ନୂଆଦିଲ୍ଲୀ: ୨୦୨୩-୨୪ ଆସେସ୍ମେଣ୍ଟ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ ଶେଷ ସମୟ ଜୁଲାଇ ୩୧ ଧାର୍ଯ୍ୟ କରାଯାଇଥିଲା । ଏହି ସମୟସୀମା ବୃଦ୍ଧି କରାଯିବ ନାହିଁ ବୋଲି ଆୟକର ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିବାବେଳେ ଶେଷ ଦିନରେ ପ୍ରାୟ ୩୫ ଲକ୍ଷ ଆଇଟିଆର (ଇନ୍କମ ଟ୍ରାକ୍ସ ରିଟର୍ଣ୍ଣ) ଦାଖଲ କରାଯାଇଥିବା ଜଣାପଡିଛି । ଜୁଲାଇ ୩୧ ସନ୍ଧ୍ୟା ପର୍ଯ୍ୟନ୍ତ ୬.୫ କୋଟି ରିଟର୍ଣ୍ଣ ଦାଖଲ ହୋଇଥିବା ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏଥିପାଇଁ ଆଇଟିଆର ଦାଖଲକାରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।