24.1 C
Bhubaneswar
Monday, April 6, 2026
Homeଦେଶ ବିଦେଶହ୍ରାସପାଇବ ଭାରତ-ବାଂଲାଦେଶ ସୀମା ଉତ୍ତେଜନା; ବିଏସ୍‌ଏଫ୍‌-ବିଜିବି ମୁଖ୍ୟଙ୍କ ମଧ୍ୟରେ ହେବ ଆଲୋଚନା

ହ୍ରାସପାଇବ ଭାରତ-ବାଂଲାଦେଶ ସୀମା ଉତ୍ତେଜନା; ବିଏସ୍‌ଏଫ୍‌-ବିଜିବି ମୁଖ୍ୟଙ୍କ ମଧ୍ୟରେ ହେବ ଆଲୋଚନା

ନୂଆଦିଲ୍ଲୀ,ଢ଼ାକା: ଭାରତ-ବାଂଲାଦେଶ ସୀମା ଉତ୍ତେଜନା ମଧ୍ୟରେ ବାଂଲାଦେଶ ବର୍ଡର ଗାର୍ଡ (ବିଜିବି)ର ମହାନିର୍ଦ୍ଦେଶକ ମେଜର ଜେନେରାଲ ମହମ୍ମଦ ଅସରଫ୍‌ଉଲ୍ ଇସଲାମ ସିଦ୍ଦିକି ଭାରତ ଗସ୍ତରେ ଆସିବେ ବୋଲି ଜଣାପଡିଛି। ସେ ୧୭ରୁ ୨୧ ଫେବ୍ରୁଆରି ମଧ୍ୟରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବିଏସ୍‌ଏଫ୍‌-ବିଜିବି ମହାନିର୍ଦ୍ଦେଶକସ୍ତରୀୟ ସୀମା ସମ୍ମିଳନୀରେ ଅଂଶଗ୍ରହଣ କରିବେ। ସେ ଭାରତ ଗସ୍ତରେ ଆସୁଥିବା ନେଇ ନିଜେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି। ମେଜର ଜେନେରାଲ ମହମ୍ମଦ ଅସରଫ୍‌ଉଲ୍ ଇସଲାମ ସିଦ୍ଦିକି କହିଛନ୍ତି, ଭାରତ ଗସ୍ତ ଏବଂ ଦ୍ୱିପାକ୍ଷିକ ସୀମା ପ୍ରସଙ୍ଗରେ ହେବାକୁ ଥିବା ଆଲୋଚନା ସମ୍ପର୍କରେ କୌଣସି ଗୋପନୀୟତା ରହିବ ନାହିଁ। ଏଥିସହ ବିଜିବି ପକ୍ଷରୁ ସେ ନିଶ୍ଚିତ କରିଛନ୍ତି ଯେ, ବିଏସଏଫ୍‌-ବିଜିବି ମହାନିର୍ଦ୍ଦେଶକସ୍ତରୀୟ ସୀମା ସମ୍ମିଳନୀ ୧୭ ରୁ ୨୧ ଫେବ୍ରୁଆରି ୨୦୨୫ ମଧ୍ୟରେ ଭାରତର ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଏବଂ ଏଥିରେ ବାଂଲାଦେଶର ଅନ୍ୟାନ୍ୟ ମନ୍ତ୍ରଣାଳୟ ଏବଂ ଏଜେନ୍ସିର ପ୍ରତିନିଧିମାନେ ବିଜିବି ସହିତ ଅଂଶଗ୍ରହଣ କରିବେ। ତେବେ ବିଜିବି ନିଜ ଦେଶର ଗଣମାଧ୍ୟମକୁ ଅନୁରୋଧ କରି କହିଛି ଯେ, ଏହି ପ୍ରସଙ୍ଗରେ ବିଭ୍ରାନ୍ତିକର ପୋଷ୍ଟ୍ ନେଇ ପ୍ରଭାବିତ ହୁଅନ୍ତୁ ନାହିଁ। କେନ୍ଦ୍ର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଏସମ୍ପର୍କରେ ସ୍ପଷ୍ଟ କରାଯାଇଛି। ଭାରତ-ବାଂଲାଦେଶ ମଧ୍ୟରେ ଉପୁଜିଥିବା ସୀମା ବିବାଦର ସମାଧାନ ପାଇଁ ଦ୍ୱିପାକ୍ଷିକ ଆଲୋଚନା ଏକମାତ୍ର ବିକଳ୍ପ। ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ସମନ୍ୱୟ ବଜାୟ ରହିପାରିବ ବୋଲି ବିଦେଶ ମନ୍ତ୍ରଣାଳୟ ଦର୍ଶାଇଛି। ପ୍ରକାଶ, ମହମ୍ମଦ ୟୁନୁସ ବାଂଲାଦେଶର ନେତୃତ୍ୱ ନେବା ପରେ ସେଠାରେ ଘରୋଇ ହିଂସା ବଢ଼ିବଢ଼ି ଚାଲିଛି। ଏହିକ୍ରମେ ଅନେକ ବାଂଲାଦେଶୀ ଭାରତକୁ ଅନୁପ୍ରବେଶ ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି। ତେବେ ସେମାନଙ୍କୁ ରୋକିବା ପାଇଁ ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ସତର୍କ ସଜାଗ ରହିଥିବା ବେଳେ ସମୟେ ସମୟେ ସେମାନଙ୍କ ଉପରକୁ ଗୁଳି ଚାଳନା କରିବାକୁ ପଡୁଛି। ଏହାକୁ ନେଇ ଦୁଇ ଦେଶ ସୀମାରେ ଉତ୍ତେଜନା ସୃଷ୍ଟି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking