32.1 C
Bhubaneswar
Wednesday, September 18, 2024
Homeସ୍ୱାଧୀନତା ଦିବସ- ୨୦୨୪ସ୍ୱାଧୀନତା ଦିବସ : ଆସନ୍ତୁ ପୁଣି ଥରେ ମନେପକାଇବା ବିତି ଯାଇଥିବା ସେହି ଦିନ

ସ୍ୱାଧୀନତା ଦିବସ : ଆସନ୍ତୁ ପୁଣି ଥରେ ମନେପକାଇବା ବିତି ଯାଇଥିବା ସେହି ଦିନ

ନୂଆଦିଲ୍ଲୀ : ଅଗଷ୍ଟ ୧୫, ୧୯୪୭ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହାର ଲାଲ ନେହେରୁ ଙ୍କର ଭାଷଣରୁ ହିଁ ଆରମ୍ଭ ହୁଏ ସ୍ୱାଧୀନ ଭାରତର ନୂଆ ଇତିହାସ। ଇତି ମଧ୍ୟରେ ବିତି ଗଲାଣି ୭୭ ବର୍ଷ । ଆଗକୁ ଭାରତ ମନାଇବ ଏହାର ୭୮ ତମ ସ୍ୱାଧୀନତା ଦିବସ । ଲୋକମାନଙ୍କ ମନରେ ପଲ୍ଲୀରୁ ଦିଲ୍ଲୀ ସବୁଠି ଛୁଟିବ ଦେଶପ୍ରେମର ସୁଅ । ଆମେ ଭାରତୀୟ ଆଉ ଭାରତ ଆମର ଏହି ଭାବନା ସହିତ ହାତରେ ତ୍ରିରଙ୍ଗା ମନରେ ଦେଶପ୍ରେମ ଆଉ ଆଖିରେ ସ୍ୱାଧୀନତାର ଉଲ୍ଲାସ ସହିତ ଗୌରଵାନ୍ଵିତ୍ୟ ହୋଇପଡିବେ ପ୍ରତେକ ଭାରତୀୟ। ଘର ,ଗାଁ,ସହର ସବୁଠି ଗୋଟିଏ ଗୀତ ଜନଗଣମନ , ସବୁଠି ଗୋଟିଏ ଭାବ ଜାତୀୟତା ଭାବ ,ସବୁଠି ଗୋଟିଏ ଉତ୍ସଵ ସ୍ୱାଧୀନତା । ଜୟ ହିନ୍ଦ ନାରା ସହିତ ଦେଶ ମନାଇବ ୭୭ ତମ ସ୍ୱାଧୀନତା ଦିବସ | ଲାଲକିଲ୍ଲା ଏଇଠାରୁ ହିଁ ଆରମ୍ଭ ହୋଇଛି ସ୍ୱାଧୀନ ଭାରତର ସ୍ବପ୍ନ । ଗୋଟିଏ ତ୍ରିରଙ୍ଗା ତଳେ ଜାତୀୟ ଏକତା ଏବଂ ସଙ୍ଘତି ର ଶପଥ ନେଇଛନ୍ତି କୋଟି କୋଟି ଭାରତୀୟ । ଜାତି , ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକତା ହିଁ ଦେଶପ୍ରେମର ମୂଳ ମନ୍ତ୍ର । ଏହା ହିଁ ହେଉଛି ଭାରତୀୟତା । ହିନ୍ଦୁ , ମୁସଲିମ୍ ,ଶିଖ ସବୁ ଧର୍ମର ଲୋକଙ୍କର ଏଇ ଭାରତ, ଯାହାର ମୁକ ସଖି ହୋଉଛି ଏଇ ଲାଲକିଲ୍ଲା । ସ୍ୱାଧୀନତା ଦିବସ ପାଇଁ ସାରା ଦେଶ ଉତ୍ସବମୁଖର। ଦୀର୍ଘଦିନ ଇଂରେଜ ଶାସନ ଅଧିନରେ ରହିବା ପରେ ୧୯୪୭ ମସିହା ଅଗଷ୍ଟ ୧୪ ମଧ୍ୟରାତ୍ରରେ ଦେଶ ମୁକ୍ତି ପାଇଲା। ଏନେଇ ଅନେକ ଦେଶଭକ୍ତ ସେମାନଙ୍କ ରକ୍ତ ବୁହାଇଛନ୍ତି। ସ୍ୱାଧୀନତା ଦିବସ ସମସ୍ତଙ୍କ ପାଇଁ ଗର୍ବ, ଗୌରବ ଓ ଭାବାବେଗର ପ୍ରତୀକ । ଭାରତର ସ୍ୱାଧୀନତା ଦିବସ‌ ଏକ ଭାରତୀୟ ଜାତୀୟ ଦିବସ ଅଟେ । ୧୯୪୭ ମସିହାରେ ଭାରତ ଫିରିଙ୍ଗି ଶାସନରୁ ମୁକ୍ତ ହୋଇ ସ୍ୱତନ୍ତ୍ର ଗଣରାଜ୍ୟରେ ପରିଣତ ହୋଇଥିଲା । ତେଣୁ ଏହି ଦିନକୁ ମନେପକାଇବା ପାଇଁ ପ୍ରତିବର୍ଷ ପନ୍ଦର ଅଗଷ୍ଟକୁ ଭାରତର ସ୍ୱାଧୀନତା ଦିବସ ଭାବରେ ପାଳନ କରାଯାଇଥାଏ । ଏହା ଭାରତର ଏକ ପ୍ରଧାନ ଜାତୀୟ ଦିବସ । ଦେଶ ସାରା, ଏହି ଦିନ ପତାକା ଉତ୍ତୋଳନ କରଯାଇଥାଏ ଓ ଉତ୍ସବମାନ ଅୟୋଜନ କରାଯାଇଥାଏ । ଦୀର୍ଘଦିନ ଇଂରେଜ ଶାସନ ଅଧିନରେ ରହିବା ପରେ ୧୯୪୭ ମସିହା ଅଗଷ୍ଟ ୧୪ ମଧ୍ୟରାତ୍ରରେ ଦେଶ ମୁକ୍ତି ପାଇଲା। ଏନେଇ ଅନେକ ଦେଶଭକ୍ତ ସେମାନଙ୍କ ରକ୍ତ ବୁହାଇଛନ୍ତି। ପ୍ରତ୍ୟେକ ସ୍ୱାଧୀନତା ସଂଗ୍ରାମୀ ନିଜ ନିଜ ଉପାୟରେ ଭାରତର ସ୍ୱାଧୀନତା ପାଇଁ ସହଯୋଗ କରିଥିଲେ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking