28.1 C
Bhubaneswar
Sunday, September 8, 2024
Homeଓଡିଶାସ୍ୱର୍ଣ୍ଣ ଗ୍ରଭା ସୁକିନ୍ଦା ଖଣି ଅଞ୍ଚଳରେ ମୂଳ ବାସିନ୍ଦା ଙ୍କୁ କାର୍ଯ୍ୟ ମିଳୁ ନାହିଁ ;...

ସ୍ୱର୍ଣ୍ଣ ଗ୍ରଭା ସୁକିନ୍ଦା ଖଣି ଅଞ୍ଚଳରେ ମୂଳ ବାସିନ୍ଦା ଙ୍କୁ କାର୍ଯ୍ୟ ମିଳୁ ନାହିଁ ; ଛୁଆଙ୍କ ଭୋକ ମେଣ୍ଟବା ପାଇଁ ଭିକ ମାଗିଲା ମାଆ

ଯାଜପୁର : ସ୍ୱର୍ଣ୍ଣ ଗ୍ରଭl ସୁକିନ୍ଦା ଖଣି ଉପତ୍ୟକା ରେ ଖଣିଜ ସମ୍ପଦ ଭରପୁର ହୋଇ ରହୁଚି ଖଣି ଖାଦାନ ରେ ମୁଲବlସିନ୍ଦl ଙ୍କୁ କାର୍ଯ୍ୟ ମିଳୁ ନାହିଁ l ସେମାନଙ୍କ ପାଇଁ ସରକାରୀ ଯୋଜନ ସବୁ ସ୍ବପ୍ନ l ୨୪ବର୍ଷ ର ବିଜେଡ଼ି ସରକାର ରାଜ୍ୟ ବିକାସ ଡିଡିମ ପିଟୁ ଥିଲା ବେଳେ ସୁକିନ୍ଦା ଅଞ୍ଚଳ ର ଅଧିବାସୀ ସେ ଥିରୁ ବଂଚିତ l ଆବାସ ଯୋଜା, ରେଶନ କାର୍ଡ ଲେବର କାର୍ଡ ପ୍ରଭୁତି ଯୋଜନା ପ୍ରଭୁତି ଅହପହଞ୍ଚ l ଏନ୍ ଆର୍ ଜି ଏସ କାର୍ଯ୍ୟ କୋଟି କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପକଳ୍ପ୍ କାର୍ଯ୍ୟ ହେଉଚି କିନ୍ତୁପ୍ରକୃତ୍ ହିତାଧିାରୀମାନେ ମାନେ ବଞ୍ଚିତ l ଶ୍ରମିକ କାର୍ଯ୍ୟ ନପାଇ ଛୁଆ ଙ୍କୁ ପେଟ କୂ ଗଣ୍ଡେ ଦାନା ଦେଇ ପାରୁ ନାହିଁ
ଭୋକ ଉପାସରେ ରେ ଅଭାଭି ସଂସାର କୁ ନେଇ କlଳତି ପlଟନ ରେ ଦିନ ବିତାଉ ଛନ୍ତି l ଜନ ପ୍ରତିନିଧି ବ୍ଲକ୍ ଓ ଜିଲ୍ଲା ପ୍ରଶାସନ ସେମଙ୍କ ପ୍ରତି ଦରଦ ନାହିଁ l ଭୋକ ପାଖେ ହାର ମାନିଲା ନିକ ର ସ୍ବାଭିମାନ l ଗରିବ ଆଦିବାସୀ ପରିବାର‌କୁ ନାହିଁ ଖାଦ୍ୟ ସୁରକ୍ଷାଯୋଜନା
: ସାତଦିନ ଧରି ଲଗାଣ ବର୍ଷା ପାଇଁ ଦିନ ମଜୁରିଆ ଗରିବ ଆଦିବାସୀ ଦମ୍ପତିଙ୍କୁ କାମ ମିଳିଲାନି। ଘରେ ଯାହା କିଛି ଚାଉଳ ଥିଲା, ୩ ରୁ ୪ ଦିନ ଦିନକୁ ଓଳିଏ ଖାଇ ଭୋକମାରି ରହିଗଲେ। କାର୍ଯ୍ୟ ନ ମିଳିବା ରୁ ଘରେ ଖାଇବାକୁ କି ରାନ୍ଧିବାକୁ କିଛି ନଥିଲା। ଗତକାଲି ଠାରୁ ଘର ଠାରୁ ୭ କିଲୋମିଟର ଦୂର ଅନଳ ଗାଁର ଜଣେ ଚାଷୀ ବିଲରେ କତି ମାରିବାକୁ ଯାଇଥିବା ଗୃହକର୍ତ୍ତା ରାଜୁ ରାତି ୮ଟା ବେଳକୁ ଖାଲି ହାତରେ ଫେରିଥିଲେ। । ସମସ୍ତେ ଭୋକିଲା ରହିଥିଲେ। ସମସ୍ତେ ଶେଯରୁ ଉଠିବା ପୂର୍ବରୁ ରାଜୁ ପୁଣି କାମକୁ ପଳାଇଥିଲେ। ମାଆ ଓ କୋଳରେ ବଢ଼ୁଥିବା ୨ଟିଯାକ ଛୁଆ ଭୋକରେ ଆଉଟୁପାଉଟୁ ହେଉଥିଲେ। ଶେଷରେ ପୂଜା ନିଜ ସ୍ବାଭିମାନକୁ ତୁଚ୍ଛକରି ପରଘରେ ହାତ ପାତି ପଖାଳ କଂସେ ଆଣି ଭାଗବାଣ୍ଟି ଖାଇଥିଲେ ମାଆପୁଅ। ଦେହରେ ଜୀବନ ପଶିବା ପରେ ସବା ସାନପୁଅକୁ କ୍ଷୀର ଖୁଆଇଥିଲେ ମାଆ ପୂଜା ତିରିଆ।
ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତ ୧୦ ନମ୍ବର ୱାର୍ଡ ମହ୍ଲାରସାହିର ପୂଜା ଓ ରାଜୁ ତିରିଆଙ୍କ ପରିବାରକୁ ଖାଦ୍ୟ ସୁରକ୍ଷା ମିଳୁନି। ଏହି ୬ ଜଣିଆ ଆଦିବାସୀ ପରିବାର ପାଖରେ ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ମୌଳିକ ଆବଶ୍ୟକତା ସାତସପନ ହୋଇରହିଛି। ସଂସାରରେ ତିଷ୍ଠି ରହିବାକୁ ଏହି ଦମ୍ପତି ସକାଳୁ ସଞ୍ଜ ଯାଏ ହାଡ଼ ଭଙ୍ଗା ପରିଶ୍ରମ କରି ଯାହା ରୋଜଗାର କରନ୍ତି ତେଲ ଲୁଣ ସଂସାର କୁ ଦର ଦାମ ବୃଦ୍ଧି ଯୋଗୁ ଅଭାବ ଓଳିଏ ଖାଇଲେ ଓଳିଏ ଉପବାସ ରେ ଦିନ କଟନ୍ତି l ଖାଦ୍ୟ ପ୍ରପୀଡ଼ିତ ଏହି ଦମ୍ପତି ଏବଂ ୪ ପୁଅଝିଅ ସୁମନ(୯), ଅଂଶୁ(୭), କୁଶଳା(୩) ଓ କୋଳରେ ବଢ଼ୁଥିବା ୫ ମାସର ଶିଶୁପୁତ୍ରଙ୍କୁ ରାସନ ଚାଉଳ ମିଳୁନି। ୨ ଶିଶୁଙ୍କ ପାଇଁ ସୁଷମ ଶିଶୁଖାଦ୍ୟ ସାତସପନ ହୋଇଛି। ୪ଟି ଶିଶୁର ମାଆ ହୋଇଥିଲେ ବି ସେ ‘ମମତା’ କିମ୍ବା ଜନନୀ ସୁରକ୍ଷାରେ ଟଙ୍କାଟିଏ ବି ସରକାରୀ ସହାୟତା ପାଇନଥିବା ନେଇ ପୂଜା ଅଭିଯୋଗ କରନ୍ତି। ତାଙ୍କ ପାଖେ ମିସନ ଶକ୍ତି ଅପହଞ୍ଚ। ସକାଳୁ ସଞ୍ଜ ପର୍ଯ୍ୟନ୍ତ ଖଟୁଥିଲେ ହେଁ କିଲୋ ପ୍ରତି ୪୦ ଟଙ୍କା ‌ଚାଉଳ କିଣିବା ବେଳକୁ ରୋଜଗାର ନିଅଣ୍ଟ ପଡ଼ୁଛି କହିଲା ବେଳେ ପୂଜା କାନ୍ଦି ପକାଇଥିଲେ। ପାଖ ପଡ଼ୋଶୀ ଓ କିଛି ସହୃଦୟ ବ୍ୟକ୍ତିଙ୍କ ଠାରୁ ଦାନରେ ମିଳୁଥିବା ପୁରୁଣା ଲୁଗାପଟା ସେମାନଙ୍କ ପୋଷାକ ଆବଶ୍ୟକତା ମେଣ୍ଟିଥାଏ। କିଛି ଭଙ୍ଗା ଆଜବେସଷ୍ଟସ ଯୋଗାଡ଼ କରି ଏହାକୁ ଢେଲାପଥର ଓ ମାଟି କାଦୁଅରେ ନିର୍ମିତ କାନ୍ଥରେ ଖପେଇ ଘର ତୋଳିଥିବା ଏହି ଦମ୍ପତି କୁଡ଼ିଆରେ ମାଡ଼ିଜାକି ହୋଇ ମୁଣ୍ଡ ଗୁଞ୍ଜିଛନ୍ତି। ବର୍ଷାଦିନେ ଭଙ୍ଗା ଛପରରୁ ପାଣି ଗଳି ପରିବେଶକୁ ସନ୍ତସନ୍ତିଆ କରି ରଖିଥିବା ଦେଖାଯାଇଛି। ଏଠା‌ରେ ସାମାଜିକ ନିରାପତ୍ତାର ସ୍ଥିତି ଅତ୍ୟନ୍ତ ଦୟନୀୟ। ଜବ୍‌କାର୍ଡ ନଥିବାରୁ ମନରେଗା ଯୋଜନାରେ ଏହି ଦମ୍ପତି ଟଙ୍କାଟିଏ ରୋଜଗାର କରିନଥିବା କୁହାଯାଇଛି। ଏହି ଭୂମିହୀନ ପରିବାର ବସୁନ୍ଧରା ଯୋଜନା କିମ୍ବା ଜଙ୍ଗଲ ଜମି ଅଧିକାର ଆଇନ(୨୦୦୬)ରୁ ବଞ୍ଚିତ ଅଭିଯୋଗ ହୁଏ। ସ୍ଥାୟୀ ଜମିପଟ୍ଟା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସେମାନଙ୍କ ପାଇଁ ସାତସପନ ହୋଇଛି।
ଏ ସଂପର୍କରେ ସରପଞ୍ଚ କମକଲତା ସର୍ଦ୍ଦାରଙ୍କୁ ପଚାରିବାରେ ସ୍ଥିତି ଅନୁଧ୍ୟାନ କରି ସହାୟତା କରିବେ ବୋଲି କହିଥିଲେ। ଯଥାଶୀଘ୍ର ଏହି ଗରିବ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବ ବୋଲି ବ୍ଲକ ଯୋଗାଣ ଅଧିକାରୀ ଦେବାଶିଷ କର କହନ୍ତି।
ରାଜ ନେତା ବ୍ଲକ ପ୍ରଶାସନଙ୍କୁ ଜଣା ନ ଥିବା କଥା ପ୍ରଶ୍ନ ବାଛି ସୃଷ୍ଟି କରିଛି l
ରାଜ୍ୟ ତଥା ଜିଲ୍ଲା ରେ ପାର୍କ ନିର୍ମାଣ ବିଳାସ ରେ ସିମୀତ ରହୁଚି ଏନ୍ ଆର୍ ଜି ଯୋଜନା ରେ ମିଥ୍ୟା ବିଲ ମାନ କାରା ଯାଇ ଲକ୍ଷ ଟଙ୍କା ହରି ଲୁଟୁ କାରା ଯାଇଚି ଏହା କଣ ବିଳାସ ବୋଳି ବୃଦ୍ଧି ଜୀବି ମହଲ ରେ ଚର୍ଚ୍ଚା ହେଉଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking