31.1 C
Bhubaneswar
Sunday, October 20, 2024
Homeଓଡିଶାଜଇଁତଳ ଗ୍ରାମରେ ଶ୍ରୀ ଶ୍ରୀ ସିଦ୍ଧ ମହାପୁରୁଷ ଧୁଳିଆ ବାବାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଜଇଁତଳ ଗ୍ରାମରେ ଶ୍ରୀ ଶ୍ରୀ ସିଦ୍ଧ ମହାପୁରୁଷ ଧୁଳିଆ ବାବାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଯାଜପୁର : ସିଧ୍ୟ ମହାପୁରୁଷ ଧୂଳିଆ ବାବାରହସ୍ୟ ମହ ସିଦ୍ଧ ସାଧକl 200ବର୍ଷ ରୁ ଉର୍ଦ୍ଧ୍ବ ହେବ ଜଇଁ ତଳ ହଠାତ୍ ଅର୍ଭିଭାବ ହୋଇ ଲୀଳା ଖେଳା କରି ଉଭାନ ହୋଇ ଯାଇ ଥିଲେ l ମଠ ରେ ଚିମୁଟା କଠଉ ଚlଡ଼ି ଦେଇ ଥିଲେ ସେହି ସବୁ ମଠ ରେ ପୂଜା ପାଇଆସୁଥିଲା l ବାବା ଦେହରେ ଧୂଳି ଭସ୍ମ କୁ ଦେହ ରେ ବୋଳି ହୋଇ ଧ୍ୟାନ କରୁଥିଲେ l ବାବା ଙ୍କ ର ବାକ୍ୟ ଅଟକ ଥିଲl ହାତ ମାରି ଦେଲେ ଅସାଧ୍ୟ ରୋଗ ଭଲ ହୋଇ ଯାଉ ଥିଲା ବାବା ଙ୍କ ନାମ ପଚାର ହେବା ସମୟ ରେ ଉଭାନ ହୋଇଯାଇଥିଲେ ଚିମୁଟା କଠଉ ପୂଜା ହେଉଥିଲା ଏବେ ଗ୍ରାମ ବାସି ମl ନ ଙ୍କ ଦାନ ସରକାରି ଅନୁଦାନ ରେ ଏକ ଭବ୍ୟ ମନ୍ଦିର ନିର୍ମାଣ ହୋଇଛି l କୋରେଇ ନିର୍ବାଚନ ମଣ୍ଡଳୀର ଜଇଁତଳ ଗ୍ରାମ କମିଟି ପକ୍ଷରୁ ଶ୍ରୀ ଶ୍ରୀ ସିଦ୍ଧ ମହାପୁରୁଷ ଧୁଳିଆ ବାବା ଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଓ କଳସ ଯାତ୍ରା ଫେବୃଆରୀ ୨୯ ତାରିଖ ଠାରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ମହାଆଡମ୍ବରେ ପାଳିତ ହୋଇଯାଇଛି । ବଡ ପୋଖରୀରେ ପୂଜାର୍ଚ୍ଚନା କରାଯାଇ ଘଟ ନିମଜ୍ଜନ କରାଯାଇଥିଲା । ଅଙ୍କୁରାରୋପଣ, କଳସଯାତ୍ରା, ଘଟସ୍ଥାପନ ଓ ବିଭିନ୍ନ ପୂଜାବିଧି କରାଯାଇଥିଲା । ଶନିବାର ବିଭିନ୍ନ ପୂଜା ଓ ଅଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପଣ୍ଡିତ ତ୍ରିଲୋଚନ ନାଥଶର୍ମା ଯୋଗଦେଇଥିଲେ । କର୍ତ୍ତା ଭାବେ ହୃଷୀକେଶ ସାହୁ ଓ ତାଙ୍କ ପତ୍ନୀ ପ୍ରତିମା ସାହୁ ସଂକଳ୍ପ କରିଥିଲେ । ତେବେ ଆଜି ସକାଳୁ ସୂର୍ଯ୍ୟ ପୂଜା, ଗୋପୁଜା, ଧରିତ୍ରୀଦେବୀ ପୂଜା, ଗୁରୁଦେବ ପୂଜା ଓ ଷୋଡଶ ଉପଚାର ପୂଜା ପରେ ଯଜ୍ଞ କରାଯାଇଥିଲା l ତେବେ ଦିବା ତିନିଟା ସମୟରେ ଙ୍ରପୂର୍ଣ୍ଣାହୁତି ହୋଇଥିଲା । ସିଦ୍ଧ ଗିରି ଅର୍ଶ୍ରମ ର ସଦ ଗୁରୁ ବିଶ୍ଵ ନାଥ ଦାସ ଅଧ୍ୟକ୍ଷ ତା ରେ ସତ୍ ସଙ୍ଗ ଧର୍ମ ସଭା ହରି ନାମ ଭଜନ ଅନୁଷ୍ଠିତ ହୋଇ ଥିଲା l ବହୁ ସାଧୁ ସନ୍ଥ ଯୋଗ ଦେଇ ଭଗବତ ଚେନ୍ତନl ର ନିଜ ମନ ଙ୍କୁ ଉତ୍ସିଗି ତ କରିବା ଓ ଜଗନ୍ନାଥଙ୍କ ଅl ର୍ଶିତହେବା ପାଇଁ ଉପଡେଶ ଦେଇ ଥିଲେ l ବାର୍ଷିକ ଉତ୍ସବରେ ସଭାପତି, ସମ୍ପାଦକ ଓ ସଦସ୍ଯ ମାନେ ଯୋଗଦେଇ ଉତ୍ସବରେ ଆୟୋଜନର ମୁଖ୍ୟଭୂମିକା ଗ୍ରହଣ କରିଥିଲେ। ମନ୍ଦିର କମିଟି ତଥା ଗ୍ରାମର ବାସିନ୍ଦା ମାନଙ୍କର ପୂର୍ଣ୍ଣ ସହଯୋଗରେ ଏହି ଉତ୍ସବଟି ସମ୍ପୂର୍ଣ ହୋଇ ଥିଲା l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking