27.1 C
Bhubaneswar
Saturday, June 22, 2024
Homeଓଡିଶା୧୦୦ ଦିନ ଭିତରେ ଗୁରୁତ୍ୱପୂର୍ଣ ନିଷ୍ପତ୍ତି : ମୋହନ

୧୦୦ ଦିନ ଭିତରେ ଗୁରୁତ୍ୱପୂର୍ଣ ନିଷ୍ପତ୍ତି : ମୋହନ

ଭୁବନେଶ୍ୱର : ଭାବି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗୁରୁତ୍ୱପୂର୍ଣ ସୂଚନା । ସଂକଳ୍ପ ପତ୍ର ଆଧାରରେ ଗରିବଙ୍କର ସବୁଦାବି ପୁରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଭାବି ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲାଯିବ ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।ଏବଂ କହିଛନ୍ତି ଶପଥ ଗ୍ରହଣ ଉତ୍ସବ ପରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ । ୧୦୦ ଦିନ ଭିତରେ ଅନେକ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମୋହନ ମାଝୀ । ୨୪ ବର୍ଷର ସରକାରକୁ ହଟାଇ ଲୋକେ ପରିବର୍ତ୍ତନ ଆଣିଛନ୍ତି । ମୋଦି ଗ୍ୟାରେଣ୍ଟି କିଭଳି ଓଡ଼ିଶାରେ ପ୍ରତିଫଳିତ ହେବ ସେ ନେଇ କାମ କରିବି । ସାଧାରଣ ଲୋକଙ୍କୁ କିଭଳି ନ୍ୟାୟ ମିଳିବ ସେନେଇ ପଦକ୍ଷପ ନିଆଯିବ । ଚାଷୀ କିପରି ସେମାନଙ୍କ ହକ ପାଇବେ ତାକୁ ପ୍ରାଥମିକତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୋହନ । ଲୋକଙ୍କୁ ସେବା ଯୋଗାଇବାକୁ ୧୦୦ ଦିନର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବୁ ବୋଲି କହିଛନ୍ତି ଭାବି ମୁଖ୍ୟମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking