27.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଯୌତୁକ ନିର୍ଯ୍ୟାତନା ନାଁରେ ମିଥ୍ୟା ଅଭିଯୋଗ ଚରମ ନିଷ୍ଠୁରତା...

ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଯୌତୁକ ନିର୍ଯ୍ୟାତନା ନାଁରେ ମିଥ୍ୟା ଅଭିଯୋଗ ଚରମ ନିଷ୍ଠୁରତା ଏଭଳି ଭୁଲର କ୍ଷମା ନାହିଁ

ଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଯୌତୁକ ନିର୍ଯ୍ୟାତନା ନାଁରେ ମିଥ୍ୟା ଅଭିଯୋଗ ଆଣିବା ଚରମ ନିଷ୍ଠୁରତା । ଏଭଳି ଭୁଲ କ୍ଷମା ନାହିଁ ବୋଲି କୋର୍ଟ କହିଛନ୍ତି । ଏକ ଛାଡପତ୍ର ମାମଲାରେ ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । କୌଣସି ବୈବାହିକ ସମ୍ପର୍କର ଆଧାର ହେଉଛି ସହବାସ ଓ ବୈବାହିକ ସମ୍ପର୍କ ।ଦମ୍ପତି ପରସ୍ପର ସହବାସରୁ ବଞ୍ଚିତ ହେଲେ ସମ୍ପର୍କ ତିଷ୍ଠି ରହି ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ଜଣେ ଅନ୍ୟ ଜଣଙ୍କୁ ବୈବାହିକ ସମ୍ପକରୁ ବଞ୍ଚିତ ରଖିବା ଅତ୍ୟନ୍ତ ନିଷ୍ଠୁରତା ବୋଲି ହାଇକୋର୍ଟ ଟିପ୍ପଣୀ ଦେଇଛନ୍ତି । ନିଷ୍ଠୁରତା ଅଧାରରେ ଅଲଗା ରହୁଥିବା ସ୍ୱାମୀଙ୍କୁ ଛାଡପତ୍ର ଦେବାକୁ ପରିବାର ଅଦାଲତ ଅନୁମତି ଦେଇଥିଲେ । ଯାହାକୁ ବିରୋଧ କରି ହାଇକୋର୍ଟ ଯାଇଥିଲେ ପତ୍ନୀ ।ହେଲେ ଉଚ୍ଚ ନ୍ୟାୟଳୟ ମହିଳାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ୨୦୧୪ରୁ ୯ ବର୍ଷ ଧରି ସ୍ୱାମୀ ସ୍ତ୍ରୀ ଅଲଗା ରହୁଥିଲେ । ଯାହା ମାନସିକ ନିଷ୍ଠୁରତା ବୋଲି କୋର୍ଟ କହିଛନ୍ତି । ହିନ୍ଦୁ ବିବାହ ଆଇନ ଅନୁସାରେ ଏଭଳି କ୍ଷେତ୍ରରେ ନିଷ୍ଠୁରତା ଆଧାରରେ ବୈବାହିକ ସମ୍ପର୍କକୁ ତୁରନ୍ତ ବିଚ୍ଛେଦ କରାଯିବା ଉଚିତ୍ ବୋଲି କହିଛନ୍ତି ଜଷ୍ଟିସ୍ ସୁରେଶ କାଇତ ଓ ନୀନା ବଂଶଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking