକ ସ୍ଥାନରେ ଅନୁପ୍ରବେଶ ମଧ୍ୟ କରିଥିଲା । ଏହାକୁ ନେଇ ଜୁନ୍ ୧୫ ତାରିଖରେ ଡ୍ରାଗନ୍ ସେନା ସହ ମୁହାଁମୁହିଁ ହୋଇଥିଲେ ଭାରତୀୟ ଯବାନ । ଉଭୟ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏଥିରେ ୨୦ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଆଉ ଚୀନର ୪୦ରୁ ଅଧିକ ସେନା ପ୍ରାଣ ହରାଇଥିଲେ ।ଭାରତ ଓ ଚୀନ ମଧ୍ୟରେ ହେବ ଆଜି ମିଲିଟାରୀ କମାଣ୍ଡରସ୍ତରୀୟ ବୈଠକ । ଏହି ବୈଠକ ଭାରତୀୟ ସୀମାରେ ଥିବା ଚୁସୁଲ ମୋଲଡା- ବର୍ଡର ପଏଂଟରେ ଆୟୋଜିତ ହେବ । ଏହା ଭାରତ ଓ ଚୀନ ମଧ୍ୟରେ ଏଲଏସି ସୀମା ବିବାଦକୁ ନେଇ ୧୯ ତମ ସାମରିକ ବୈଠକ । ଅପ୍ରେଲ ୨୩ ତାରିଖରେ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା ଓ ଏହାର ପ୍ରାୟ ୪ ମାସ ପରେ ଆଜି ପୁଣି ବୈଠକ ବସୁଛି । ଏଥିରେ ଡେସପାଙ୍ଗ ସହ ପୂର୍ବଲଦାଖର ଡେମଚୌକରୁ ଚୀନ ସୈନ୍ୟ ଅପସାରଣ ନେଇ ଚାପ ପକାଇବ ଭାରତ । ଚୀନ ସହ ଏଲଏସି ସୀମା ବିବାଦ ଆଲୋଚନାରେ ଲେଫ୍ଟନାନ୍ଟ ଜେନେରାଲ ରସିମ ବାଲି ଭାରତର ପ୍ରତିନିଧିତ୍ୱ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking