29.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଆମେରିକାରେ ବରଫ ଝଡ଼ରେ ଅସ୍ତବ୍ୟସ୍ତ ଜନଜୀବନ, ଗଲାଣି ୬୦ ଜୀବନ, ଆଗକୁ ବଢିପାରେ ମୃତ୍ୟୁ ସଂଖ୍ୟା

ଆମେରିକାରେ ବରଫ ଝଡ଼ରେ ଅସ୍ତବ୍ୟସ୍ତ ଜନଜୀବନ, ଗଲାଣି ୬୦ ଜୀବନ, ଆଗକୁ ବଢିପାରେ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ : ଆମେରିକାରେ ବରଫର ରାଜ । ବମ୍‌ ସାଇକ୍ଲୋନ୍‌ର ତାଣ୍ଡବ । ଆମେରିକାରୁ କାନାଡା ଯାଏ ସାଂଘାତିକ ସ୍ଥିତି । ପ୍ରବଳ ବରଫ ଝଡରେ ବେହାଲ ଆମେରିକାବାସୀ । ହଜାର ହଜାର ଲୋକଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି ତୁଷାରପାତ । ବରଫ ଘେରରେ ଅଛନ୍ତି ୫ କୋଟିରୁ ଅଧିକ ଲୋକ । ପାରଦ ମାଇନସ ୫୭ ଡିଗ୍ରୀକୁ ଖସିଛି । ବରଫ ଝଡ଼ରେ ଆମେରିକାରେ ପାଖାପାଖି ୬୦ଜଣଙ୍କ ମୃତ୍ୟୁ ହୋଇଛି । ଶତାଧିକ ଆହତ ହୋଇଛନ୍ତି । ବରଫରେ ଘୋଡେଇ ହୋଇରହିଥିବା କାର ଭିତରୁ ଅଧିକାଂଶ ମୃତଦେହ ଉଦ୍ଧାର ହେଉଛି ।

ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି । ଲୋକଙ୍କୁ ଜରୁରୀକାଳୀନ ସେବା ମିଳିପାରୁ ନାହିଁ । ଏବେବି ଅନେକ ଲୋକ ବରଫ ଝଡ଼ରେ ଫସିରହିଛନ୍ତି । ବରଫ ଝଡ଼ରେ ଫଶି ରହିଥିବା ଲୋକଙ୍କ ଉଦ୍ଧାର କାମ ଚାଲିଛି । କେବଳ ନ୍ୟୁୟର୍କର ସିଟି ଅଫ ବୋଫାଲୋରେ ୨୮ ଜଣଙ୍କ ମୃତ୍ୟୁ ହୋଇଛି । ହଜାର ହଜାର ବିମାନ ବାତିଲ ହୋଇଛି । ଏପଟେ ଜାପାନରେ ବି ବରଫ ଝଡ କମିବାର ନା ନେଉନାହିଁ । ୧୭ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ତୁଷାରପାତ ଯୋଗୁଁ ବିଦ୍ୟୁତ ସେବା ବ୍ୟାହତ ହୋଇଥିବାରୁ ହଜାର ହଜାର ଲୋକ ଅନ୍ଧାରରେ ଅଛନ୍ତି ।

ଆମେରିକାରେ ଆସିଥିବା ବରଫଝଡ ଫଳରେ ପ୍ରାୟ ୨୦କୋଟି ଲୋକ ପ୍ରଭାବିତ ହେଲେଣି । କେତେକ ଅଂଚଳ ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି । ସବୁଠି ଅଧିକ ପ୍ରଭାବିତ ହୋଇଛି ଆମେରିକାର ନ୍ୟୁୟର୍କ ଓ ମୋଟନା ସହର । ଏଠାରେ ତାପାମାତ୍ରା ଏବେ ମାଇନସ୍ ୫୫ ଡିଗ୍ରୀରେ ପହଂଚିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking