18.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶଇମ୍ରାନ ଛାଡପତ୍ର ଦେବା ପରେ ବି ଲୋଭ ନଥିଲା, ପତ୍ନୀଙ୍କ ପାଖରୁ ଆଣିନଥିଲେ କୌଣସି ସମ୍ପତ୍ତି

ଇମ୍ରାନ ଛାଡପତ୍ର ଦେବା ପରେ ବି ଲୋଭ ନଥିଲା, ପତ୍ନୀଙ୍କ ପାଖରୁ ଆଣିନଥିଲେ କୌଣସି ସମ୍ପତ୍ତି

ଲାହୋର: ନିଜ ଘର ଖର୍ଚ୍ଚ ପାଇଁ ଦଳୀୟ ନେତାଙ୍କଠାରୁ ମାସକୁ ୫୦ ଲକ୍ଷ ଟଙ୍କା ନେଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ନିଜର ରାଜନୈତିକ ସହଯୋଗୀମାନଙ୍କଠାରୁ ପ୍ରତିମାସରେ ଲକ୍ଷ ଲକ୍ଷ ଟଙ୍କା ସେ ନେଉଛନ୍ତି । ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇର ପୂର୍ବତନ ସଦସ୍ୟ ଅବସରପ୍ରାପ୍ତ ବିଚାରପତି ୱାଜିହୁଦ୍ଦିନ ଅହମ୍ମଦ ଏହା କହିବା ପରେ ପାକିସ୍ତାନ ରାଜନୀତିରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଇମ୍ରାନଙ୍କ ଘନିଷ୍ଠ ସହଯୋଗୀ ଜାହାଙ୍ଗୀର ଖାନ ତାରିନଙ୍କୁ ନିୟମିତ ଭାବେ ଇମ୍ରାନଙ୍କୁ ଏହି ଟଙ୍କା ଦେଉଥିବାର ୱାଜିହୁଦ୍ଦିନ କହିଛନ୍ତି । ତେବେ ଏହି ବୟାନ ପରେ ଇମ୍ରାନଙ୍କ ଓକିଲାତି ପାଇଁ ସାମ୍ନାକୁ ଆସିଛନ୍ତି ପାକିସ୍ତାନର ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ । ଫୱାଦ କହିଛନ୍ତି ଯେ ଯଦି ଇମ୍ରାନଙ୍କର ଟଙ୍କା ପ୍ରତି ଲୋଭ ଥାଆନ୍ତା, ତେବେ ପ୍ରଥମ ପତ୍ନୀ ତଥା ମୂଳ ବ୍ରିଟିଶ ନାଗରିକ ଜମିମା ଗୋଲଡସ୍ମିଥଙ୍କ ଠାରୁ ଛାଡପତ୍ର ନେବା ପରେ ସେ କୋଟିପତି ହୋଇଯାଇଥାନ୍ତେ । କାରଣ ବ୍ରିଟିଶ ଆଇନ ଅନୁସାରେ ପତ୍ନୀଙ୍କ ଠାରୁ ଛାଡପତ୍ର ନେବା ପରେ ତାଙ୍କୁ ଅଧା ସମ୍ପତ୍ତି ମିଳିଯାଇଥାନ୍ତା । ଫୱାଦ କହିଛନ୍ତି ଯେ ଇମ୍ରାନଙ୍କର ପ୍ରଥମ ପତ୍ନୀ ବା ବେଗମ ଜମିମା ଗୋଲଡ ସ୍ମିଥ ଥିଲେ । ଜମିମା ଜଣେ ଧନୀ ଘରର ଝିଅ ହୋଇଥିବାବେଳେ ଯଦି ଇମ୍ରାନଙ୍କର ଲୋଭ ଥାଆନ୍ତା ତେବେ ଛାଡପତ୍ର ପରେ ଜମିମାଙ୍କ ସମ୍ପତ୍ତିର ୫୦ ପ୍ରତିଶତ ତାଙ୍କୁ ମିଳିଥା’ନ୍ତା । ଯଦି ଇମ୍ରାନ ୫୦ ପ୍ରତିଶତ ସମ୍ପତ୍ତି ଆଣିଥା’ନ୍ତେ ତେବେ କୋଟିପତି ହୋଇଯାଇଥା’ନ୍ତେ । ସୂଚନା ଥାଉ କି, ଜମିମାଙ୍କୁ ଇମ୍ରାନ ୧୯୯୫ ମସିହାରେ ବିବାହ କରିଥିଲେ ଓ ୨୦୦୪ରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଯାଇଥିଲା । ଏହା ପରେ ୨୦୧୫ ମସିହାରେ ଇମ୍ରାନ ଖାନ ବ୍ରିଟିଶ ପାକିସ୍ତାନୀ ସାମ୍ବାଦିକା ରେହମ ଖାନଙ୍କ ସହ ତାଙ୍କର ଦ୍ୱିତୀୟ ବିବାହ ହୋଇଥିଲା । ନଅ ମାସ ସାଂସାରିକ ଜୀବନ ଅତିବାହିତ ପରେ ୩୦ ଅକ୍ଟୋବର ୨୦୧୫ ରେ ଉଭୟଙ୍କର ଛାଡପତ୍ର ହୋଇଥିଲା । ୨୦୧୮ ରେ, ସେ ବୁଶ୍ରା ମାନେକାଙ୍କୁ ବିବାହ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking