19.1 C
Bhubaneswar
Tuesday, November 19, 2024
Homeଦେଶ ବିଦେଶଭାଙ୍ଗ ବିକି ସରକାର ଚଳାଇବେ ଇମ୍ରାନ୍ ଖାନ୍‌

ଭାଙ୍ଗ ବିକି ସରକାର ଚଳାଇବେ ଇମ୍ରାନ୍ ଖାନ୍‌

ଇସ୍‌ଲାମାବାଦ: ପାକିସ୍ତାନର ଅର୍ଥ ବ୍ୟବସ୍ଥା ଏବେ କାଙ୍ଗାଳ ଅବସ୍ଥାରେ ପହଞ୍ଚିସାରିଛି । ପ୍ରତି ପାକିସ୍ତାନୀଙ୍କ ମୁଣ୍ଡ ଉପରେ ଲକ୍ଷ ଲକ୍ଷ ଟଙ୍କାର କରଜ ରହିଛି । ଅର୍ଥ ବ୍ୟବସ୍ଥାର ଏଭଳି ସ୍ଥିତିରେ ଇମ୍ରାନ୍ ଖାନ୍ ସରକାର ଅର୍ଥ ଯୋଗାଡ଼ ପାଇଁ ଭଳିକି ଭଳି ଉପାୟ କରୁଛନ୍ତି । ଏହି କ୍ରମରେ ଭାଙ୍ଗ ଚାଷକୁ ଦେଶରେ ପ୍ରୋତ୍ସାହିତ କରାଯାଉଛି । ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫୱାଦ ଚୌଧୁରୀ ଦେଶର ପ୍ରଥମ ଭାଙ୍ଗ ଚାଷର ଉଦ୍‌ଘାଟନ କରିଛନ୍ତି । ଏହା ସହିତ ଏହି ପରିଯୋଜନା ଆଗକୁ ବଢ଼ିଥିବାରୁ ସେ ଖୁସି ଅନୁଭବ କରୁଛନ୍ତି ବୋଲି ଟ୍ୱିଟ୍ କରି ଜଣାଇଛନ୍ତି । ଏହା ସହିତ ପାକିସ୍ତାନ କୋଟି କୋଟି ଡଲାର ଭାଙ୍ଗ ଉଦ୍ୟୋଗରେ ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ ହେବାକୁ ଯାଉଛି ବୋଲି ଚହିଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ଚୌଧୁରୀ ବିଜ୍ଞାନ ଓ ପ୍ରାଦ୍ୟୋଗିକୀ ମନ୍ତ୍ରଣାଳୟ ଓ ବିଶେଷ କରି ପାକିସ୍ତାନ କାଉନ୍‌ସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (ପିସିଆଇଆର୍‌)କୁ ସମ୍ମାନିତ କରିଛନ୍ତି । ଭାଙ୍ଗ ଏକ ମାଦକ ପଦାର୍ଥ ହୋଇଥିବା ବେଳେ ବିଶ୍ୱର ବହୁ ସ୍ଥାନରେ ମେଡିକାଲ୍ କ୍ଷେତ୍ରରେ ଏହାର ବିଶେଷ ଭାବେ ବ୍ୟବହାର କରାଯାଇଥାଏା । ଏପରି ସ୍ଥିତିରେ ପାକିସ୍ତାନ ସରକାର ଭାଙ୍ଗଚାଷକୁ ପ୍ରୋତ୍ସାହିତ କରି ଅନ୍ତର୍ଜାତୀୟ ବଜାରରେ ଏହାକୁ ବିକି ମୋଟା ଅଙ୍କର ଅର୍ଥ ଆୟ କରିବା ଲକ୍ଷ୍ୟରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking