28.1 C
Bhubaneswar
Saturday, November 16, 2024
Homeଓଡିଶା୧୪ ପ୍ରସ୍ତାବରେ କ୍ୟାବିନେଟ୍ ମୋହର; ନରାଜରେ ଜେଏସ୍‌ଡବ୍ଲ୍ୟୁ ନିର୍ମାଣ କରିବ ବିଦ୍ୟୁତ୍ ଯାନ

୧୪ ପ୍ରସ୍ତାବରେ କ୍ୟାବିନେଟ୍ ମୋହର; ନରାଜରେ ଜେଏସ୍‌ଡବ୍ଲ୍ୟୁ ନିର୍ମାଣ କରିବ ବିଦ୍ୟୁତ୍ ଯାନ

– ୪୦ ହଜାର କୋଟି ଟଙ୍କା ପୁଞ୍ଜିନିବେଶ
– ୧୨ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ
– ବିଶ୍ୱର ସର୍ବବୃହତ୍ତ ବ୍ୟାଟେରୀ ପ୍ରସ୍ତୁତ କାରଖାନା

ଭୁବନେଶ୍ୱର: ଓଡ଼ିଶାରେ ନରାଜ ଠାରେ ଜେଏସ୍‌ଡବ୍ଲ୍ୟୁ ନିର୍ମାଣ କରିବ ବିଦ୍ୟୁତ୍ ଯାନ । ଯାନ ସହ ବ୍ୟାଟେରୀ ବି ପ୍ରସ୍ତୁତ ହେବ । ତାହା ଗୋଟିଏ ସ୍ଥାନରେ ବିଶ୍ୱର ସର୍ବବୃହତ୍ତ ବ୍ୟାଟେରୀ ପ୍ରସ୍ତୁତ କାରଖାନା କରିବାରେ ରେକର୍ଡ଼ କରିବ କମ୍ପାନୀ । ପ୍ରକଳ୍ପ ନିମନ୍ତେ କମ୍ପାନୀ ୪୦ ହଜାର କୋଟି ଟଙ୍କା ପୁଞ୍ଜିନିବେଶ ହେବ । ଏଥିଯୋଗୁଁ ୧୨ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ପାଇବେ । ଏନେ ଆସିଥିବା ସ୍ତ୍ରସ୍ତାବଟି ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ ଲାଭ କରିଛି ।

ସୋମବାର ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୨ଟି ବିଭାଗର ୧୫ଟି ପ୍ରସ୍ତାବ ଆଗତ କରାଯାଇଥିଲେ ହେଁ ସେଥିରୁ ୧୪ ପ୍ରସ୍ତାବ ପାରିତ ହୋଇଛି । ବୈଠକ ଶେଷରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜସ୍ୱ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ବିଜ୍ଞାନ ଓ ବୈଷୟିକ ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମଙ୍କ ଉପସ୍ଥିତରେ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ କୁମାର ଜେନା ଏହି ଦେଇଛନ୍ତି । ଶ୍ରୀ ଜେନା କହିଛନ୍ତି ଯେ, ରାଜ୍ୟ ସରକାର ଗ୍ରୀନ ଏନର୍ଜି ଉପରେ ଫୋକସ ରଖିଛନ୍ତି । ଗ୍ରୀନ୍ ହାଉସ ଗ୍ୟାସ୍ ଏମିସନ ହ୍ରାସ ଲାଗି ପଦକ୍ଷେପ ନିଆଯାଉଛି । ଏଥିଲାଗି ଇଭି କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯାଉଛି । ବିଭିନ୍ନ ରାଜ୍ୟରେ ଇଲେକ୍ଟ୍ରିକ ଭେଇକଲ (ଇଭି) ପ୍ରସ୍ତୁତ ଉପରେ ଗୁରୁତ୍ୱ ଦିଆଯାଇଛି । ଗୁଜରାଟରେ ଏକ ବଡ଼ ଇଲେକ୍ଟ୍ରିକ ଭେଇକଲ କମ୍ପାନୀ ପ୍ରତିଷ୍ଠା କରିବ ବୋଲି ଘୋଷଣା କରିଛି । ତେଣୁ ବିଗତ ଦେଢ଼ ବର୍ଷଧରି ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶରେ ଶିଳ୍ପ ବିଭାଗ ଓ ଇପିକଲ ସଂସ୍ଥା ପକ୍ଷରୁୁ ଦେଶର ପ୍ରମୁଖ କମ୍ପାନୀଙ୍କ ସହ ଆଲୋଚନା କରାଯାଇଛି । ଏବେ ସଫଳତା ମିଳିଛି ।

ମୁଖ୍ୟ ଶାସନ ସଚିବ ବୋଲି କହିଛନ୍ତି ଯେ, ଓଡ଼ିଶାରେ ଜେଏସ୍‌ଡବ୍ଲ୍ୟୁ ଉଭୟ ଯାନ ଓ ବ୍ୟାଟେରୀ ପ୍ରସ୍ତୁତ କରିବାକୁ ଆଗ୍ରହ ପ୍ରକାଶ କରିଛି । ଗୋଟିଏ ସ୍ଥାନରେ ବିଶ୍ୱର ସର୍ବବୃହତ୍ତ ବ୍ୟାଟେରୀ ପ୍ରସ୍ତୁତ କାରଖାନା ନିର୍ମାଣ ସହ ଇଲେକ୍ଟ୍ରିକ ଭେଇକଲ କମ୍ପୋନେଣ୍ଟ (ଗାଡ଼ି ଯନ୍ତ୍ର୍ରାଂଶ) ବି ପ୍ରସ୍ତୁତ କରିବାକୁ ପ୍ରସ୍ତାବ ବି ଦେଇଛି । ୫୦ ହଜାର ମେଗାୱାଟର ବ୍ୟାଟେରୀ ମାନୁଫାକଚରିଂ ୟୁନିଟ୍ ପ୍ରସ୍ତୁତ ହେବ । ପ୍ରକଳ୍ପ ଲାଗି ଜେଏସ୍‌ଡବ୍ଲ୍ୟ ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଏଥିରେ ୧୨ ହଜାର ନିଯୁକ୍ତି ସୃଷ୍ଟି ହେବ । କଟକ ନରାଜ୍‌ରେ ତାହା ପ୍ରତିଷ୍ଠା ହେବ । ପ୍ରଥମ ପର୍ଯ୍ୟାୟ ସଫଳତା ମିଳିବା ପରେ ଦ୍ୱିତୀୟ ପର୍ଯ୍ୟାୟ ସଂପ୍ରସାରଣ ହେବ । ଦୁଇଟି ପର୍ଯ୍ୟାୟରେ ବୈଦ୍ୟୁତିକ ଯାନ ଓ ବ୍ୟାଟେରି ନିର୍ମାଣ ପ୍ରକଳ୍ପ ପାଇଁ ଏକ ‘ଓଇଏମ୍ କାରଖାନା’ ସ୍ଥାପନ କରିବାକୁ କମ୍ପାନୀ ଯୋଜନା କରୁଛି । ଏହି ଦୁଇଟି ପର୍ଯ୍ୟାୟରେ ଜେଏସ୍‌ବ୍ଲ୍ୟୁ ରାଜ୍ୟରେ ୨୫ ହଜାର କୋଟି ଟଙ୍କା ବିନିଯୋଗ କରିବ । ଏଥିପାଇଁ ଅତିରିକ୍ତ ୪ ହଜାରରୁ ଅଧିକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି ହେବ ।

ଅନ୍ୟ କିଛି ପ୍ରସ୍ତାବରେ ବି କ୍ୟାବିନେଟ୍ ମୋହର ବାଜିଛି । ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଓଡ଼ିଶା ବାୟୋଟେକ୍ନୋଲୋଜି ପଲିସି-୨୦୨୪କୁ ମଞ୍ଜୁରୀ । ବାୟୋଟେକ୍ନୋଲୋଜି ଷ୍ଟାର୍ଟ-ଅପକୁ ମିଳିବ ଆର୍ôଥକ ସୁବିଧା । ଗଠନ ହେବ ଓଡ଼ିଶା ବାୟୋଟେକ୍ନୋଲୋଜି ଭିଜନ୍ ଗ୍ରୁପ । ଏମ୍‌ଏସ୍‌ଏମଇ ପାଇଁ ସ୍ୱତନ୍ତ୍ର ପଲିସି କାର୍ଯ୍ୟକାରୀ ହୋଇଛି । ୫୦ କୋଟି ଟର୍ଣ୍ଣ ଉଭର ପର୍ଯ୍ୟନ୍ତ କମ୍ପାନୀ ଏଥିରେ ଅନ୍ତର୍ଭୁକ୍ତ ହେବେ । ସେହିପରି ଖୋର୍ଦ୍ଧା ଜିଲ୍ଲାର ଡେରାସରେ ୬୯୫୨ ଶଯ୍ୟା ବିଶିଷ୍ଟ ମହିଳା ଶ୍ରମିକ ହଷ୍ଟେଲର ନିର୍ମାଣ କରାଯିବ । ଏଥିପାଇଁ ୩୬୧.୪୪ କୋଟି ଟଙ୍କା ଖର୍ଚ୍ଚ ହେବ । ଅନ୍ୟପକ୍ଷରେ ଗ୍ରାମ ପଞ୍ଚାୟତ ସମ୍ପାଦକଙ୍କ ମଧ୍ୟରୁ ଚୟନ ପ୍ରକ୍ରିୟାରେ ଭିଏଲ୍‌ଡବ୍ଲୁୁ୍ୟ ପଦବୀରେ ନିଯୁକ୍ତ ହୋଇଥିବା କିଛି ନିର୍ଦ୍ଦିଷ୍ଟ କର୍ମଚାରୀ ଅବସର ପରେ ସର୍ବନିମ୍ନ ପେନ୍‌ସନ ପାଇବେ । ଓଡ଼ିଶା ଅଗ୍ନିଶମ ସେବାର କ ଓ ଖ ବର୍ଗ ଅଧିକାରୀଙ୍କ ନିଯୁକ୍ତି ଓ ଚାକିରି ସର୍ତ୍ତ ନିୟମାବଳୀରେ ସଂଶୋଧନ କରାଯାଇଛି । କଳାହାଣ୍ଡି ଜିଲ୍ଲା କୋକସରା ଠାରେ ନୂତନ ଅବକାରୀ ଥାନା ପ୍ରତିଷ୍ଠା ହେବ । ଶିଳ୍ପ ବିଭାଗର ଆଇପିଆର୍‌-୨୦୨୨ସଂଶୋଧିତ ପ୍ରସ୍ତାବ ସହ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଓ ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ବାସଗୃହ ନିର୍ମାଣ ନିମନ୍ତେ ଲିଜ୍ ସୂତ୍ରରେ ଯୋଗାଇଦେବାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି ।

୬ ଜିଲ୍ଲାରେ ‘ସ୍ଥାୟୀ ଜୀବିକା ନିମନ୍ତେ କଫି ଚାଷ’ ଯୋଜନା
ରାଜ୍ୟରେ ୬ ଜିଲ୍ଲାରେ ‘ସ୍ଥାୟୀ ଜୀବିକା ନିମନ୍ତେ କଫି ଚାଷ’ ଯୋଜନା କାର୍ଯ୍ୟକାରୀ କରାଯିବ । ସେଇ ଜିଲ୍ଲାଗୁ଼ଡ଼ିକ ହେଉଛି କୋରାପୁଟ୍‌, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଓ ଗଜପତି । ବର୍ତ୍ତମାନ କଫି ଚାଷ କରାଯାଇଥିବା ୧୦ ହଜାର ଏକର ଅଞ୍ଚଳକୁ ୧୦ ବର୍ଷ ମଧ୍ୟରେ ୧୦ ଗୁଣ ବୃଦ୍ଧି କରାଯିବାର ଯୋଜନା ରହିଛି । ଅର୍ଥାତ ଏକ ଲକ୍ଷ ଏକର ଚିହ୍ନଟ ଜମିରେ ହେବ ଚାଷ । ଏଥିନିମନ୍ତେ ୧୧୪୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏନେଇ ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋହର ବାଜିଛି ।

ସୋମବାର ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ କୁାର ଜେନା ଏହି ସୂଚନା ଦେଇ କହିଛନ୍ତି ଯେ, ପରିବେଶର ହିତସାଧନ ସହିତ ଆର୍ôଥକ ଲାଭକୁ ଦୃଷ୍ଟିରେ ରଖି କଫି ଚାଷ ରାଜ୍ୟର କୃଷକଙ୍କ ମଧ୍ୟରେ ସବୁଠାରୁ ଅର୍ଥକାରୀ ଫସଲ ଭାବରେ ଉଭା ହୋଇଛି । ବିଶେଷକରି ଅନୁକୂଳ ଜଳବାୟୁ ଓଡ଼ିିଶାରେ ବ୍ୟବସାୟିକ ଭିତ୍ତରେ କଫି ଚାଷ ନିମନ୍ତେ ଅଧିକ ସୁଯୋଗ ସୃଷ୍ଟି କରିଛି । ଏହା ଆଦିବାସୀ ଅଞ୍ଚଳରେ ପାରମ୍ପରିକ ଫସଲ ପଦ୍ଧତିର ଏକ ଉପଯୁକ୍ତ ବିକଳ୍ପ ଭାବରେ କାର୍ଯ୍ୟ କରିବ । ରାଜ୍ୟର ୬ଟି ଜିଲ୍ଲାରେ ଏହି ଯୋଜନା ‘ସ୍ଥାୟୀ ଜୀବିକା ନିମନ୍ତେ କଫି ଚାଷ’ କାର୍ଯ୍ୟକାରୀ କରାଯିବ । ଏହି ଯୋଜନା ଅଧିନରେ କଫି ଚାରା (ନର୍ସରୀ) ପ୍ରସ୍ତୁତ କରିବା ନିମନ୍ତେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରାଯିବ । ୫୦ହଜାରରୁ ଅଧିକ କୃଷକ ପରିବାର ଏହି ଯୋଜନା ମାଧ୍ୟମରେ ଉପକୃତ ହେବେ ।

ଶ୍ରୀ ଜେନା କହିଛନ୍ତି ଯେ, ‘ସ୍ଥାୟୀ ଜୀବିକା ନିମନ୍ତେ କଫି ଚାଷ’ ଯୋଜନାରେ ୨୦୨୨-୨୩ରୁ ୨୦୨୬-୨୭ ପର୍ଯ୍ୟନ୍ତ ୧୧୪୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଅଛି । ସେଥିମଧ୍ୟରୁ ୫୬୭ କୋଟି ଟଙ୍କା ରାଜ୍ୟ ଯୋଜନା ମାଧ୍ୟମରେ ଏବଂ ୫୭୭ କୋଟି ଟଙ୍କା ଅନ୍ୟ ଯୋଜନା ସହିତ ସମନ୍ୱୟ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ । ଆଗାମୀ ବର୍ଷରେ ଏହି ଯୋଜନାରେ ଉତ୍ପାଦର ମୂଲ୍ୟବୃଦ୍ଧି ଓ କିଣାବିକା ଦିଗକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନରେ ଥିବା ମୃଞ୍ଜିକା ସଂରକ୍ଷଣ ଏବଂ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ମାଧ୍ୟମରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ । ଏହି ଯୋଜନାର କାର୍ଯ୍ୟକାରିତା ସମୟରେ ଉକ୍ତ ନିର୍ଦ୍ଦେଶାଳୟ କଫିର ଉତ୍ପାଦକତା ବୃଦ୍ଧି, ଗଣବତ୍ତା ବୃଦ୍ଧି, ଭିତ୍ତିଭୂମି ନିର୍ମାଣ ଏବଂ ଉତ୍ପାଦକ ବ୍ରାଣ୍ଡର ବିକାଶ ପାଇଁ କଫି ବୋର୍ଡ଼ ଓ ଅନ୍ୟାନ୍ୟ ପ୍ରତିଷ୍ଠିତ ସଂଗଠନର ସହଭାଗିତାରେ କାର୍ଯ୍ୟ କରିବ ବୋଲି ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking