14.1 C
Bhubaneswar
Saturday, January 17, 2026
Homeଖେଳଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟ : ଭାରତ ଆଗରେ ୯୫ରନର ଟାର୍ଗେଟ

ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟ : ଭାରତ ଆଗରେ ୯୫ରନର ଟାର୍ଗେଟ

ନୂଆଦିଲ୍ଲୀ : ଭାରତ ଆଗରେ ୯୫ରନର ଟାର୍ଗେଟ । ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟରେ କମାଲ କରିଛନ୍ତି ଭାରତୀୟ ବୋଲର। ବର୍ଷା ବାଧକ ସତ୍ୱେ ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଡେଜା ୩ଟି ଲେଖାଏଁ ୱିକେଟ ନେଇ ବାଂଲାଦେଶକୁ ୧୪୬ରନରେ ଅଟକାଇଛନ୍ତି। ଫଳରେ ଭାରତ ଆଗରେ ବିଜୟ ପାଇଁ ୯୫ରନର ଟାର୍ଗେଟ ରହିଛି। କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୦୭ ରନ କରିଥିଲା ବାଂଲାଦେଶ ଟିମ୍‌‌। ଏହାପରେ ବର୍ଷା ହେବାରୁ ଖେଳ ବନ୍ଦ ରହି ଚତୁର୍ଥ ଦିନ ଖେଳ ଆରମ୍ଭ କରି ୨୩୩ରନ କରିଥିଲା ବାଂଲାଦେଶ। ଏହାପରେ ବ୍ୟାଟିଂ ଆରମ୍ଭ କରିଥିଲା ଟିମ୍‌‌ ଇଣ୍ଡିଆ। ଅଧିନାୟକ ରୋହିତ ଶର୍ମା ଧୂଆଁଦାର ବ୍ୟାଟିଂ କରି ଆରମ୍ଭ କରିଥିବାବେଳେ ଯଶସ୍ୱୀ ଜୈସ୍ୱାଲ ସର୍ବାଧିକ ୭୨ରନ ହାସଲ କରିଥିଲେ। ସମସ୍ତ ଖେଳାଳୀଙ୍କ ଦମଦାର ପ୍ରଦର୍ଶନ ଯୋଗୁଁ ଭାରତ ୨୮୫ରନ୍‌‌ ସହ ୫୨ରନର ଲିଡ୍‌‌ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇସିଂସ ଆରମ୍ଭ କରି ବାଂଲାଦେଶ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୨୬ରନ୍‌‌ କରିଥିଲା। ମଙ୍ଗଳବାର ପାଳି ଖେଳି ୧୪୬ରନରେ ଅଲ୍‌‌ ଆଉଟ ହୋଇଛି ବାଂଲାଦେଶ। ଫଳରେ ଭାରତ ଆଗରେ ବିଜୟ ପାଇଁ ୯୫ରନ ଲକ୍ଷ୍ୟ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking