ନୂଆଦିଲ୍ଲୀ: ପାକିସ୍ତାନରେ ନୂଆ ସରକାର ପାଇଁ ଚାଲିଛି ମତଦାନ ।ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଦିଲା ଜେଲରୁ ପୋଷ୍ଟାଲ ମାଧ୍ୟମରେ ଭୋଟ୍ ଦେଇଛନ୍ତି । ସେମାନଙ୍କ ବ୍ୟତୀତ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହା ମହମୁଦ କୁରେଶି, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚୌଧୁରୀ ପରଭେଜ ଏଲାହି, ଆୱାମୀ ମୁସଲିମ ଲିଗର ମୁଖ୍ୟ ଶେଖ ରସିଦ ଏବଂ ପୂର୍ବତନ ସୂଚନା ମନ୍ତ୍ରୀ ଫୱାଦ ଚୌଧରୀ ମେଲ ମାଧ୍ୟମରେ ଭୋଟ୍ ଦେଇଛନ୍ତି। ତେବେ ଇମ୍ରାନ ଖାନଙ୍କ ପତ୍ନୀ ବୁଶ୍ରା ବିବି ଭୋଟ୍ ଦେଇପାରିନାହାଁନ୍ତି । କାରଣ ପୋଷ୍ଟାଲ ବାଲାଟ ପ୍ରକ୍ରିୟା ଘୋଷଣା ଶେଷ ହେବା ପରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ସେପଟେ ସାଧାରଣ ନିର୍ବାଚନ ପାଇଁ ଚାଲିଥିବା ଭୋଟ୍ ମଧ୍ୟରେ ସମଗ୍ର ଦେଶରେ ମୋବାଇଲ୍ ସେବା ସସ୍ପେଣ୍ଡ ରହିଛି । ଅନେକ କ୍ଷେତ୍ରରେ ମୋବାଇଲ୍ ଇଣ୍ଟରନେଟ୍ ମଧ୍ୟ ବନ୍ଦ କରାଯାଇଛି । ନିର୍ବାଚନ ଦିନ ଏଭଳି ପ୍ରତିବନ୍ଧକକୁ ନେଇ ଇମ୍ରାନ ଖାନଙ୍କ ସମେତ ବିରୋଧୀ ଦଳ ରାଗିଛନ୍ତି । ବିରୋଧୀ ଏହାକୁ ଡିଜିଟାଲ ସେନ୍ସର ବୋଲି କହିଛନ୍ତି । ଡିଜିଟାଲ୍ ସେନ୍ସର ପ୍ରସଙ୍ଗରେ ପାକିସ୍ତାନୀ ଗଣମାଧ୍ୟମ ଡନ୍ ରିପୋର୍ଟ ଅନୁଯାୟୀ ପାକିସ୍ତାନର ମୁଖ୍ୟ ନିର୍ବାଚନ କମିଶନର ସିକନ୍ଦର ସୁଲତାନ ରାଜା କହିଛନ୍ତି ଯେ ନିର୍ବାଚନ ପ୍ରକ୍ରିୟା ମୁକ୍ତ ଏବଂ ନିରପେକ୍ଷ ହେବ ବୋଲି ଆଶା କରାଯାଉଛି । ସେ କହିଛନ୍ତି ଯେ ଇଣ୍ଟରନେଟ୍ ଏବଂ ମୋବାଇଲ୍ ସେବାକୁ ଅବରୋଧ କିମ୍ବା ଅନୁମତି ଦେବା ନିର୍ବାଚନ ଆୟୋଗର ଅଧିକାର ବାହାରେ। ସେ କହିଛନ୍ତି, ‘ଆମର ସିଷ୍ଟମ ଇଣ୍ଟରନେଟ ଉପରେ ନିର୍ଭରଶୀଳ ନୁହେଁ ।