34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ; ଚାକିରିଆଙ୍କଠୁ କମ୍ ନୁହଁନ୍ତି ଗୃହିଣୀ

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ; ଚାକିରିଆଙ୍କଠୁ କମ୍ ନୁହଁନ୍ତି ଗୃହିଣୀ

ନୂଆଦିଲ୍ଲୀ: ଦରମାପ୍ରାପ୍ତ ବା ଚାକିରିଆ ପରିବାର ସଦସ୍ୟଙ୍କଠୁ କୌଣସି ଗୁଣରେ କମ୍ ନୁହେଁ ଗୃହିଣୀଙ୍କ ଭୂମିକା । ଏକ ଗାଡ଼ି ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲାର ଶୁଣାଣି କରି, ହୋମମେକର ବା ଗୃହିଣୀଙ୍କ ସଂପର୍କରେ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି, ପରିବାରର ଯତ୍ନ ନେବାରେ ଗୃହିଣୀଙ୍କ ଭୂମିକା ଏବଂ ଗୁରୁତ୍ୱ ଟଙ୍କାରେ କଳନା କରିବା ସମ୍ଭବ ନୁହେଁ । ଯଦି ତାଙ୍କର କାର୍ଯ୍ୟକୁ ଗୋଟି ଗୋଟି କରି ହିସାବ କରାଯାଏ, ତେବେ ଏହା ନିଃସନ୍ଦେହ ଯେ, ଏହା ଖୁବ୍ ଉଚ୍ଚ ଏବଂ ଦୁର୍ମୁଲ୍ୟ । ତେଣୁ ନିର୍ଦ୍ଦିଷ୍ଟ ପରିମାଣର ଆୟ କରୁଥିବା ଜଣେ ପରିବାର ସଦସ୍ୟଙ୍କ ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ, ଗୃହିଣୀଙ୍କ ଭୂମିକା ବି ସେତିକି ଗୁରୁତ୍ୱପୂର୍ଣ୍ଣ । ସୂଚନା ଅନୁସାରେ, ଉତ୍ତରାଖଣ୍ଡରେ ୨୦୦୬ରେ ଜଣେ ମହିଳାଙ୍କର କାର୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ତେବେ କାରର ଇନସ୍ୟୁରାନ୍ସ ନଥିବାରୁ ଏହାର ମାଲିକ ଉକ୍ତ ମହିଳାଙ୍କ ସ୍ୱାମୀ ଏବଂ ନାବାଳକ ପୁଅ ସମେତ ପରିବାରକୁ କ୍ଷତିପୂରଣ ଦେବାର ଥିଲା ।

ସେତେବେଳେ ଏକ ମୋଟର ଆକ୍ସିଡେଣ୍ଟ ଟ୍ରିବ୍ୟୁନାଲ୍ କ୍ଷତିପୂରଣ ରାଶିକୁ ଅଢ଼େଇ ଲକ୍ଷ ଟଙ୍କା ବୋଲି ଧାର୍ଯ୍ୟ କରିଥିଲେ । ତେବେ ଏଥିରେ ଅସନ୍ତୁଷ୍ଟ ହୋଇ ମହିଳାଙ୍କ ପରିବାର ଉତ୍ତରାଖଣ୍ଡ ହାଇକୋର୍ଟରେ ଅଧିକ କ୍ଷତିପୂରଣ ପାଇଁ ଅପିଲ୍ କରିଥିଲେ । ହେଲେ ମହିଳା ଜଣକ ଗୃହିଣୀ ହୋଇଥିବାରୁ ତାଙ୍କର ଲାଇଫ ଏକ୍ସପେକ୍ଟାନ୍ସି ଏବଂ ସର୍ବନିମ୍ନ ଜାତୀୟ ଆୟ ଆଧାରରେ ଏହି ଆବେଦନକୁ ୨୦୧୭ରେ ଖାରଜ କରିଦେଇଥିଲେ ହାଇକୋର୍ଟ । ଏହାପରେ ମହିଳାଙ୍କ ପରିବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏଥିରେ ଜଷ୍ଟିସ ସୁର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ କେ.ଭି. ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଦେଇଛନ୍ତି ବଡ଼ ରାୟ । କ୍ଷତିପୂରଣ ରାଶିକୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ଏବଂ ଏହାକୁ ୬ ସପ୍ତାହ ଭିତରେ ଦେବାକୁ କହିଛନ୍ତି । ଜଣେ ଗୃହିଣୀଙ୍କ ଆୟ କିପରି ଜଣେ ଦିନ ମଜୁରିଆ ଆୟ ଠାରୁ ବି କମ୍ ବୋଲି ଗ୍ରହଣ କରାଯାଇପାରିବ ବୋଲି ପ୍ରଶ୍ନ କରିବା ସହିତ, ଗୃହିଣୀମାନଙ୍କ ମୂଲ୍ୟକୁ କେବେବି ନ୍ୟୁନ ଭାବିବା ଉଚିତ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking