18.1 C
Bhubaneswar
Friday, November 22, 2024
Homeଦେଶ ବିଦେଶବର୍ଦ୍ଧିତ କୋର୍ସ ଫି’ ଛାତ୍ରଙ୍କୁ ବିଦେଶ ଯିବାକୁ ବାଧ୍ୟ କରୁଛି: ସୁପ୍ରିମକୋର୍ଟ

ବର୍ଦ୍ଧିତ କୋର୍ସ ଫି’ ଛାତ୍ରଙ୍କୁ ବିଦେଶ ଯିବାକୁ ବାଧ୍ୟ କରୁଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ଏବେ ଶିକ୍ଷା ଏକ ବଡ଼ ଉଦ୍ୟୋଗ ପାଲଟିଥିବା ବେଳେ ମେଡିକାଲ୍ କୋର୍ସର ବର୍ଦ୍ଧିତ ଫି’ ଦେଇପାରୁ ନଥିବା ଛାତ୍ରମାନେ ୟୁକ୍ରେନ୍ ପରି ଦେଶମୁହାଁ ହେଉଛନ୍ତି ବୋଲି ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି । ରୁଷ୍ ଆକ୍ରମଣ ପରେ ୨୦ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ ଛାତ୍ରଙ୍କୁ ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‌ରୁ ଭାରତ ଫେରାଇ ଆଣିବାର କିଛିମାସ ପରେ ସର୍ବୋଚ୍ଚ କୋର୍ଟଙ୍କ ଏହି ମନ୍ତବ୍ୟ ସାମ୍ନାକୁ ଆସିଛି । ନୂଆ ଫାର୍ମାସୀ କଲେଜ ସ୍ଥାପନ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ କେତେକ ଛାତ୍ରଙ୍କ ପକ୍ଷରୁ କରାଯାଇଥିବା ପିଟିସନ୍‌ର ଶୁଣାଣି ବେଳେ କୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି । ଫାର୍ମାସୀ କଲେଜ ପରି ଦେଶରେ ଛତୁଫୁଟିଲା ଭଳି ଇନ୍‌ଷ୍ଟିଚ୍ୟୁଟ୍ ସ୍ଥାପନ ଉପରେ ନିୟନ୍ତ୍ରଣ ପାଇଁ ଫାର୍ମାସୀ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ (ପିସିଆଇ) ୨୦୧୯ରେ ନୂଆ ଫାର୍ମାସୀ କଲେଜ ସ୍ଥାପନ ଉପରେ ୫ ବର୍ଷିଆ ରୋକ୍ ଲଗାଇଥିଲା ।

କେନ୍ଦ୍ର ସରକାରଙ୍କ ସହ ପିସିଆଇ ଏହି ରୋକ୍ ନିଷ୍ପତ୍ତିକୁ ସମର୍ଥନ କରୁଥିବା ବେଳେ କର୍ଣ୍ଣାଟକ, ଛତିଶଗଡ଼ ଏବଂ ଦିଲ୍ଲୀ ହାଇକୋର୍ଟ ଏହାକୁ ଖାରଜ କରିଦେଇଥିଲେ । ପରେ ପିସିଆଇ ହାଇକୋର୍ଟ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲା । କୋର୍ଟରେ କେନ୍ଦ୍ର ସରକାର ଏବଂ ପିସିଆଇର ପ୍ରତିନିଧିତ୍ୱ କରୁଥିବା ସିଲିସିଟର ଜେନେରାଲ୍ ତୁଷାର ମେହେଟା କହିଥିଲେ ଦେଶରେ ଅଢ଼େଇ ହଜାରରୁ ଊର୍ଦ୍ଧ୍ୱ ଫାର୍ମାସୀ କଲେଜ ଥିବାବେଳେ ଆଉ ଅଧିକ କଲେଜ ଖୋଲିବାକୁ ଅନୁମତି ନଦେବା ଉଦ୍ଦେଶ୍ୟରେ ୫ ବର୍ଷ ରୋକ୍ ଲଗାଇଥିଲୁ । ଜଷ୍ଟିସ୍ ବିଆର୍ ଗାଭାଇ ଏବଂ ହିମା କୋହଲିଙ୍କ ବେଞ୍ଚ୍ ସଲିସିଟର୍ ଜେନେରାଲ୍‌ଙ୍କ ଉକ୍ତି ସହ ସହମତ ଥିବାବେଳେ ଛତୁ ଫୁଟିବା ଭଳି କଲେଜ ସ୍ଥାପନକୁ ମଧ୍ୟ ପ୍ରଶଂସା କରିଥିଲେ ।

ତେବେ ହାଇକୋର୍ଟ ରାୟ ବିରୋଧରେ ପିସିଆଇର ପିଟିସନ୍‌କୁ କୋର୍ଟ ଗ୍ରହଣ କରିବା ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରଖିବା ପାଇଁ ଫାର୍ମାସୀ କଲେଜଗୁଡ଼ିକ ପକ୍ଷରୁ କରାଯାଇଥିବା ଅନୁରୋଧକୁ କୋର୍ଟ ଅନୁମତି ଦେଇଥିଲେ । ବେଞ୍ଚ୍ ଫାର୍ମାସୀ କଲେଜଗୁଡ଼ିକର ଆବେଦନ ପ୍ରକ୍ରିୟା ଗ୍ରହଣ କରିବା ପାଇଁ ପିସିଆଇକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ମଞ୍ଜୁରୀ ପ୍ରଦାନ ଉପରେ ଅନ୍ତିମ ନିଷ୍ପତ୍ତି ପରେ ନିଆଯିବ ବୋଲି କହିଥିଲେ । ଏହା ସହିତ ସମସ୍ତ ମାମଲାର ଶୁଣାଣି ପାଇଁ ବେଞ୍ଚ୍ ଜୁଲାଇ ୨୪ ତାରିଖକୁ ଦିନ ଧାର୍ଯ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking