30.1 C
Bhubaneswar
Friday, November 15, 2024
Homeଦେଶ ବିଦେଶପ୍ରେମ ଆଗରେ ୨୫୦୦ କୋଟି ଟଙ୍କାର ସମ୍ପତି ହେଲା ତୁଚ୍ଛ

ପ୍ରେମ ଆଗରେ ୨୫୦୦ କୋଟି ଟଙ୍କାର ସମ୍ପତି ହେଲା ତୁଚ୍ଛ

ଜାକାର୍ତା: ପ୍ରେମିକକୁ ପାଇବା ପାଇଁ ଜଣେ ପ୍ରେମିକା ୨୫୦୦ କୋଟି ଟଙ୍କାର ସମ୍ପତି ଆଡେଇ ଦେଲେ । ପୂର୍ବ ମିସ ମାଲେସିଆ ପଲିନା ଚୟ ଜଣାଶୁଣା ବ୍ୟବସାୟୀ ଖୁକେ ପେଙ୍ଗଙ୍କ ଝିଅ ଆଞ୍ଜେଲିନା ଫ୍ରାନ୍ସିସ ୨୫୦୦ କୋଟି ଟଙ୍କାର ସମ୍ପତି ଛାଡି ନିଜ ପ୍ରେମୀଙ୍କୁ ବିବାହ କରିଥିଲେ । ଆଞ୍ଜେଲିନାଙ୍କ ପ୍ରେମିକଙ୍କ ନାମ ଜୋଦିଆ ଫ୍ରାନ୍ସିସ । ତାଙ୍କ ପରିବାର ଲୋକ ଜୋଦିଆଙ୍କ ସହ ତାଙ୍କ ବିବାହ ନେଇ ରାଜି ହୋଇ ନ ଥିଲେ । ଏପରିକି ବିବାହ କଲେ ସମସ୍ତ ସମ୍ପତିରୁ ତାଙ୍କୁ ବାଦ ଦିଆଯିବ ବୋଲି ଧମକ ଦେଇଥିଲେ । ତାଙ୍କ ପିତା ଖୁ କୋରେସ ହୋଟେଲର ଡାଇରେକ୍ଟର । ମାତ୍ର ଶେଷରେ ପ୍ରେମରେ ବିଜୟ ହୋଇଥିଲା । ଅକ୍ସଫୋର୍ଡ ୟୁନିଭରସିଟିରେ ପଢ଼ିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପ୍ରେମୀଯୁଗଳ ବିବାହ କରିବାର କିଛି ଦିନ ପରେ ଆଞ୍ଜେଲିନାଙ୍କ ପିତାମାତାଙ୍କ ବିବାହ ବିଚ୍ଛେଦ ଘଟିଥିଲା । ସୂଚନାଯୋଗ୍ୟ, ୨୦୨୧ରେ ଜାପାନର ରାଜକୁମାରୀ ମାକୋ ମଧ୍ୟ ତାଙ୍କ ପ୍ରେମିକଙ୍କୁ ବିବାହ କରିବା ପାଇଁ ସମସ୍ତ ସମ୍ପତି ପରିତ୍ୟାଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking