18.1 C
Bhubaneswar
Saturday, November 23, 2024
Homeଓଡିଶା୨୦୨୨ରେ ୨୨ କୋଟିର ବ୍ରାଉନସୁଗାର ଜବତ କରିଛି ଏସଟିଏଫ

୨୦୨୨ରେ ୨୨ କୋଟିର ବ୍ରାଉନସୁଗାର ଜବତ କରିଛି ଏସଟିଏଫ

ଭୁବନେଶ୍ବର: ଏସଟିଏଫ ପକ୍ଷରୁ ୨୦୨୨ର ବାର୍ଷିକ ରିପୋର୍ଟ ପ୍ରକାଶ ପାଇଛି। ୨୦୨୨ରେ ଏସଟିଏଫ ୭୫ଟି ମାମଲାରେ ମୋଟ୍ ୧୩୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏମାନଙ୍କ ଭିତରେ ଅନ୍ୟ ୭ ରାଜ୍ୟର ୧୪ ଅପରାଧୀ ଥିବା ଜଣାଯାଇଛି।  ଏନେଇ ଏସଟିଏଫ ଆଇଜି ଜୟ ନାରାୟଣ ପଙ୍କଜ ସୂଚନା ଦେଇଛନ୍ତି। ତାଙ୍କ ପ୍ରଦତ୍ତ ସୂଚନା ଅନୁଯାୟୀ, ଏନଡିପିଏସର ୨୭ଟି ମାମଲାରେ ୨୨ କୋଟିର ବ୍ରାଉନସୁଗାର, ୨୫୨୪ କେଜି ଗଞ୍ଜେଇ , ୨୦୨ ଗ୍ରାମ୍ କୋକେନ, ୫୧୭ ଗ୍ରାମ ଅଫିମ ଏବଂ ୬୫ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି। ଏହି ମାମଲାରେ ୧୩ କୋଟି ଟଙ୍କାର ସମ୍ପତ୍ତି ବ୍ୟାଜ୍ୟାପ୍ତି କରାଯିବା ସହିତ ଜବତ ୨୩ କୋଟିର ବ୍ରାଉନସୁଗାର ନଷ୍ଟ ହୋଇଛି। ଠିକ୍ ସେହିପରି ୫୫ କ୍ୱିଣ୍ଟାଲ ଗଞ୍ଜେଇ ନଷ୍ଟ କରାଯାଇଛି। ସେହିଭଳି ବନ୍ୟ ପ୍ରାଣୀ ଅପରାଧରେ ଏସଟିଏଫରେ ୩୧ଟି ମାମଲା ହୋଇଛି। ଏଥିରେ ୧୪ଟି କଲରା ପତରିଆ ବାଘ, ଗୋଟିଏ ମହାବଳ ବାଘ, ୯ଟି ବଜ୍ରକାପ୍ତା, ୨୨ କେଜି ବଜ୍ରକାପ୍ତା କାତି, ୧୪ଟି ହାତୀଦାନ୍ତ, ୨ଟି କଲରାପତରିଆ ଦାନ୍ତ, ୨୯ଟି ବାଘ ନଖ ଓ ୪୬ଟି ଜୀବନ୍ତ ଶୁଆ ଜବତ କରାଯାଇଛି। ୩ଟି ମାମଲାରେ ୧୪ଟି ମାରଣାସ୍ତ୍ର ଜବତ କରାଯିବା ସହ ୬୦ଟି ଜୀବନ୍ତ ଗୁଳି ଓ ୮ଟି ମାଗାଜିନ ଜବତ ହୋଇଛି। ଏଣେ ୪ଟି ଜାଲ ନୋଟ ମାମଲାରେ ୪୭ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ଏସଟିଏଫ୍। ତେଣେ ୨୦୨୨ରେ ୫ଟି କୋଇଲା ଚାଲାଣ ମାମଲା ହୋଇଥିବା ବେଳେ, ୧୯୨୦ ବୋତଲ କଫ ସିରଫ୍ ଓ ଚାଲାଣ ବେଳେ ୨୨ ଗୋରୁ ଜବତ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking