31.1 C
Bhubaneswar
Friday, October 18, 2024
Homeଦେଶ ବିଦେଶବିବାଦରେ ରିତେଶ ଦେଶମୁଖ, ୧୧୬ କୋଟି ଟଙ୍କା ଋଣ ମାମଲାରେ ରାଜ୍ୟ ସରକାର ଦେଲେ ଯାଞ୍ଚ...

ବିବାଦରେ ରିତେଶ ଦେଶମୁଖ, ୧୧୬ କୋଟି ଟଙ୍କା ଋଣ ମାମଲାରେ ରାଜ୍ୟ ସରକାର ଦେଲେ ଯାଞ୍ଚ ଆଦେଶ

ନୂଆଦିଲ୍ଲୀ  : ଅଭିନେତା ରିତେଶ ଦେଶମୁଖ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ତାଙ୍କ କମ୍ପାନୀକୁ ଋଣ ପ୍ରଦାନରେ ସମବାୟ ବ୍ୟାଙ୍କଗୁଡିକ ଦ୍ୱାରା କୌଣସି ଅନିୟମିତତା ଅଛି କି ନାହିଁ ତାହା ଜାଣିବାକୁ ଏକ ନିର୍ଦ୍ଦେଶ ଦିଆଯାଇଛି। ବୁଧବାର ମହାରାଷ୍ଟ୍ର ମନ୍ତ୍ରୀ ଅତୁଲ ସାଭେ ଏହି ସୂଚନା ଦେଇଛନ୍ତି। କିଛି ଦିନ ପୂର୍ବେ ଲାତୁର ଜିଲ୍ଲାର କିଛି ବିଜେପି ନେତା ରିତେଶ ଏବଂ ଜେନେଲିଆଙ୍କ ନେତୃତ୍ୱାଧୀନ କମ୍ପାନୀ ‘ଦେଶ ଏଗ୍ରୋ ପିଭି ଲିମିଟେଡ୍’ କୁ ସମବାୟ ବ୍ୟାଙ୍କ ଦ୍ୱାରା ଋଣ ଦେବାରେ ଅନିୟମିତତା ଅଭିଯୋଗ କରିଥିଲେ।

ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ସାଭେ କହିଛନ୍ତି, ‘ବିଜେପିର ଲାତୁର ଜିଲ୍ଲା ସଭାପତି (ଗୁରୁନାଥ) ମାଗେ ଏ ବାବଦରେ ଏକ ଚିଠି ଲେଖିଛନ୍ତି। MIDC ବିଷୟରେ ମୁଁ କିଛି ଜାଣେ ନାହିଁ, କିନ୍ତୁ ବ୍ୟାଙ୍କ ତରଫରୁ କୌଣସି ଅନିୟମିତତା ଅଛି କି ନାହିଁ ତାହା ଜାଣିବା ପାଇଁ ମୁଁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛି।‘

ଅଭିନେତା ରିତିଶ ଦେଶମୁଖ ଏବଂ ତାଙ୍କ ପତ୍ନୀ ଜେନେଲିଆ ଡି’ସୁଜା ଦେଶମୁଖଙ୍କ ଉପରେ ଏହି ଅଭିଯୋଗ ରହିଛି ଯେ, ସେମାନଙ୍କ କମ୍ପାନୀ ଦେଶ ଏଗ୍ରୋ ୨୦୨୧ ରେ ପ୍ରତିଷ୍ଠା ହୋଇଥିଲା ଏବଂ କିଛି ଦିନ ପରେ କମ୍ପାନୀକୁ ଜମି ବଣ୍ଟନ କରାଯାଇଥିଲା। କେବଳ ଏତିକି ନୁହେଁ, ଅକ୍ଟୋବର ୨୦୨୧ ଏବଂ ଜୁଲାଇ ୨୦୨୨ ରେ ଲାତୁର ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଦ୍ୱାରା କମ୍ପାନୀକୁ ଦିଆଯାଇଥିବା ୧୧୬ କୋଟି ଟଙ୍କାର ଋଣ ସମ୍ପର୍କରେ ଉଭୟଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking