24.1 C
Bhubaneswar
Sunday, October 20, 2024
Homeଖେଳଆଜି ଭାରତ-ଆଫଗାନିସ୍ତାନ ତୃତୀୟ ଟି-୨୦; କ୍ଲିନ୍ ସ୍ୱିପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଆଜି ଭାରତ-ଆଫଗାନିସ୍ତାନ ତୃତୀୟ ଟି-୨୦; କ୍ଲିନ୍ ସ୍ୱିପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ବେଙ୍ଗାଲୁରୁ : ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ବୁଧବାର ସ୍ଥାନୀୟ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଚଳିତ ଟି-୨୦ ସିରିଜ୍‌ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ସିରିଜ୍ କ୍ଲିନ୍ ସ୍ୱିପ୍ ଲକ୍ଷ୍ୟରେ ରହିବ । ଅନ୍ୟପକ୍ଷରେ ଆସନ୍ତା ଜୁନ୍‌ରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପୂର୍ବରୁ ଏହା ଭାରତର ଶେଷ ସିରିଜ୍ ହୋଇଥିବାରୁ ମୋହାଲି ଓ ଇନ୍ଦୋରର ଉଚ୍ଚ ବିଜୟ ଧାରାକୁ ବଜାୟ ରଖିବା ପାଇଁ ଟିମ୍ ମ୍ୟାନେଜମେଣ୍ଟ୍ ଆଗ୍ରହୀ ।

ଭାରତର ସାମ୍ପ୍ରତିକ ପ୍ରଦର୍ଶନ ଆକ୍ରମଣାତ୍ମକ ମାନସିକତା ଉପରେ ଆଧାରିତ ରହିଛି । ପ୍ରଥମ ଦୁଇଟି ମ୍ୟାଚ୍‌ରେ ଟିମ୍‌ର ୧୭.୩ ଓଭର୍‌ରେ ୧୫୯ ଏବଂ ୧୫.୪ ଓଭର୍‌ରେ ୧୭୩ ରନ୍‌କୁ ସଫଳ ଚେଜ୍ କରିବା ଏହାର ଉଦାହରଣ । ଟି-୨୦ରେ ମୋମେଣ୍ଟମ୍‌୍ ଆଣିବା ନିମନ୍ତେ ପୂର୍ବ ରଣନୀତିକୁ ତ୍ୟାଗ କରି ଏହି ଆଭିମୁଖ୍ୟକୁ ଆପଣାଇବା ମ୍ୟାନେଜମେଣ୍ଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଦୀର୍ଘ ୧୪ ମାସ ପରେ ଟି-୨୦କୁ ପ୍ରତ୍ୟାବର୍ତ୍ତନ କରିଥିବା ବିରାଟ କୋହଲିଙ୍କ ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ ମଧ୍ୟ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ବିଶେଷକରି ସେ ସ୍ପିନର୍ ମୁଜିବ୍ ଉର୍ ହରମାନ୍‌ଙ୍କ ବିରୋଧରେ ଏକ ନୂଆ ଅଭିମୁଖ୍ୟ ଗ୍ରହଣ କରିଛନ୍ତି । ତିନିବର୍ଷ ପରେ ପ୍ରତ୍ୟାବର୍ତ୍ତନ କରିଥିବା ଶିଭମ୍ ଦୁବେଙ୍କ ଦୁଇଟି ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ୍ ଟିମ୍ ମ୍ୟାନେଜମେଣ୍ଟ୍‌ର ଆକ୍ରମଣାତ୍ମକ ମନୋଭାବକୁ ପ୍ରଦର୍ଶିତ କରିଛି ।

ପ୍ରଥମ ମ୍ୟାଚ୍‌ରୁ ବାଦ୍ ପଡ଼ିଥିବା ଯଶସ୍ୱୀ ଜୟସ୍ୱାଲ୍ ମଧ୍ୟ ଗତ ମ୍ୟାଚ୍‌ରେ ଦ୍ରୁତ ଅର୍ଦ୍ଧଶତକୀୟ ଇନିଂସ୍ ଖେଳି ଭାରତର ବ୍ୟାଟିଂ ପ୍ରଦର୍ଶନରେ ସକାରାତ୍ମକତା ଯୋଡ଼ିଛନ୍ତି । ଏହି ସଫଳତା ସତ୍ତ୍ୱେ କ୍ୟାପ୍‌ଟେନ୍ ରୋହିତ ଶର୍ମାଙ୍କ ବିରଳ ବିଫଳତା ଦେଖିବାକୁ ମିଳିଛି । ଦୁଇଟି ଯାକ ଇନିଂସ୍‌ରେ ସେ ଖାତା ଖୋଲିପାରି ନାହାନ୍ତି । ଏକ ଭଲ ଇନିଂସ୍ ଖେଳି ସେ ଏହାର ଭରଣା କରିପାରିବେ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆର ଟି-୨୦ ଅଭିମୁଖ୍ୟକୁ ସୁଦୃଢ଼ କରିଥିବାରୁ ବୋଲିଂ ବିଭାଗରେ କେତେକ ରଣନୀତିକ ପରିବର୍ତ୍ତନ କରିପାରେ । ଏହି ମ୍ୟାଚ୍‌ରେ କୁଲଦୀପ ଯାଦବ ଏବଂ ଆଭେସ୍ ଖାନ୍‌ଙ୍କୁ ସୁଯୋଗ ମିଳିପାରେ । ରବି ବିଷ୍ଣୋଇ କିମ୍ବା ୱାଶିଂଟନ୍ ସୁନ୍ଦରଙ୍କ ସ୍ଥାନରେ କୁଲଦୀପ୍‌ଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇପାରେ । ସେହିପରି ମୁକେଶ କୁମାରଙ୍କ ସ୍ଥାନରେ ଆଭେସ୍ ଖାନ୍‌ଙ୍କୁ ସୁଯୋଗ ମିଳିବା ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ଆଫଗାନିସ୍ତାନ ଟିମ୍ ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପାଇଁ ସଂଘର୍ଷ କରିଛି । ରହମାନୁଲ୍ଲାହ ଗୁରବାଜ୍‌ଙ୍କ ପରି ଓପ୍ନର୍‌ଙ୍କୁ ଏକ ବଡ଼ ଲକ୍ଷ୍ୟ ଦେବା କିମ୍ବା ପିଛା କରିବା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାକୁ ପଡ଼ିବ । ବ୍ୟାଟର୍‌ଙ୍କ ପାଇଁ ଅନୁକୁଳ ଚିନ୍ନାସ୍ୱାମୀ ପିଚ୍ ଏବଂ ଛୋଟ ବାଉଣ୍ଡାରୀ ଗୁରବାଜ୍ ଫର୍ମକୁ ଫେରିବା ଏବଂ ଆଫଗାନିସ୍ତାନକୁ ଏକ ଆତ୍ମବିଶ୍ୱାସର ବିଜୟ ପାଇଁ ଉପଯୁକ୍ତ ସୁଯୋଗ ପ୍ରଦାନ କରିବ । ଏହି ବିଜୟ ଭାରତ ବିପକ୍ଷରେ କେବଳ ଟିମ୍‌ର ମନୋବଳ ବୃଦ୍ଧି କରିବ ନାହିଁ, ବରଂ ଆଗାମୀ ଶ୍ରୀଲଙ୍କା ଓ ଆୟର୍ଲାଣ୍ଡ୍ ବିପକ୍ଷ ସିରିଜ୍ ପାଇଁ ସକାରାତ୍ମକ ହେବ ।

ସମ୍ଭାବ୍ୟ ଭାରତ ଏକାଦଶ: ରୋହିତ ଶର୍ମା (କ୍ୟାପ୍‌ଟେନ୍‌), ଯଶସ୍ୱୀ ଜୟସ୍ୱାଲ୍‌, ବିରାଟ କୋହଲି, ଶିଭମ୍ ଦୁବେ, ରିଙ୍କୁ ସିଂହ, ସଞ୍ଜ ସାମ୍‌ସନ୍ (ୱିକେଟ୍‌କିପର୍‌), ୱାଶିଂଟନ୍ ସୁନ୍ଦର, ଅକ୍ଷର ପଟେଲ୍‌, ଦୁଲଦୀପ୍ ଯାଦବ, ଆଭେସ୍ ଖାନ୍‌, ଅର୍ଶଦୀପ ସିଂହ ।
ସମ୍ଭାବ୍ୟ ଆଫଗାନିସ୍ତାନ ଏକାଦଶ: ଇବ୍ରାହିମ୍ ଜାଦ୍‌ରାନ୍ (କ୍ୟାପ୍‌ଟେନ୍‌), ରହମନୁଲ୍ଲାହ ଗୁରବାଜ୍ (ୱିକେଟ୍‌କିପର୍‌), ରହମତ୍ ଶାହ, ନଜିବୁଲ୍ଲାହ ଜାଦ୍‌ରାନ୍‌, ମହମ୍ମଦ ନବୀ, କରିମ୍ ଜନତ୍‌, ଅଜମତୁଲ୍ଲାହ ଓମରଜାଇ, ଗୁଲ୍‌ବଦିନ୍ ନାଏବ୍‌, ମୁଜିବ୍ ଉର୍ ରହମାନ୍‌, ଫଜଲ୍‌ହକ୍ ଫାରୁକି, ନବୀନ୍ ଉଲ୍ ହକ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking