26.1 C
Bhubaneswar
Tuesday, October 22, 2024
Homeଓଡିଶାଜାନୁଆରୀରେ କମିବ ଶୀତ !

ଜାନୁଆରୀରେ କମିବ ଶୀତ !

ଭୁବନେଶ୍ୱର : ଜାନୁଆରୀରେ କମ୍‌ ଶୀତ ଅନୁଭୂତ ହେବ । ରାତି ତାପମାତ୍ରା ସ୍ୱାଭାବିକ ତୁଳନାରେ ଅଧିକ ରହିବ । ଯାହାଫଳରେ ଥଣ୍ଡା କମିବ । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର(ଆଇଏମ୍‌ଡି) ଜାନୁଆରୀ ମାସ ପାଇଁ କରିଥିବା ଆକଳନରୁ ଏହା ଜଣାପଡ଼ିଛି ।

ଆଇଏମ୍‌ଡି ଅନୁଯାୟୀ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା ସମ୍ଭାବନା ବେଶି । ଆଭ୍ୟନ୍ତରୀଣ ଓଡ଼ିଶାରେ ବି ପ୍ରାୟ ସମାନ ସ୍ଥିତି ରହିବ । ଏ ମାସରେ ରାଜ୍ୟରେ ଶୀତ ଲହରୀ ସ୍ଥିତି ଆଦୌ ରହିବନି । ସେହିଭଳି ଜାନୁଆରୀରେ ରାଜ୍ୟରେ ବର୍ଷା ସମ୍ଭାବନା ଅଛି ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଛି । ଉତ୍ତର ଭାରତର କିଛି ଅଂଶକୁ ଛାଡ଼ି ବାକି ଦେଶର ସବୁ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ବୋଲି ଏହି ରିପୋର୍ଟରେ କୁହାଯାଇଛି ।

ସେପଟେ ଆସନ୍ତା ୫ଦିନରେ ରାଜ୍ୟରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ମଙ୍ଗଳବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ କୁହୁଡ଼ି ଦୃଶ୍ୟମାନ ହେବ । ସେହିଭଳି ବୁଧବାର ମଧ୍ୟ ଉପକୂଳ ଓଡ଼ିଶାରେ କୁହୁଡ଼ି ଦେଖାଯିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking