17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶ୨୦୨୧ରେ ୧୭୧ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି

୨୦୨୧ରେ ୧୭୧ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି

ଶ୍ରୀନଗର: ୨୦୨୧ରେ କଶ୍ମୀର ଘାଟିରେ ସେନା କାର୍ଯ୍ୟାନୁଷ୍ଠାନରେ ମୋଟ ୧୭୧ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି ବୋଲି ଜମ୍ମୁ-କଶ୍ମୀର ପୁଲିସ ଆଇଜି ବିଜୟ କୁମାର ଶନିବାର ସୂଚନା ଦେଇଛନ୍ତି । ମୃତ ଆତଙ୍କବାଦୀଙ୍କ ମଧ୍ୟରେ ୧୯ ଜଣ ପାକିସ୍ତାନୀ ହୋଇଥିବାବେଳେ ଅବଶିଷ୍ଟ ୧୫୨ ହେଉଛନ୍ତି କଶ୍ମୀର ବାସିନ୍ଦା । ଅପରପକ୍ଷରେ ଚଳିତବର୍ଷ କଶ୍ମୀର ଘାଟୀର ୧୨୮ ଯୁବକ ଆତଙ୍କବାଦୀ ସଂଗଠନରେ ଯୋଗଦେଇଥିବା ଜଣାପଡିଛି । ଗତବର୍ଷ ଅର୍ଥାତ୍ ୨୦୨୦ରେ ଏମାନଙ୍କ ସଂଖ୍ୟା ୧୬୭ ରହିଥିଲା । ୧୨୮ ମଧ୍ୟରୁ ଏନ୍‌କାଉଣ୍ଟରରେ ୭୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୬ ଜଣଙ୍କୁ ଗିରଫ କରାଯାଇଛି ।

ଅବଶିଷ୍ଟ ୩୯ ଜଣ ବର୍ତ୍ତମାନ ସକ୍ରିୟ ରହିଛନ୍ତି ବୋଲି ଶ୍ରୀ କୁମାର କହିଛନ୍ତି । ୨୦୨୧ରେ କଶ୍ମୀର ଘାଟୀରେ ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ଆତଙ୍କବାଦୀ ଆକ୍ରମଣରେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟଣା ହ୍ରାସ ପାଇଥିବା କୁହାଯାଇଛି । ଫଳରେ କଶ୍ମୀର ଉପତ୍ୟକାରେ ଆତଙ୍କବାଦୀ ନିରୋଧ ଅଭିଯାନ ଅନେକାଂଶରେ ସଫଳ ହୋଇଥିବା କୁହାଯାଇଛି । ୨୦୨୦ରେ ଆତଙ୍କବାଦୀ ଆକ୍ରମଣରେ ୩୭ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବାବେଳେ ୨୦୨୧ରେ ଏହା ୩୪କୁ ହ୍ରାସ ପାଇଛି ।

ସେହିପରି ୨୦୨୦ରେ କଶ୍ମୀର ଘାଟୀରେ ମୋଟ ୨୩୮ଟି ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଥିବାବେଳେ ୨୦୨୧ରେ ଏହା ୧୯୨କୁ ଖସିଥିବା କୁହାଯାଇଛି । ପୁନଶ୍ଚ ଆତଙ୍କବାଦୀଙ୍କ ସହ ଏନ୍‌କାଉଣ୍ଟରରେ ଯବାନଙ୍କ ସହିଦ ଘଟଣା ମଧ୍ୟ ହ୍ରାସ ପାଇଛି । ୨୦୨୦ରେ ୫୭ ଯବାନ ସହିଦ ହୋଇଥିବାବେଳେ ଗତବର୍ଷ ଏହି ସଂଖ୍ୟା ମାତ୍ର ୨୯ ରହିଥିବା ଜଣାପଡିଛି । କଶ୍ମୀର ଘାଟୀରେ ଆତଙ୍କବାଦ କାର୍ଯ୍ୟକଳାପ ଥମିନାହିଁ ବୋଲି ଗଣମାଧ୍ୟମ ଯାହା ପ୍ରଚାର ଓ ପ୍ରସାର କରୁଛି, ସେଥିରେ ସତ୍ୟତା ନାହିଁ ବୋଲି ଶ୍ରୀ କୁମାର କହିଛନ୍ତି । ଉପରୋକ୍ତ ତଥ୍ୟକୁ ବିଶ୍ଲେଷଣ କଲେ ଗଣମାଧ୍ୟମର ସତ୍ୟତା ଜଣାପଡିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking