19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଭାରତ-କେନ୍ଦ୍ରୀୟ ଏସିଆ ସମିଟ୍‌, କ୍ଷେତ୍ରୀୟ ସୁରକ୍ଷା ଓ ସ୍ଥିରତା ପାଇଁ ପାରସ୍ପରିକ ସହଯୋଗ ଆବଶ୍ୟକ :...

ଭାରତ-କେନ୍ଦ୍ରୀୟ ଏସିଆ ସମିଟ୍‌, କ୍ଷେତ୍ରୀୟ ସୁରକ୍ଷା ଓ ସ୍ଥିରତା ପାଇଁ ପାରସ୍ପରିକ ସହଯୋଗ ଆବଶ୍ୟକ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :  ଗୁରୁବାର ଭାରତ ଓ କେନ୍ଦ୍ରୀୟ ଏସିଆ ସମିଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ୍ ଭାବେ ଭାଗ ନେଇଛନ୍ତି । ମୋଦୀ କହିଥିଲେ ଭାରତ ଓ କେନ୍ଦ୍ରୀୟ ଏସିଆ ଦେଶଗୁଡ଼ିକ ମଧ୍ୟରେ ସଫଳ କୁଟନୈତିକ ସମ୍ବନ୍ଧକୁ ୩୦ ବର୍ଷ ପୂରିଛି । ଏହି ସମ୍ପର୍କ ଗତ ୩ ଦଶନ୍ଧିରେ ଆମକୁ ବହୁ ସଫଳତା ଦେଇଛି । ଏବେ ଏହି ମହତ୍ତ୍ୱପୂର୍ଣ୍ଣ ଅବସରରେ ଆମକୁ ଆଗାମୀ ବର୍ଷଗୁଡ଼ିକ ପାଇଁ ଏକ ମହତ୍ତ୍ୱାକାଂକ୍ଷୀ ଭିଜନ୍‌କୁ ପରିଭାଷିତ କରିବାର ଆବଶ୍ୟକତା ରହିଛି । ନିକଟରେ କଜାଖ୍‌ସ୍ତାନରେ ହୋଇଥିବା ଧନ ଜୀବନ ନଷ୍ଟ ପାଇଁ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦୁଃଖପ୍ରକାଶ କରିବା ସହ ସମବେଦନା ଜଣାଇଥିଲେ ।

ସେ କହିଥିଲେ ଏହି ସମିଟ୍‌ର ୩ଟି ପ୍ରମୁଖ ଉଦ୍ଦେଶ୍ୟ ରହିଛି । ପ୍ରଥମତଃ କ୍ଷେତ୍ରୀୟ ସୁରକ୍ଷା ଓ ସମୃଦ୍ଧି ପାଇଁ ପାରସ୍ପରିକ ସହଯୋଗ ଅନିବାର୍ଯ୍ୟ, ଏହା ପ୍ରଥମେ ଭାରତ ଓ କେନ୍ଦ୍ରୀୟ ଏସିଆ ଦେଶ ସ୍ପଷ୍ଟ କରିବା ଉଚିତ । ଦ୍ୱିତୀୟ ଉଦ୍ଦେଶ୍ୟ ଆମର ସହଯୋଗକୁ ଏକ ପ୍ରଭାବଶାଳୀ ଢାଞ୍ଚା ପ୍ରଦାନ କରିବା, ଯାହା ଦ୍ୱାରା ବିଭିନ୍ନ ସ୍ତରରେ ଏବଂ ବିଭିନ୍ନ ଷ୍ଟକ୍‌ହୋଲ୍ଡରଙ୍କ ମଧ୍ୟରେ ନିୟମିତ ସମ୍ବାଦ ପାଇଁ ଏକ ଢାଞ୍ଚା ପ୍ରସ୍ତୁତ ହେବ । ଆମ ସହଯୋଗ ପାଇଁ ଏକ ମହତ୍ତ୍ୱାକାଂକ୍ଷୀ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିବା ତୃତୀୟ ଉଦ୍ଦେଶ୍ୟ । ସେହିପରି ଆଫଗାନିସ୍ତାନ ଘଟଣାକ୍ରମକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ, ଏହା ଆମ ସମସ୍ତଙ୍କୁ ଚିନ୍ତିତ କରିଛି । ଏ ସନ୍ଦର୍ଭରେ କ୍ଷେତ୍ରୀୟ ସୁରକ୍ଷା ଓ ସ୍ଥିରତା ପାଇଁ ଆମର ପାରସ୍ପରିକ ସହଯୋଗ ଆହୁରି ମହତ୍ତ୍ୱପୂର୍ଣ୍ଣ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking