ବ୍ୟୁରୋ : ଆଜିକାଲିର ଆଧୁନିକ ଯୁଗରେ ମଧ୍ୟ ମଣିଷ ଅନ୍ଧବିଶ୍ୱାସ ଉପରେ ବିଶ୍ୱାସ କରୁଛି । ଏଥିପାଇଁ କାହା ଜୀବନ ମଧ୍ୟ ନେଉଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭାରତ ପାକିସ୍ତାନ ବର୍ଡରରେ ଥିବା ଶ୍ରୀଗଙ୍ଗାନଗର ଜିଲ୍ଲାରେ । ଏଠାରେ ଚିକିତ୍ସା ନାମରେ ଅନ୍ଧବିଶ୍ୱାସ ଯୋଗୁଁ ହୃଦୟ ବିଦାରଣ ଘଟଣା ଦେଖିବାକୁ ମିଳିଛି । ଏଠାରେ ଦୁଇ ଜଣ ବାବା ଚିକିତ୍ସା ପାଇଁ ଛୋଟ ଶିଶୁର ବେକରେ ତତଲା ବାଲି ରଖିଦେଲେ । ଏବେ ପିଲାଟି ଚାଲିବାକୁ ମଧ୍ୟ ଅସମର୍ଥ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ।
ସୁରତଗଢର ଜାତୀୟ ରାଜପଥ ୬୨ ନିକଟରେ ଏହି ଘଟଣା ଘଟିଛି । ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଭିଡିଓରେ ୨ ଜଣ ଭଣ୍ଡ ବାବା ଛୋଟ ପିଲାର ବେକକୁ ଗରମ ବାଲିରେ ଦବାଇଦେଇଥିଲେ । ପିଲାଟି ଚାଲିବାରେ ଅସମର୍ଥ ଥିବାରୁ ସେମାନେ ଚିକିତ୍ସା କରିବା ପାଇଁ ଏପରି କରିଥିଲେ । ଘଟଣା ବିଷୟରେ ଜାଣିବା ପରେ ସରପଞ୍ଚ ଏବଂ ପୋଲିସ ସ୍ଥାନରେ ପହଞ୍ଚି ଭଣ୍ଡ ବାବାଙ୍କୁ ଗିରଫ କରି ଥାନାରେ ଅଟକ ରଖିଛି । ଶ୍ରୀଗଙ୍ଗାନଗରେ ଏପରି ଅନ୍ଧବିଶ୍ୱାସରେ ଅନେକ ଘଟଣା ଘଟିଛି । ଦୁଇଦିନ ପୂର୍ବେଏଠାରେ ଚିକିତ୍ସା ନାମରେ ଦୁଇ ଯୁବତୀଙ୍କୁ ଚାମଚ ଏବଂ ଶାଢି ସାହାଯ୍ୟରେ ଟାଙ୍ଗିବା ଭଳି ଘଟଣା ସାମ୍ନାକୁ ଆସିଥିଲା ।