ପୁଣେ : ମହାରାଷ୍ଟ୍ରରେ କରୋନାର ବେଗ ଧିରେ ଧିରେ ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ କରୋନାର ୫୨୯ନୂଆ ମାମଲା ସାମ୍ନାକୁ ଆସିଛି । ଚିନ୍ତାର ବିଷୟ ଏହା କି ରାଜ୍ୟରେ ପ୍ରଥମ ଥର ଏକାସାଙ୍ଗରେ ବି.ଏ ୪ ଏବଂ ବି.ଏ.୫ଭାରିଆଣ୍ଟର ଆକ୍ରାନ୍ତ ଦେଖାଦେଇଛି । ଏହି ଦୁଇ ଭାରିଆଣ୍ଟ ଓମିକ୍ରନର ସବଭାରିଆଣ୍ଟ ଅଟେ ଯାହା ଖୁବ୍ ଜୋରରେ ବ୍ୟାପିବାରେ ଲାଗିଛି ।
ରାଜ୍ୟରେ ଏହି ସମୟରେ ବି.ଏ.୪ର ୪ଜଣ ଆକ୍ରାନ୍ତ ସାମ୍ନାକୁ ଆସିଥିବାବେଳେ ବି.ଏ.୫ର ୩ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହିପରି ଭାବେ ଏବେ ସଂଖ୍ୟା ୭ରେ ପହଞ୍ଚିଛି । ଆଶ୍ବସ୍ତ କଥା ଏହାକି ଯେ ଏଥିରେ କୌଣସି ଗମ୍ଭୀର ଲକ୍ଷଣ ଦେଖାଯାଇନଥିବାବେଳେ ହସ୍ପିଟାଲରେ ଭର୍ତ୍ତି କରାଯିବାକୁ ମଧ୍ୟ ପଡ଼ି ନାହିଁ ।